ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଦିବସ; ଜାଣନ୍ତୁ ଏହି ମହାନ ସ୍ରଷ୍ଟାଙ୍କ ବିଷୟରେ

ଓଡ଼ିଆମାନଙ୍କ ସ୍ବାଭିମାନ ଲାଗି ଲଢ଼େଇ କରିବାରେ ପ୍ରମୁକ ଭୂମିକା ଗ୍ରହଣ କରିବା ସହିତ ତାଙ୍କୁ ଓଡ଼ିଶାର ଜାତୀୟତାବାଦୀ କବିଭାବେ ଓଡ଼ିଶାବାସୀ ସବୁଦିନ ପାଇଁ ମନେ ରଖିବେ ।

ଆଜି ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜନ୍ମ ଦିବସ; ଜାଣନ୍ତୁ ଏହି ମହାନ ସ୍ରଷ୍ଟାଙ୍କ ବିଷୟରେ
ଫକୀରମୋହନ ସେନାପତି
  • News18 Odia
  • Last Updated: January 15, 2020, 5:49 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଓଡ଼ିଆ ସାହିତ୍ୟକୁ ଯେଉଁକେତେଜଣ ନିଜର ଲେଖନୀ ଚାଳନା ଦ୍ବାରା ରୁଦ୍ଧିମନ୍ତ କରିଛନ୍ତି ତଥା ଓଡ଼ିଆ ଲୋକଙ୍କୁ ସ୍ବାଭିମାନ ହେବା ଶିଖାଇଥିବା ମହାନ ବରପୁତ୍ର ହେଉଛନ୍ତି ଫକୀରମୋହନ ସେନାପତି । ସେଥିପାଇଁ ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ପ୍ରତିଷ୍ଠିତ କବି ମାୟାଦର ମାନସିଂ ଫକୀରମୋହନଙ୍କୁ ପ୍ରଖ୍ୟାତ ଇଂଲିଶ ଲେଖକ ଥମାସ୍ ହାର୍ଡ଼ିଙ୍କ ସହ ତାଙ୍କୁ ତୁଳନା କରି ତାଙ୍କୁ ଓଡ଼ିଶାର ଥମାସ୍ ହାର୍ଡ଼ି ବୋଲି ଅଭିହିତ କରିଥିଲେ ।

ବାଲ୍ୟ ଜୀବନ

ବାଲେଶ୍ବର ଜିଲ୍ଲାର ଏକ ଅତି ସାଧାରଣ ପରିବାରରେ ଫକୀରମୋହନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଲକ୍ଷ୍ମଣଚରଣ ସେନାପତି ଓ ମାତଙ୍କ ନାମଥିଲା ତୁଳସୀ ଦେବୀ ସେନାପତି । ଫକୀରମୋହନଙ୍କୁ ମାତ୍ର ଦେଢ଼ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା ଏବଂ ଏହାର ୧୪ ମାସ ପରେ ତାଙ୍କ ମାତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ତେଣୁ ତାଙ୍କ ଜେଜେମା ତାଙ୍କର ଲାଳନ ପାଳନ କରିଥିଲେ । ଫକୀରମୋହନଙ୍କ କକା ସେ ପାଠ ପଢ଼ନ୍ତୁ ବୋଲି ଚାହୁଁନଥିଲେ । ତାଙ୍କର ଖରାପା ସ୍ବାସ୍ଥ୍ୟ ଯୋଗୁଁ ସେ ଡେରିରେ ପାଠ ପଢ଼ା ଆରମ୍ଭ କରିଥିଲେ । ପାଠପଢ଼ା ଖର୍ଚ୍ଚ ବହନ କରିବା ଲାଗି ତାଙ୍କୁ ଛୋଟ ବେଳୁ କାମ କରିବାକୁ ପଡ଼ିଥିଲା । ଫକୀରମୋହନ ସେତେବେଳେ ମୟୁରଭଞ୍ଜ ରାଜାଙ୍କ ଦେଓ୍ବାନ ଭାବେ କାର୍ଯ୍ୟକରୁଥିଲେ ।

ଫକୀରମୋହନଙ୍କ କୃତି

ଓଡ଼ିଆ ସାହିତ୍ୟ ଜଗତରେ ଫକୀରମୋହନଙ୍କ କୃତ ସର୍ବଦା ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇରହିବ । ତାଙ୍କର ଲେଖାଗୁଡ଼ିକ ସମାଜର ତାତ୍କାଳିକ ଅବସ୍ଥାକୁ ନେଇ ତାଙ୍କର ପରିପ୍ରକାଶ ପାଉଥିଲା । ତାଙ୍କରେ ସର୍ବଶ୍ରେଷ୍ଠ କୃତି ମଧ୍ୟରେ ‘ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ, ଲଚ୍ଛମା ପ୍ରଭୃତି ଅନ୍ୟତମ । ଛଅମାଣ ଆଠଗୁଣ୍ଠ ଉପନ୍ୟାସରେ ସେ ସମୟର ମହାଜନି ବ୍ୟବସ୍ଥାର ଘୃଣ୍ୟ ଚିତ୍ରକୁ ଅତି ସାବଲୀଳ ଭାଷାରେ ପ୍ରସ୍ତୁତ କରିଥିଲେ ବ୍ୟାସକବି । ପରେ ଏହି ଉପନ୍ୟାସକୁ ନେଇ ଏକ ଓଡ଼ିଆ ଚଳଚିତ୍ର ପ୍ରସ୍ତୁତ ହୋଇଥିବାବେଳେ ତାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନହୋଇ ରହିଛି । ପରେ ତାଙ୍କର ଅନ୍ୟ ଉପନ୍ୟାସ ଗୁଡ଼ିକୁ ଧାରବାହିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର କରାଯାଇଛି ଏବଂ ଲୋକପ୍ରିୟ ମଧ୍ୟ ହୋଇଛି । ସେହିପରି ତାଙ୍କର କ୍ଷୁଦ୍ର ଗଳ୍ପ ଗୁଡ଼ିକ ମଧ୍ୟ ଜନମାନସରେ ଛାପ ସୃଷ୍ଟି କରିବା ସହ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଧାରା ପ୍ରଦାନ କରିଥିଲା । ୧୮୯୮ରେ ରେବତୀ ଗଳ୍ପ ଓଡ଼ିଶାର ଏକ ନିପଟ ମଫସଲରେ ରହୁଥିବା ଜଣେ ଝିଅ ଯିଏକି ସେତେବେଳର ରକ୍ଷଣଶୀଳ ସମାଜ ବ୍ୟବସ୍ଥା ଭିତରେ ଶିକ୍ଷାପାଇଁ ସଂଘର୍ଷ କିପରି ସଂଘର୍ଷ କରୁଛି ତାହାକୁ ଦର୍ଶାଯାଇଛି । ଏହାଛଡ଼ା ତାଙ୍କ ହାସ୍ୟରସାତ୍ମକ ଗଳ୍ପ ପେଟେଣ୍ଟ ମେଡିସିନ୍ ତାଙ୍କୁ ଜଣେ ସର୍ବମାନ୍ୟ ଲେଖକ ଭାବେ ପ୍ରତିଷ୍ଠିତ କରିଦେଇଥିଲା । ଫକୀରମୋହନ ସେନାପତି ପ୍ରଥମ ଓଡ଼ିଆ ଲେଖକ ଭାବେ ନିଜର ଜୀବନ ବୃତାନ୍ତ ‘ଆତ୍ମଜୀପବନ ଚରିତ’ ଲେଖିଥିଲେ ।

ତାଙ୍କ ଲେଖା ସେତେବେଳେ ଅସ୍ତିତ୍ବ ପାଇଁ ବଙ୍ଗଳା ଭାଷା ସହ ସଂଘର୍ଷ କରୁଥିବା ଓଡ଼ିଆ ଭାଷାର ମୂଳଦୁଆକୁ ସୁଦୃଢ଼ କରିବାରେ ବିଶେଷ ଭୂମିକା ଗ୍ରହଣ କରିଥିଲା । କାରଣ ବଙ୍ଗାଳୀ ଭାଷ ସମୃଦ୍ଧ ଥିବାରୁ ସେମାନ ଓଡ଼ିଆକୁ ଏକ ଭାଷାଭାବେ ଗ୍ରହଣ କରୁନଥିଲେ । କିନ୍ତୁ ଫକୀରମୋହନଙ୍କ ଲେଖନୀଚାଳନା ଯୋଗୁଁ ଓଡ଼ିଆ ଭାଷା ଉପରେ ଲାଗିବାକୁ ଥିବା କଳାବାଦଲ ହଟିଯାଇଥିଲା ।

ତାଙ୍କ ସମ୍ମାନରେ ତାଙ୍କର ଜନ୍ମସ୍ଥାନ ବାଲେଶ୍ବର ଜିଲ୍ଲାରେ ଫକୀରମୋହନ କଲେଜ ଏବଂ ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ଓଡ଼ିଶା ସରକାର ବାଲେଶ୍ବରଠାରେ ନିର୍ମିତ ମେଡିକାଲ କଲେଜକୁ ତାଙ୍କ ନାମରେ ନାମିତ କରି ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି । ତାଙ୍କ ନାମରେ ୧୯୯୩ରେ ଏକ ଡାକଟିକଟ ମଧ୍ୟ ଜାରି କରାଯାଇଛି ।

 
First published: January 15, 2020, 5:49 PM IST