ସମ୍ବଲପୁରରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଲେ ଚାଷୀ; ଷ୍ଟ୍ରବେରୀ କଲା ଲକ୍ଷପତି

ସମ୍ୱଲପୁରରେ ଷ୍ଟ୍ରବେରୀ ଚାଷ କରି ଲକ୍ଷପତି ହେଲେ ବିହାରୀ ଦମ୍ପତି । ଏହା ଏକ ଲାଭଜନକ ଫସଲ ବୋଲି କହିବା ସହ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ।

ସମ୍ବଲପୁରରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଲେ ଚାଷୀ; ଷ୍ଟ୍ରବେରୀ କଲା ଲକ୍ଷପତି

ସମ୍ବଲପୁରରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଲେ ଚାଷୀ; ଷ୍ଟ୍ରବେରୀ କଲା ଲକ୍ଷପତି

  • News18 Odia
  • Last Updated :
  • Sambalpur, India
  • Share this:
News 18 Odia Digital

ସମ୍ୱଲପୁର; ଅନୁକୂଳ ପାଣିପାଗ ନଥିବା ସତ୍ତ୍ୱେ ଦମ୍ପତିଙ୍କ ଦୄଢ ଇଚ୍ଛା ଶକ୍ତି ଆଣି ଦେଇଛି ତାଙ୍କ ପାଇଁ ବଡ଼ ସଫଳତା (Success) । ସମ୍ବଲପୁର (Sambalpur) ଜିଲ୍ଲା ଜୁଯୋମୁରା ବ୍ଳକର ପଟୁଆବାହାଲ ଅଞ୍ଚଳରେ ରହୁଥିବା ଦମ୍ପତି ସ୍ଥାନୀୟ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ (Strawberry farming) କରି  ସଫଳତା ପାଇଛନ୍ତି ।



ବାହାମ ଗ୍ରାମ ପଞ୍ଚାୟତର ପଡିଆବାହାଲରେ ବସବାସ କରୁଥିବା ମୋହନ ଚନ୍ଦ୍ର ସାହୁଙ୍କ ଫାର୍ମ ହାଉସରେ ଷ୍ଟ୍ରବେରୀ ଚାଷ  କରି ସଫଳ ହୋଇଛନ୍ତି ଦମ୍ପତି । ବିହାର ରାଜ୍ୟ ଔରାଙ୍ଗାବାଦ୍ ନିକଟସ୍ଥ ଚିଲକିଭିଗା ଗ୍ରାମର ଜିତେନ୍ଦ୍ର ବର୍ମା ଓ ପତ୍ନୀ ରୀନା ବର୍ମା ୨୦୨୧ ରେ ମୋହନ ଚନ୍ଦ୍ର ସାହୁଙ୍କ ଠାରୁ ୧ ଏକର ଜମି ୨୦୨୪ ପର୍ଯ୍ୟନ୍ତ ଲିଜରେ ନେଇ ଏହି ଚାଷ ପ୍ରଣାଳୀ ଆରମ୍ଭ କରିଥିଲେ । ଚଳିତ ବର୍ଷ ସଫଳତା ମିଳିବା ପରେ କେବଳ ଜିଲ୍ଲାରେ ନୁହେଁ ବରଂ ସମଗ୍ର ରାଜ୍ୟରେ ଏହି ଷ୍ଟ୍ରବେରୀ ଚାଷକୁ ନେଇ ଏକ ସଫଳ କାହାଣୀ ସାମ୍ନାକୁ ଆସିଛି । ଗତବର୍ଷ ମଧ୍ୟ ସେମାନେ ଚାଷ କରିଥିଲେ କିନ୍ତୁ ଅନୁକୂଳ ପାଣିପାଗ ଅଭାବରୁ ସେତେଟା ସଫଳ ହୋଇନଥିଲେ । ତଥାପି ସେମାନେ ଭାଙ୍ଗିନପଡି ଦୃଢ଼ ଇଚ୍ଛା ଶକ୍ତି ଦ୍ୱାରା ସଫଳ ହୋଇଥିବା ଦମ୍ପତି କହିଛନ୍ତି ।



ସେମାନଙ୍କ କହିବାନୁଯାୟୀ, ପୂର୍ବରୁ ଏହି ଚାଷ ସେମାନେ ବିହାରରେ କରୁଥିଲେ ଓ ଏଥିପାଇଁ ସେମାନେ ତାଲିମ ମଧ୍ୟ ନେଇଛନ୍ତି । ସେଠାରେ ଜମି ସମସ୍ୟା କାରଣରୁ ନିଜ ପତ୍ନୀଙ୍କ ଘର ମାନେଶ୍ୱର ବ୍ଲକର ଗୁଲୁଣ୍ଡା ହୋଇଥିବାରୁ ଓଡ଼ିଶା ଆସି ସେମାନେ ପୁଣି ଷ୍ଟ୍ରବେରୀ ଚାଷ ପାଇଁ ଅଣ୍ଟା ଭିଡିଥିବା କହିଛନ୍ତି । ଏହି ଚାଷ କରିବା ଖୁବ କଷ୍ଟକର ହେବା ସତ୍ତ୍ୱେ ସେମାନେ ଏହି ଚାଷକୁ ଏକ ଲାଭଦାୟକ ଚାଷ ଭାବେ ସମଗ୍ର ଓଡ଼ିଶାର ଚାଷୀଙ୍କୁ ଏକ ନୂଆ ବାର୍ତ୍ତା ଦେବାକୁ ନିଜର ପରାକାଷ୍ଠା ଜାହିର ରଖିଥିବା କହିଛନ୍ତି ।



ଏଭଳି ଚାଷ ପାଇଁ ଉଦ୍ୟାନ ବିଭାଗର ବହୁ ଯୋଜନା ଓ ସବସିଡି ରହିଥିଲେ ସୁଦ୍ଧା ପଟୁଆବାହାଲ  ଷ୍ଟ୍ରବେରୀ ଚାଷ ସୁଦୂର ପ୍ରସାରୀ ହୋଇଥିଲେ ସୁଦ୍ଧା ଜିଲ୍ଲା କିମ୍ବା ବ୍ଲକର କୌଣସି ଅଧିକାରୀଙ୍କ ଏ ଦିଗରେ ଦୃଷ୍ଟି ପଡିନାହିଁ । ଏଭଳି ଚାଷ ପ୍ରଣାଳୀ ପ୍ରତି ପ୍ରୋତ୍ସାହିତ କରିବାକୁ ଏ ଯାଏ କୌଣସି ସରକାରୀ ସହାୟତା ମଧ୍ୟ ତାଙ୍କୁ ମିଳିପାରିନାହିଁ । ଷ୍ଟ୍ରବେରୀ ଏକ ଲାଭ ଦାୟକ ଫସଲ ହୋଇଥିବାରୁ ବିହାରୀ ଦମ୍ପତିଙ୍କ ଏହି ମନୋବଳ ତାଙ୍କୁ ଲକ୍ଷପତି କରିପାରିଛି । ଦୈନିକ ପ୍ରାୟ ୧ କ୍ୟୁଣ୍ଟାଲରୁ ଅଧିକ ଫଳ ସେମାନେ ସମ୍ବଲପୁର ଓ ଭୁବନେଶ୍ୱର ପଠାଉଥିବା କହିଛନ୍ତି । ନଭେମ୍ବରରୁ ଫେବ୍ରୁଆରୀ ୪ ମାସ ମଧ୍ୟରେ ଫଳ ଆମଦାନି ହୋଇଥାଏ । ଶୀତ ସମୟ ଅଧିକ ଦିନ ରହିଲେ ଏହା ଅଧିକ ଫଳ ଦେବ ବୋଲି ସେମେନେ ଆଶା ପ୍ରକାଶ କରିଛନ୍ତି  ।
Published by:Soubhagya Mishra
First published: