ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା; ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ଗିରଫ କରିବାକୁ ଦାବି କଲେ ପରିବାର

ଶ୍ବେତାଙ୍କ ପରିବାର ଡିସିପିଙ୍କୁ ଅନେକ ତଥ୍ୟ ଦେଇଥିବାବେଳେ, ଶ୍ବେତାର‌ କିଛି ମେସେଜ ଓ ଚାଟ୍‌କୁ ଡିସିପିଙ୍କୁ ଦେଇଛନ୍ତି ପରିବାର। ଏହି ଘଟଣା ଉପରେ ଏବେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା

ଶ୍ୱେତାଙ୍କ ଆତ୍ମହତ୍ୟା ମାମଲା

  • Share this:
News18 Odia Digital

ଭୁବନେଶ୍ବର: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଆତ୍ମହତ୍ୟାକୁ ନେଇ ବଢୁଛି ସସପେନ୍ସ। ଘଟଣାକୁ ୭ ଦିନ ବିତିଥିଲେ ମଧ୍ୟ ଆତ୍ମହତ୍ୟାର କାରଣ ଖୋଜି ପାଉନି କମିଶନରେଟ ପୋଲିସ।

ଶ୍ୱେତାଙ୍କ ପୁରୁଷ ବନ୍ଧୁ ଏବେ କେଉଁଠି ତାହା ମଧ୍ୟ ସ୍ପଷ୍ଟ କରୁନି ତଦନ୍ତକାରୀ ଟିମ। ଝିଅର ନ୍ୟାୟ ପାଇଁ ଗୁରୁବାର ଭୁବନେଶ୍ୱର ଡିସିପିଙ୍କୁ ଭେଟିଛନ୍ତି ଶ୍ୱେତାଙ୍କ ପରିବାର। ଶ୍ୱେତାଙ୍କ କିଛି ସାଙ୍ଗକୁ ନମ୍ବର ଦେବାସହ ସେମାନଙ୍କୁ ପଚରାଉଚରା କଲେ ପୂରା ତଥ୍ୟ ସାମ୍ନାକୁ ଆସିବ ବୋଲି ଡିସିପିଙ୍କୁ ଭେଟି ଅବଗତ କରିଛନ୍ତି ପରିବାର ଲୋକେ।

ଶ୍ବେତାଙ୍କ ପରିବାର ଡିସିପିଙ୍କୁ ଅନେକ ତଥ୍ୟ ଦେଇଥିବାବେଳେ, ଶ୍ବେତାର‌ କିଛି ମେସେଜ ଓ ଚାଟ୍‌କୁ ଡିସିପିଙ୍କୁ ଦେଇଛନ୍ତି ପରିବାର। ଏହି ଘଟଣା ଉପରେ ଏବେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।
ସେହିପରି ପୋଲିସ ନିକଟରେ ଶ୍ବେତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପହଞ୍ଚିଛି। ଶ୍ବାସରୁଦ୍ଧ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଶରୀରର ଅନ୍ୟ କୌଣସି ସ୍ଥାନରେ କ୍ଷତ ଚିହ୍ନ ନାହିଁ। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏହି ଘଟଣା ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି।

ଖାଲି ଏତିକି ନୁହେଁ ବରଂ ସାମ୍ନାକୁ ଆସିଛି ଶ୍ୱେତାଙ୍କ ଡାଏରୀର କିଛି ପୃଷ୍ଠା। ଯେଉଁଥିରେ ଲେଖା ଅଛି, ‘‘ପ୍ଲିଜ ଭଗବାନ ଆଶୀର୍ବାଦ କରନ୍ତୁ ସବୁବେଳେ ଆମ ସମ୍ପର୍କ ଠିକ ରହୁ। ଦିନକୁ ଦିନ ଆମ ସମ୍ପର୍କରେ ପ୍ରେମ ବଢୁ। ଅଧିକ ପ୍ରେମ ସହିତ ଆମର ସମ୍ପର୍କକୁ ଠିକ ରଖନ୍ତୁ। ସୌମ୍ୟଜିତ ମହାପାତ୍ର ମୋତେ ଅଧିକ ଭଲ ପାଆନ୍ତି ଓ ଆମ ଭଲ ପାଇବା ବଢୁ। ସୌମ୍ୟଜିତ ଲଭ୍ସ ଶ୍ବେତା।’’

ଆଉ ଏହି ଡାଏରୀର ଏକ ପୃଷ୍ଠା ସାମ୍ନାକୁ ଆସିବା ପରେ ସୌମ୍ୟଜିତଙ୍କୁ ଶ୍ୱେତା କେତେ ଭଲ ପାଉଥିଲେ ତାହା ସ୍ପଷ୍ଟ ବାରି ହୋଇ ପଡୁଛି।

ସୂଚନାଯୋଗ୍ୟ, ଶ୍ୱେତାଙ୍କ ଆତ୍ମହତ୍ୟା ପଛରେ ପୁରୁଷ ବନ୍ଧୁ ସୌମ୍ୟଜିତ ମହାପାତ୍ରଙ୍କୁ ଅଭିଯୁକ୍ତ ସଜାଇଥିଲେ ପରିବାର। ଏନେଇ ପୋଲିସ ଆଇପିସି ଦଫା ୩୦୬ରେ ମାମଲା ରୁଜୁ କରିଛି। ହେଲେ ଏପର୍ଯ୍ୟନ୍ତ ସୌମ୍ୟଜିତଙ୍କୁ ପଚରାଉଚରା ନ କରିବାରୁ ପୋଲିସର ତଦନ୍ତକୁ ନେଇ ଉଠିଛି ପ୍ରଶ୍ନ।
Published by:Lipina Das
First published: