କଟକ: ସେ ଇନ୍‌କମ୍ ଟ୍ୟାକ୍ସ କାର୍ଯ୍ୟାଳୟର ବରଖାସ୍ତ ପିଅନ, ହେଲେ ‘ଅଫିସର୍‌’ କହି ଲୋକଙ୍କୁ ଠକୁଥିଲା

ଏତାଲା ପାଇବା ମାତ୍ରେ ସେହି ତଥାକଥିତ ଟ୍ୟାକ୍ସ ଅଫିସର ଜଣକ ଯେ ଅସଲି ନୁହଁନ୍ତି ନକଲି ତାହା ଜାଣି ସାରିଥିଲା ପୋଲିସ । ପୂର୍ବରୁ ବି ଜଣେ ବ୍ୟବସାୟୀଙ୍କୁ ଠକିବା ଅଭିଯୋଗରେ ତାକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଥିଲା ।

କଟକ: ସେ ଇନ୍‌କମ୍ ଟ୍ୟାକ୍ସ କାର୍ଯ୍ୟାଳୟର ବରଖାସ୍ତ ପିଅନ, ହେଲେ ‘ଅଫିସର୍‌’ କହି ଲୋକଙ୍କୁ ଠକୁଥିଲା
ଗିରଫ ହେବା ପରେ ଅଭିଯୁକ୍ତ ଉମାକାନ୍ତ ରାଉତ; (ଡାହାଣ) ମାଲଗୋଦାମ ଥାନା
  • News18 Odia
  • Last Updated: September 24, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ନିଜକୁ ସେଲ୍‌ସ୍‌ ଟ୍ୟାକ୍ସ ଅଫିସର ବୋଲି ପରିଚୟ ଦେଇ ବ୍ୟବସାୟୀମାନଙ୍କୁ ଠକିବା ଅଭିଯୋଗରେ ଜଣେ ପେଶାଦାର ଠକକୁ ଗରିଫ କରିଛି କଟକ ମାଲଗୋଦାମ ପୋଲିସ । ଗିରଫ ଅଭିଯୁକ୍ତର ନାଁ ଉମାକାନ୍ତ ରାଉତ ଓ ଘର ଜଗତସିଂପୁରର ହଳଦୀଆପଡ଼ା । କିନ୍ତୁ ତା’ର ଅପରେସନ ଏରିଆ ହେଉଛି କଟକ ମାଲଗୋଦାମ ।

ମାଲଗୋଦାମ ଅଞ୍ଚଳରେ ଏକ ହାର୍ଡୱେଆର ଦୋକାନ କରିଥିବା ବ୍ୟବସାୟୀ ଆଶିଷ ସାହୁ ଗତ ୨୨ ତାରିଖ ଦିନ ମାଲଗୋଦାମ ଥାନାର ଦ୍ବାରସ୍ଥ ହୋଇଥିଲେ । ସେ ଦାୟର କରିଥିବା ଏତାଲା ମୁତାବକ ଜଣେ ବ୍ୟକ୍ତି ନିଜକୁ ସେଲ୍ସ୍‌ ଟ୍ୟାକ୍ସ ଅଫିସର ବୋଲି ପରିଚୟ ଦେଇ ତାଙ୍କ ଠାରୁ ଏକ ଲକ୍ଷ ଟଙ୍କା ଦାବି କରୁଛି । ଟଙ୍କା ନ ଦେଲେ ତାଙ୍କ ଘର ସହିତ ଦୋକାନରେ ରେଡ କରିବାକୁ ଧମକ ଦେଇ ବାରମ୍ବାର ଫୋନ କରୁଛି ।

ଏତାଲା ପାଇବା ମାତ୍ରେ ସେହି ତଥାକଥିତ ସେଲ୍ସ ଟ୍ୟାକ୍ସ ଅଫିସର ଜଣଙ୍କ ଅସଲି ନୁହଁନ୍ତି ନକଲି ବୋଲି ଜାଣି ସାରିଥିଲା ପୋଲିସ । କାରଣ ମାଲଗୋଦାମ ପୋଲିସ ସହିତ ସମ୍ପୃକ୍ତ ନକଲି ସେଲ ଟ୍ୟାକ୍ସ ଅଫିସରର ପୁରୁଣା ପରିଚୟ ଥିଲା । ପୂର୍ବରୁ ବି ଜଣେ ବ୍ୟବସାୟୀଙ୍କୁ ଠକିବା ଅଭିଯୋଗରେ ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହି ନୂଆ ଅଭିଯୋଗ ପାଇବା ପୋଲିସ ସେହି ତଥାକଥିତ ଅଫିସରଙ୍କୁ ଖୋଜିବା ପାଇଁ ତାଙ୍କ ଘର ସହିତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କଲା । ଶେଷରେ ୨୩ ତାରିଖ ସକାଳ ସାଢେ ୬ଟା ବେଳେ କଟକର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରି ତାକୁ ଗିରଫ କରିଥିଲା ଓ କୋର୍ଟ ଚାଲାଣ କରିଥିଲା ।

ନକଲି ସେଲ ଟ୍ୟାକ୍ସ ଅଫିସରଙ୍କ ୫୯ ବର୍ଷ ବୟସ୍କ ଉମାକାନ୍ତ ରାଉତଙ୍କ ଘର ଜଗତସିଂପୁର ଜିଲ୍ଲା ବିରିଡ଼ି ବ୍ଲକର ହଳଦିଆପଡ଼ାରେ । ସେ କେବଳ ନକଲି ସେଲ ଟ୍ୟାକ୍ସ ଅଫିସର ନୁହେଁ, ବରଂ ବେଳେ ବେଳେ ଇନକମ୍‌ ଟ୍ୟାକ୍ସ ଅଫିସର ଭୂମିକାରେ ବି ଅବତୀର୍ଣ୍ଣ ହୁଅନ୍ତି । ରୀତିମତ କୋଟି କୋଟି ଟଙ୍କାର ବ୍ୟବସାୟ କରୁଥିବା ବଡ଼ ବଡ଼ ବ୍ୟବସାୟୀମାନଙ୍କୁ ଟାର୍ଗେଟ କରିବା ତାଙ୍କର ଅଭ୍ୟାସ ।

ପୋଲିସ ଠାରୁ ମିଳିଥିବା ତଥ୍ୟ ମୁତାବକ ଅଭିଯୁକ୍ତ ଉମାକାନ୍ତ ଆୟକର ବିଭାଗର ଜଣେ ପୂର୍ବତନ କର୍ମଚାରୀ । ୧୯ ବର୍ଷ ଧରି କଟକ ସ୍ଥିତ ଆୟକର କାର୍ଯ୍ୟାଳୟରେ ପିଅନ ଭାବେ କାମ କରିବା ପରେ ଅସାଧୁ ଉପାୟରେ ଅର୍ଥ ରୋଜଗାର କରିବା ଅଭିଯୋଗରେ ଉମାକାନ୍ତକୁ ସେଠାରୁ ବିଦା ହେବାକୁ ପଡ଼ିଥିଲା । ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ତାଗିଦ ସତ୍ବେ ସେ ନିଜର କାର୍ଯ୍ୟକଳାପ ଜାରି ରଖିବାରୁ ତାକୁ ୫ ବର୍ଷ ତଳେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ସେବେ ଠାରୁ ସେ ଏହି ଉପାୟରେ ଲୋକଙ୍କୁ ଠକି ଚାଲିଛି ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲାକୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେ

ଏହା ବି ପଢ଼ନ୍ତୁ ଚାକିରି କରୁଥିବା ଲୋକଙ୍କ ପାଇଁ ଖୁସି ଖବରEPF ରେ ମିଳୁଥିବା ସୁଧ ହାର ସ୍ଥିର ହେଲାଏହି ମାସରେ ଆସିବ ଟଙ୍କା

‘‘ତା ନାଁରେ ମୋଟ ୪ଟି ମାମଲା ଥିବା ଜଣା ପଡ଼ିଛି । ଆମ ଥାନାରେ ତା’ ନାଁରେ ତିନିଟି ମାମଲା ରହିଛି । ଆଉ ଗୋଟିଏ ମାମଲା ଚାଉଳିଆଗଞ୍ଜ ଥାନାରେ ରହିଛି । ସବୁ ଯାକ ବ୍ୟବସାୟୀମାନଙ୍କୁ ଠକେଇ ସମ୍ବନ୍ଧୀୟ ମାମଲା । ପୂର୍ବରୁ ତାକୁ ଆମେ ଧରି କୋର୍ଟ ଚାଲାଣ କରିଥିଲୁ । ଗତ ଜୁଲାଇ ମାସରେ ଜଣେ ବ୍ୟବସାୟୀଙ୍କୁ ଠକିବା ପାଇଁ ତାଙ୍କ ଦୋକାନକୁ ଆସିଥିବା ବେଳେ ସେହି ବ୍ୟବସାୟୀ ଜଣକ ଜାଣି ପାରିବାରୁ ସେ ସେଠାରୁ ଦୈଡ଼ି ପଳାଇଥିଲା । ସେହି ଦିନ ଠାରୁ ଆମେ ତାକୁ ଖୋଜୁଥିଲୁ,’’ କହିଛନ୍ତି ମାଲଗୋଦାମ ଥାନାର ଜଣେ ପୋଲିସ ଅଧିକାରୀ ।



ଉମାକାନ୍ତ ନାଁରେ ଏପର୍ଯ୍ୟନ୍ତ ଚାରିଟି ମାମଲା ରୁଜୁ ହୋଇଥିଲେ ବି ସେ ବାସ୍ତବରେ ଅନେକ ବ୍ୟବସାୟୀଙ୍କୁ ଠକିଛି । Dନେକ ବ୍ୟବସାୟୀ ଥାନାରେ ମାମଲା ରୁଜୁ କରି ନ ଥିବା ପୋଲିସ ସୁତ୍ରରୁ ଜଣା ପଡ଼ିଛି । ସେ ବାରମ୍ବାର ଏହି କାଣ୍ଡ କରୁଥିବାରୁ ଏଥର ତା’ ବିରୁଦ୍ଧରେ ପେଶାଦାର ଅପରାଧୀ ବା ସିଆରପିସିର ଧାରା ୧୧୦ ଆଧାରରେ ମାମଲା ରୁଜୁ କରିଛି ମାଲଗୋଦାମ ପୋଲିସ ।
Published by: Anand Shankar Thankur Das
First published: September 24, 2020, 11:59 PM IST
corona virus btn
corona virus btn
Loading