ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ହେଉଥିବା ମିଥ୍ୟା ପ୍ରଚାରକୁ ଖଣ୍ଡନ କଲେ ସାନ ଭଉଣୀ

ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ହେଉଥିବା ମିଥ୍ୟା ପ୍ରଚାରକୁ ଖଣ୍ଡନ କଲେ ସାନ ଭଉଣୀ

ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ସୋସିଆଲ ମିଡ଼ିଆରେ ନାନା ପ୍ରଚାର ହେଉଥିବାରୁ ପରିବାର ଲୋକେ ଟ୍ବିଟ୍ କରିଛନ୍ତି ।

ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ହେଉଥିବା ମିଥ୍ୟା ପ୍ରଚାରକୁ ଖଣ୍ଡନ କଲେ ସାନ ଭଉଣୀ
ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ସୋସିଆଲ ମିଡ଼ିଆରେ ମିଥ୍ୟା ପ୍ରଚାର
  • News18 Odia
  • Last Updated: October 1, 2021, 3:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର/କଟକ: ନିକଟରେ କଟକ ମୁଣ୍ଡଳୀ ବ୍ରିଜ୍‌ ନିକଟରେ ମହାନଦୀରେ ପାଣି ଘେରରେ ବିପଜ୍ଜନକ ପରିସ୍ଥିତିରେ ଫସି ରହିଥିବା ଏକ ହାତୀକୁ ଉଦ୍ଧାର କରିବା ବେଳେ ଓଡ୍ରାଫ ବୋଟ୍‌ ଓଲଟିବା ଓ ଓଟିଭି ଚ୍ୟାନେଲର ଯୁବ ସାମ୍ବାଦିକ ଅରିନ୍ଦମ୍‌ ଦାସଙ୍କ ମୃତ୍ୟୁ ଘଟିବା ଘଟଣା ସମସ୍ତଙ୍କୁ ଚକିତ କରିଥିଲେ । ସାରା ଓଡ଼ିଶାକୁ ମର୍ମାହତ କରିଥିଲା ଏହି ଘଟଣା । କେହି ବିଶ୍ବାସ କରିପାରୁନଥିଲେ ଯେ ସତରେ ଲାଇଭ୍ କରୁଥିବା ସାମ୍ବାଦିତ ଅରିନ୍ଦମ ଆଉ ଏହି ଦୁନିଆରେ ନାହିଁନ୍ତି । ଇତିମଧ୍ୟରେ ତାଙ୍କ ଘର ଲୋକଙ୍କ ପକ୍ଷରୁ ଏକ ଟ୍ବିଟ ସାମ୍ନାକୁ ଆସିଛି ।

କଥାଟି ହେଲା ଯେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ସୋସିଆଲ ମିଡ଼ିଆରେ ନାନା ପ୍ରଚାର ହେଉଥିବାରୁ ପରିବାର ଲୋକେ ଟ୍ବିଟ୍ କରିଛନ୍ତି ।

ଲୋକଙ୍କଠୁ ଅରିନ୍ଦମଙ୍କ ପରିବାର ଆର୍ଥିକ ସହାୟତା ଆଶା କରୁଥିବା ଖବର ମିଥ୍ୟା, ଏହାକୁ ବିଶ୍ବାସ ନ କରିବାକୁ ଅରିନ୍ଦମଙ୍କ ସାନ ଭଉଣୀ ଟ୍ବିଟରେ ଲେଖିଛନ୍ତି । ଆମର ଯୌଥ ପରିବାର ଯେକୌଣସି ଆର୍ଥିକ ବୋଝ ଉଠାଇବାକୁ ଆମେ ସମର୍ଥ ବୋଲି ଭଉଣୀ ଟ୍ବିଟରେ କହିଛନ୍ତି ।

ଲଗାତାର ବର୍ଷା ଓ ହୀରାକୁଦ ଡ୍ୟାମରୁ ଜଳ ଛଡ଼ାଯିବା ପରେ ପୂର୍ଣ୍ଣ କ୍ଷମତାରେ ପ୍ରବାହିତ ହେଉଥିବା ମହାନଦୀରେ ଗତ ଶୁକ୍ରବାର ଦିନ ଫସି ରହିଥିବା ହାତୀଟିକୁ ଉଦ୍ଧାର କରିବାକୁ ଚାଲିଥିବା ପ୍ରୟାସ ମଧ୍ୟରେ ଏହି ଅଘଟଣ ଘଟିଥିଲା ।

ହାତୀକୁ ଉଦ୍ଧାର କରିବାକୁ ମହାନଦୀ ଭିତରକୁ ପଶିଥିବା ଉଦ୍ଧାରକାରୀ ଦଳର ଗୋଟିଏ ବୋଟ୍‌ ପାଣିର ଦ୍ରୁତ ପ୍ରବାହ ଯୋଗୁଁ ଓଲଟି ପଡ଼ିଥିଲା । ବୋଟରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ମୋ’ଟ ଆଠ ଜଣ ଥିଲେ । ହାତୀର ନିକଟରତର ହେବା ସମୟରେ ମହାନଦୀର ପ୍ରଖର ସୁଅରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଟ୍ । ଏହା ବ୍ୟାରେଜର ଗୋଟିଏ ପିଲାରରେ ପିଟି ହୋଇଯାଇଥିଲା ବୋଲି କୁହାଯାଉଛି । ଓଡ୍ରାଫ୍‌ ଟିମର କିଛି ସଦସ୍ୟ ବ୍ୟାରେଜର ଅନ୍ୟ ପଟକୁ ଭାସି ଯାଇଥିଲେ ।
Published by: Lipina Das
First published: October 1, 2021, 3:20 PM IST