ସମ୍ବଲପୁର: ରବି ଧାନ କିଣାରେ ମିଲ୍‌ ମାଲିକମାନେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ

ଚାଷୀଙ୍କ ଧାନ ମିଲରେ ମାପ ହେବା ବେଳେ କ୍ୱିଣ୍ଟାଲ ପିଛା ୪ରୁ ୫ କିଲୋ କଟଣି ଛଟଣି ହେଉଛି । ଚାଷୀ ମିଲକୁ ଧାନ ଧରି ଗଲେ ଗାଡ଼ିରୁ ଧାନ ବସ୍ତା ଓହ୍ଲାଇବା ପାଇଁ ଶ୍ରମିକ ନ ଥିବା କହି ମିଲ ମାଲିକମାନେ ବିଳମ୍ବ କରୁଥିବାରୁ ଚାଷୀମାନେ ଆକ୍ରୋଶିତ ହୋଇଛନ୍ତି ।

ସମ୍ବଲପୁର: ରବି ଧାନ କିଣାରେ ମିଲ୍‌ ମାଲିକମାନେ ଚାଷୀଙ୍କୁ ହଇରାଣ କରୁଥିବା ଅଭିଯୋଗ
ଜୁନ୍ ୧୧ ତାରିଖ ସୁଦ୍ଧା ୧୧ ଲକ୍ଷ ୮୬ ହଜାର ୯୭୬ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାସରିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ରବି ଧାନ କିଣା ବିକା ଚାଲିଥିବା ବେଳେ ଧାନ ମିଲ ମାଲିକମାନେ ଚାଷୀଙ୍କ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ ହୋଇଛି । ଚାଷୀମାନେ ଧାନ ନେଇ ମଣ୍ତିରେ ବିକ୍ରି କଲେ ମିଲର ନେଉନାହାନ୍ତି । ଯେଉଁ ମିଲମାନେ କିଣୁଛନ୍ତି ୨ରୁ ୩ କିଲୋ କଟଣି ଛଟଣି କରିବା ସହ ତାକୁ କମ ଟଙ୍କାରେ ବିକିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି ।

ସମ୍ବଲପୁର ଜିଲ୍ଲାରେ ବହୁତ ଚାଷୀଙ୍କ ଧାନ ଏ ପର୍ଯ୍ୟନ୍ତ ବିକ୍ରି ହୋଇ ନ ଥିବା ବଳେ ମିଲ ମାଲିକମାନେ ଅନ୍ୟ ଜିଲ୍ଲାର ଚାଷୀଙ୍କ ଧାନ ଅଗ୍ରାଧିକାରରେ କିଣୁଥିବା ନେଇ ଅଭିଯୋଗ କରିଛି ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ । ମେ ୧୧ ତାରିଖରେ ମଣ୍ତି ଖୋଲିଥିବା ବେଳେ ଅଧିକ ଚାଷୀଙ୍କ ଧାନ ମଧ୍ୟ ଅମଳ ହୋଇ ନ ଥିଲା । ତେବେ ସରକାରୀ ନିୟମ ଅନୁସାରେ ୩୦ରୁ ୩୫ ଜଣ ଚାଷୀ ଦୈନିକ ଧାନ ନେଇ ମଣ୍ତିରେ ପହଞ୍ଚୁଥିଲେ । ଚାଷୀଙ୍କ ଧାନ ମଣ୍ତିରେ ପହଞ୍ଚି ସିଧା ସଳଖ ମିଲକୁ ଯାଉଛି ଓ ସେଠି ଧାନ ମାପ ସହ କ୍ୱିଣ୍ଟାଲ ପିଛା ୪ ରୁ ୫ କେଜି କଟଣି ଛଟଣି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀମାନେ ।

ଚାଷୀ ମିଲକୁ ଧାନ ଧରି ଗଲେ ଗାଡ଼ିରୁ ଧାନ ବସ୍ତା ଓହ୍ଲାଇବା ପାଇଁ ଶ୍ରମିକ ନ ଥିବା କହି ମିଲ ମାଲିକମାନେ ଜାଣି ଶୁଣି ବିଳମ୍ବ କରୁଛନ୍ତି । ଗାଡି ଅଟକି ରହିବା ଯୋଗୁ ଖର୍ଚ୍ଚାନ୍ତ ହେଉଛି ଚାଷୀ । ଏମିତି କି ବେଳେ ବେଳେ ଚାଷୀ ନିଜେ ନିଜ ଖର୍ଚ୍ଚରେ ମିଲରେ ଧାନ ଅନଲୋଡ କରିବାକୁ ବାଧ୍ୟ ହେଉଛନ୍ତି । ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଠାରେ ଏ ନେଇ ଅଭିଯୋଗ କରିଛି ଜିଲ୍ଲା କୃଷକ ସଙ୍ଗଠନ ।

ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠୀଙ୍କୁ ଅଭିଯୋଗ କରୁଛନ୍ତି ଚାଷୀ ସଙ୍ଗଠନର କିଛି ନେତା ।


‘‘ଚାଷୀ ବହୁ କଷ୍ଟ କରି ଫସଲ ଉତ୍ପାଦନ କରୁଛି । ହେଲେ ବିକ୍ରି କରିବା ବେଳେ ଜାଣିଶୁଣି ହଇରାଣ କରୁଛନ୍ତି ମିଲ ମାଲିକମାନେ । ତୁରନ୍ତ ଯୋଗାଣ ବିଭାଗ ହସ୍ତକ୍ଷେପ କରି ସମସ୍ୟାର ସମାଧନ କରୁ ବୋଲି ଆମେ ଦାବି କରୁଛୁ,’’ କହିଛନ୍ତି ଏକ ଚାଷୀ ସଙ୍ଗଠନର ନେତା ବ୍ୟମକେଶ ଠାକୁର ।

ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ ସେଠୀ କହିଛନ୍ତି: ‘‘ଚାଷୀଙ୍କ ଧାନରେ ଆର୍ଦ୍ରତା ପରିମାଣ ଅଧିକ ରହିଥିବାରୁ କଟଣି ଛଟଣି ସମସ୍ୟା ଦେଖା ଦେଉଛି । ତେବେ ସବୁ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବ ।’’

ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ବେଳେ ମଧ୍ୟ କଟଣି ଛଟଣି ନେଇ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ଆସିଥିଲା । ଏବେ ପୁଣି ରବି ଧାନ ସଂଗ୍ରହ ଚାଲିଥିବା ବେଳେ ଏହି ଅଭିଯୋଗ ଆସିଥିବାରୁ ଚାଷୀମାନେ ଆକ୍ରୋଶିତ ହୋଇଛନ୍ତି ।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 4, 2020, 11:13 PM IST
corona virus btn
corona virus btn
Loading