କେବେ ଖୋଲିବ ଧାନ ମଣ୍ଡି! ଘର ବାରଣ୍ଡାରେ ପଡି ରହିଛି ଧାନ

ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଖୋଲି ପାରିଲା ନାହିଁ ଧାନ ମଣ୍ଡି । ଯାହା ଫଳରେ ଚାଷୀମାନେ ଏବେ ନିଜ ଘର ବାରଣ୍ଡାରେ ବସ୍ତାବସ୍ତା ଧାନ ରଖି ଅନେଇ ବସିଛନ୍ତି ଧାନ ମଣ୍ଡିକୁ ।

ଧାନମଣ୍ଡି କେବେ ଖୋଲିବ ସେନେଇ ଚିନ୍ତାରେ ବସିଛନ୍ତି ଚାଷୀ (ପ୍ରତୀକାତ୍ମକ ଛବି)

ଧାନମଣ୍ଡି କେବେ ଖୋଲିବ ସେନେଇ ଚିନ୍ତାରେ ବସିଛନ୍ତି ଚାଷୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଗଞ୍ଜାମ: ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ସେହି ଫସଲକୁ ଉଜାଡି ନେଇଥିଲା ଲଗାଣ ବର୍ଷା । ସେହି ଲଗାଣ ବର୍ଷା ଦାଉରୁ ବଳକି ଥିବା  ତଥାପି ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଖୋଲି ପାରିଲା ନାହିଁ ଧାନ ମଣ୍ଡି । ଯାହା ଫଳରେ ଚାଷୀମାନେ ଏବେ ନିଜ ଘର ବାରଣ୍ଡାରେ ବସ୍ତାବସ୍ତା ଧାନ ରଖି ଅନଇ ବସିଛନ୍ତି ଧାନ ମଣ୍ଡିକୁ ।

ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ ଭଲ ଧାନ ଚାଷ ହୋଇଥିଲା । ହେଲେ ଦୁଇ ଦୁଇଥର ଲଗାଣ ବର୍ଷାର କୋପରେ ଜିଲ୍ଲାରେ ୭୦% ଧାନ ଫସଲ ଏକ ପ୍ରକାର ନଷ୍ଟ ହୋଇଯାଇଥିବା ବେଳେ ବର୍ଷା ଦାଉରୁ ବଳକା ଥିବା ଧାନକୁ ଅମଳ କରି ସାରିଲେଣି ଚାଷୀମାନେ । ତଥାପି ଜିଲ୍ଲାରେ ଆଜି ସୁଦ୍ଧା ଧାନ ମଣ୍ଡି ଖୋଲିବା ତ ଦୂରର କଥା ମଣ୍ଡି ନେଇ କୌଣସୀ ମଧ୍ୟ ବୈଠକ କରି ପାରିଲା ନାହିଁ ପ୍ରଶାସନ । ଯାହାରିଫଳରେ ଜିଲ୍ଲାର ଚାଷୀ ମାନେ ଧାନକୁ ଉଡାଇ ସୁଖାଇ ଏବେ ନିଜ ନିଜର ଘର ବାରଣ୍ତାରେ ରଖିଛନ୍ତି ବସ୍ତାବସ୍ତା ଧାନ । ଆଉ ଅପେକ୍ଷା କରିଛନ୍ତି କେବେ ଖୋଲିବ ଧାନ ମଣ୍ଡି ।

“ତୁରନ୍ତ ସରକାର ଏଥିପ୍ରତି ନଜର ଦେବା ସହ ଜିଲ୍ଲାର ସମସ୍ତ ଅଞ୍ଚଳରେ ଧାନ ମଣ୍ଡି ଖୋଲିଲେ ଚାଷୀମାନେ ବେଶ ଉପକୃତ ହୋଇପାରନ୍ତେ," କହିଛନ୍ତି ଚାଷୀ ସୁରଥ ମହାନ୍ତି।

ଏମିତି କି ପ୍ରତିବର୍ଷ ମିଲର ବା ଦଲାଲମାନେ ଗାଡି କାଣ୍ଡା ଧରି ଜମିକୁ ଜମି ବୁଲି ଧାନ କିଣି ବେଶ ମାଲାମାଲ ହେଉଥିଲେ । ହେଲେ ଚଳିତ ବର୍ଷ ଦୁଇ ଦିଇ ଥର ବର୍ଷା ହେତୁ ଧାନ ଏକ ପ୍ରକାର ଗମୁ ହୋଇଯାଇ ନଷ୍ଟ ହୋଇଯାଇଥିବା ହେତୁ କାହାରି ବି ଦେଖା ମିଳୁ ନାହିଁ । ଯାହାକୁ ନେଇ ଚାଷୀ ମାନେ ନିଜ ନିଜର ବଳକା ଧାନ ବିକିବା ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ।
Published by:Soumya Das
First published:
)}