PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବର – ଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ୪,୦୦୦ ଟଙ୍କା

Farmers will not get Rs 4000 in PM Kisan scheme without these documents | ଯଦି ଆପଣ PMKisan ଯୋଜନାର ଲାଭ ଉଠେଇବାକୁ ଚାହୁଁଛନ୍ତି, ତାହେଲେ ଫଟାଫଟ୍ ଏହି ସବୁ ଡକ୍ୟୁମେଣ୍ଟ୍ ଦାଖଲ କରନ୍ତୁ । ଏ ଥର କୃଷକମାନଙ୍କୁ ୨,୦୦୦ ଟଙ୍କାର କିସ୍ତି ଜାଗାରେ ୪,୦୦୦ ଟଙ୍କା ମିଳିପାରେ ।

ଏହି ଯୋଜନାର ରାଶିକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଚିନ୍ତା କରୁଛନ୍ତି । (ପ୍ରତୀକାତ୍ମକ ଛବି)

ଏହି ଯୋଜନାର ରାଶିକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର ଚିନ୍ତା କରୁଛନ୍ତି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ବି ପି.ଏମ୍‌. କିସାନ୍‌ (PM Kisan Samman Nidhi Yojana) ଯୋଜନାର ହିତାଧିକାରୀ, ତାହେଲେ ତୁରନ୍ତ ଏହି ଡକ୍ୟୁମେଣ୍ଟ ଦାଖଲ କରନ୍ତୁ । ନଚେତ୍ ଆପଣଙ୍କ ପରବର୍ତ୍ତୀ କିସ୍ତି ଅଟକି ଯାଇପାରେ । ପ୍ରତି ବର୍ଷ ସରକାର ଦେଶର କୃଷକମାନଙ୍କୁ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏବେ ଚାଷୀମାନଙ୍କ ପାଇଁ ଉପଲବ୍ଧ ଏହି ସୁବିଧାକୁ ଦ୍ୱିଗୁଣିତ କରିବାକୁ ମୋଦି ସରକାର (Modi Government) ଚିନ୍ତା କରୁଛନ୍ତି । ଯଦି ତାହା ଘଟେ, ତାହେଲେ କୃଷକମାନେ ୬,୦୦୦ ଟଙ୍କା ବଦଳରେ ପ୍ରତି ବର୍ଷ ତିନୋଟି କିସ୍ତିରେ ୧୨,୦୦୦ ଟଙ୍କା ପାଇବେ ।

ଏହି ଯୋଜନାର ପୁରୁଣା ବ୍ୟବସ୍ଥାରେ ସରକାର କିଛି ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ କେବଳ ସେହି କୃଷକମାନେ ପି.ଏମ୍‌. କିସାନ ସମ୍ମାନ ଯୋଜନାର ଲାଭ ପାଇବେ ଯାହାଙ୍କ ନାମରେ ଚାଷ ଜମିଟି ଥିବ । ଏହାର ଅର୍ଥ ହେଉଛି ଏୟା ଯେ ପୂର୍ବ ପରି ଯେଉଁମାନଙ୍କର ପୈତୃକ ଜମିରେ ଭାଗ ଅଛି ସେମାନେ ଆଉ ଏହି ଯୋଜନାର ଲାଭ ପାଇପାରିବେ ନାହିଁ । ଯଦି ଆପଣଙ୍କ ନାଁରେ ଜମି ଅଛି, ତାହେଲେ ତୁରନ୍ତ ଏହି କାମ କରନ୍ତୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

୨୦୧୯ରେ ଆରମ୍ଭ କରାୟାଇଥିବା ଏହି ଯୋଜନାରେ ଅତୀତରେ କିଛି ଅସୁବିଧା ଦେଖିବାକୁ ମିଳିଥିଲା, ଯାହାକୁ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର କେତେକ ପଦକ୍ଷେପ ନେଇଛନ୍ତି। କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ନୂଆ ପଞ୍ଜୀକରଣ କରୁଥିବା କୃଷକମାନଙ୍କୁ ଏବେ ଆବେଦନ ଫର୍ମରେ ନିଜ ଜମିର ପ୍ଲଟ୍‌ ନମ୍ବର୍‌ ବି ଉଲ୍ଲେଖ କରିବାକୁ ପଡି଼ବ । ହେଲେ ଏହି ନୂଆ ନିୟମଗୁଡ଼ିକର ପ୍ରଭାବ ଏହି ଯୋଜନା ସହିତ ଜଡି଼ତ ପୁରୁଣା ହିତାଧିକାରୀଙ୍କ ଉପରେ ପଡ଼ିବ ନାହିଁ ।

ଏହା ବି ପଢ଼ନ୍ତୁ | Jobs Alert: ଓଡ଼ିଶାରେ ଅମିନ, RI ଫରେଷ୍ଟ ଗାର୍ଡ଼ ଆଦି ,୮୪୧ଟି ଖାଲି ପଦ ପାଇଁ ଆବେଦନ କରନ୍ତୁ

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କେବଳ ସେହି କୃଷକମାନେ ଲାଭାନ୍ୱିତ ହୁଅନ୍ତି ଯେଉଁମାନଙ୍କ ପାଖରେ ୨ ହେକ୍ଟର ଅର୍ଥାତ୍ ୫ ଏକର ଚାଷ ଜମି ଥାଏ । ଏବେ ସରକାର ହୋଲ୍ଡିଂ ସୀମାକୁ ରଦ୍ଦ କରିଦେଇଛନ୍ତି । ହେଲେ ଆୟ କର ରିଟର୍ଣ୍ଣ ଫାଇଲ୍‌ କରୁଥିବା ଲୋକଙ୍କୁ ଏହି ଯୋଜନାରୁ ବାହାର କରିଦିଆଯାଇଛି । ତେଣୁ ଆଇନଜୀବୀ, ଡାକ୍ତର ଓ ସି.ଏ. ଆଦି ଏହି ଯୋଜନା ବାହାରେ ଅଛନ୍ତି ।

ଏହା ବି ପଢ଼ନ୍ତୁ | ପିପିଲିର ଜନାଦେଶ: BJD ଭୋଟ୍ ଶେୟାର୍ ବଢ଼ିଲା; BJP କଂଗ୍ରେସ ପାଇଁ ନୂଆ ଚିନ୍ତାର ଆରମ୍ଭ

ଏହି ଯୋଜନାରେ ପ୍ରଥମ କିସ୍ତି ପ୍ରତ୍ୟେକ ଆର୍ଥିକ ବର୍ଷର ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ମଧ୍ୟରେ ଓ ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଆସିଥାଏ । କିସ୍ତି ସିଧାସଳଖ କୃଷକମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାୟାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମହାନଦୀରେ ଅଘଟଣ: ସମ୍ବଲପୁରରେ ଗାଧୋଇବା ବେଳେ ଭାସିଗଲେ ଗୋଟିଏ ପରିବାରର ଜଣ

ବେଳେବେଳେ ସରକାରଙ୍କଠାରୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବା ବି ତାହା କୃଷକଙ୍କ ଆକାଉଣ୍ଟରେ ପହଞ୍ଚେ ନାହିଁ । ଏହାର ମୁଖ୍ୟ କାରଣ ହେଉଛି କୃଷକମାନଙ୍କ ଆଧାର ଓ ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବରରେ ଥିବା ଭୁଲ ହୋଇପାରେ ।
Published by:Anand S.T. Das
First published: