ନିଖୋଜ ପୁଅକୁ ଖୋଜୁଛନ୍ତି ପରିବାର ଲୋକେ; କେହି ବ୍ୟକ୍ତି ଦେଖିଲେ ଜଣାଇବାକୁ କରିଛନ୍ତି ଅନୁରୋଧ
- News18 Odia
- Last Updated :
- Khordha, India
News 18 Odia Digital
ଖୌର୍ଦ୍ଧା; କୁନା ବାରିକ ବୟସ ୨୦ବର୍ଷ, ପିଲାଟି ଖେଳୁଥିବା ସମୟରେ କେହି ଅଜଣା ବ୍ୟକ୍ତି ଉଠାଇ ନେଇଛି । ଗତ ଜୁଲାଇ ମାସ ୧୨ ତାରିଖରୁ ପିଲାଟି ନିରୁଦ୍ଦିଷ୍ଟ ରହିଛି। ଯେତେ ଖୋଜା ଖୋଜି କଲେ ମଧ୍ୟ କୌଣସି ଖୋଜ ଖବର ମିଳୁନି ।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଛକୁଡ଼ିପୁର ଗ୍ରାମର ସନ୍ତୋଷ କୁମାର ବାରିକ ଓ ଗୀତାଞ୍ଜଳି ବାରିକଙ୍କ ପୁଅ କୁନା ବାରିକ । କୁନା ଶାରୀରିକ ବିକଳାଙ୍ଗ। ଡାହାଣ ଗୋଡ଼ ଛୋଟା । ରଙ୍ଗ ଗୋରା ଅଟେ ଏବଂ ଉଚ୍ଚତା ୫ ଫୁଟ । ପରିବାର ଲୋକେ ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଧା ପିଲାଟିର ଖବର ମିଳିନାହିଁ । ତେଣୁ ସେମାନେ ଅନୁରୋଧ କରିଛନ୍ତି କି ଯଦି କେହି ଏହି ପିଲାଟିକୁ କେଉଁଠି ଦେଖନ୍ତି ତେବେ ଆମ ସହ ଯୋଗଯୋଗ କରନ୍ତୁ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।