ଓମ୍ଫେଡ଼ କ୍ଷୀର ମୂଲ୍ୟ ବୃଦ୍ଧି ନେଇ ଦୁଗ୍ଧ ଚାଷୀ ଖୁସି; ସାଧାରଣରୁ ଆସୁଛି ମିଶ୍ର ପ୍ରତିକ୍ରିୟା

ଓମ୍ଫେଡ଼ କ୍ଷୀର ମୂଲ୍ଯ ବୃଦ୍ଧି ହୋଇଥିବାରୁ ଦୁଗ୍ଧ ଚାଷୀଙ୍କ ଖୁସି ହୋଇଯାଇଛନ୍ତି । କିନ୍ତୁ ବଜାରକୁ ଆସିଥିବା ସ୍ପେଶାଲ ଚାଏକୁ ନେଇ ମିଶ୍ର ପ୍ରତକ୍ରିୟା ପ୍ରକାଶ ପାଉଛି ।

ଓମ୍ଫେଡ଼ ଦର ବୃଦ୍ଧିକୁ ନେଇ ଚାଷୀ ଖୁସି ଅଛନ୍ତି (ପ୍ରତୀକାତ୍ମକ ଛବି)

ଓମ୍ଫେଡ଼ ଦର ବୃଦ୍ଧିକୁ ନେଇ ଚାଷୀ ଖୁସି ଅଛନ୍ତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇଲା ଓମ୍ଫେଡ଼ କ୍ଷୀରର ମୂଲ୍ୟ । ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଥିବା ବେଳେ ବଜାରକୁ ଆସିଛି ଓମ୍ଫେଡ଼ର ନୂଆ ବ୍ରାଣ୍ଡର କ୍ଷୀର । ଦରଦାମ ବୃଦ୍ଧି ଓ ଦୁଗ୍ଧ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଓମ୍ଫେଡ଼ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ ଦୁଗ୍ଧଜାତ ସାମଗ୍ରୀର ଦରବୃଦ୍ଧି ଆଶଙ୍କା ସୃଷ୍ଟି ହୋଇଛି । ଦୁଇବର୍ଷ ପରେ କ୍ଷୀରର ମୂଲ୍ୟ ବୃଦ୍ଧିକୁ ଚାଷୀ ଖୁସି ବ୍ୟକ୍ତ କରିଥିବା ବେଳେ ନେଇ ସାଧାରଣରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ଓମ୍ପେଡ଼ କ୍ଷୀର ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଛି । ଫଳରେ ଓମ୍ଫେଡ଼ ଲିଟର ପିଛା ୪୬ ଟଙ୍କାରୁ ୪୮ ଟଙ୍କାକୁ ବୃଦ୍ଧି ପାଇଛି । ବୃଦ୍ଧି ପାଇଥିବା ୨ ଟଙ୍କା ମଧ୍ୟରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ୧ ଟଙ୍କା ୩୫ପଇସା ମିଳିବ । ପରିବହନ ଓ ପ୍ୟାକେଜିଂ ସହିତ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମ୍ଫେଡ଼ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କ୍ଷୀରର ମୂଲ୍ୟ ବୃଦ୍ଧି ଫଳରେ ଯେଭଳି ଚାହା କପର ମୂଲ୍ୟ ବୃଦ୍ଧି ନହୁଏ ସେଥିପାଇଁ ଓମ୍ଫେଡ଼ ପକ୍ଷରୁ ଚା' ସ୍ପେଶାଲ କ୍ଷୀର ବଜାରକୁ ଆସିଛି । ଯାହା ପୁରୁଣା ମୂଲ୍ୟରେ ଅର୍ଥାତ୍ ଲିଟର ପିଛା ୪୬ ଟଙ୍କାରେ ଉପଲବ୍ଧ ହେବ । ବର୍ତ୍ତମାନ କେବଳ କଟକ, ପୁରୀ ଓ ଭୁବନେଶ୍ବରରେ ଉପଲବ୍ଧ ହେୁଥିବା ବେଳେ ଖୁବଶୀଘ୍ର ରାଜ୍ୟ ବ୍ୟାପୀ ଏହା ଉପଲବ୍ଧ ହେବ । ସେପଟେ ଦୀର୍ଘଦିନ ଧରି କ୍ଷୀରର ମୂଲ୍ୟ ବୃଦ୍ଧି ପାଇନଥିବା ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା ।

ଦରଦାମ ବୃଦ୍ଧି ସାଙ୍ଗକୁ ଗୋଖାଦ୍ୟର ଦର ଦୁଗ୍ଧଚାଷୀଙ୍କ ପାଇଁ ଚିନ୍ତାର ବିଷୟ ଥିଲା । ତେବେ ବିଳମ୍ବରେ ହେଲେ ମଧ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି ପାଇଥିବାରୁ ଦୁଗ୍ଧ ଚାଷୀ ଖୁସି ବ୍ୟକ୍ତ କରିଛନ୍ତି।

"୨ ବର୍ଷ ପରେ ଓମ୍ଫେଡ଼ ରେଟ ଲିଟର ପିଛା ୨ଟଙ୍କା ବଢ଼ିଛି। ଯେଉଁଥିରୁ ୧ଟଙ୍କା ୩୫ ପଇସା ସିଧାସଳଖ ଦୁଗ୍ଧ ଚାଷୀଙ୍କ ପାଖକୁ ଯାଉଛି। ଆମର ଆନୁଷଙ୍ଗିକ ଖର୍ଚ୍ଚ ବି ରହିଛି ଏଣୁ ରେଟ ବଢ଼େଇଛୁ," କହିଛନ୍ତି ଓମ୍ଫେଡ଼ ଡିଜିଏମ ସୟଦ ଦୁରେଜ ଅହମ୍ମଦ୍।

କ୍ଷୀର ଦର ବୃଦ୍ଧି ସହିତ ବୃଦ୍ଧି ପାଇଛି ଚାହା କପର ମୂଲ୍ୟ । କପ ପିଛା ୧ଟଙ୍କା ବୃଦ୍ଧି କରିଛନ୍ତି ଦୋକାନୀ । ପେଟ୍ରୋଲ ଓ ଡିଜେଲ ସହିତ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ କ୍ଷୀରର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଗ୍ରାହକ ବି ଖୁସ । ଚାହା କପର ମୂଲ୍ୟ ପ୍ରଭାବିତ ନହେବା ପାଇଁ ଓମ୍ଫେଡ଼ ପକ୍ଷରୁ ବଜାରକୁ ଆସିଥିବା ଚାଏ ସ୍ପେଶାଲ କ୍ଷୀରକୁ ଗ୍ରାହକ କେତେ ଗ୍ରହଣ କରୁଛନ୍ତି ଏହାର ସ୍ବାଦ ଓ ମାନ କଣ ତାହା ଉପରେ ଚାହା କପର ମୂଲ୍ୟ ନିର୍ଭର କରୁଛି ବୋଲି କହିଛନ୍ତି ଚାହା ଦୋକାନୀ ।
Published by:Soumya Das
First published: