ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»‘ବାର ହାତ ଖଣ୍ଡା’ ନାମକ ଫିଲ୍ମ ତିଆରି କରୁଥିଲେ ଗିରଫ ହୋଇଥିବା ଭଣ୍ଡ ବାବା ବିଜୟାନନ୍ଦ

‘ବାର ହାତ ଖଣ୍ଡା’ ନାମକ ଫିଲ୍ମ ତିଆରି କରୁଥିଲେ ଗିରଫ ହୋଇଥିବା ଭଣ୍ଡ ବାବା ବିଜୟାନନ୍ଦ

ଠକେଇରୁ ପାଇଥିବା ଟଙ୍କାରେ ହିଁ ଭଣ୍ଡ ବାବା ବିଜୟାନନ୍ଦ ଏହି ଓଡ଼ିଆ ଫିଲ୍ମ ନିର୍ମାଣ କରୁଥିଲେ । ଏହାର ନାମକରଣ ଉତ୍ସବରେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ।

‘ବାର ହାତ ଖଣ୍ଡା’ ନାମକ ଫିଲ୍ମ ତିଆରି କରୁଥିଲେ ଗିରଫ ହୋଇଥିବା ଭଣ୍ଡ ବାବା ବିଜୟାନନ୍ଦ
ବାବା ବିଜୟାନନ୍ଦ; (ଡାହାଣ) ଫିଲ୍ମର ନାମକରଣ ଉତ୍ସବରେ ପ୍ରସନ୍ନ ପାଟଶାଣୀ
  • News18 Odia
  • Last Updated: August 27, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଶାଖା ହାତରେ ଗିରଫ ହୋଇ ଜେଲ ଯାଇଥିବା ଆତ୍ମଘୋଷିତ ଭଣ୍ଡ ବାବା ବିଜୟାନନ୍ଦ ଚୌଧୁରୀଙ୍କ ନାଁରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ବ୍ରହ୍ମପୁର ଅଞ୍ଚଳର ଜଣେ କଣ୍ଟ୍ରାକ୍ଟରଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକିଥିବା ନେଇ ଇ.ଓ.ଡବ୍ଲ୍ୟୁ.ରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଛି । ଠକେଇ ଟଙ୍କାରେ ଭଣ୍ଡବାବା ବିଜୟାନନ୍ଦ ଓଡି଼ଆ ସିନେମା ସୁଟିଂ ଆରମ୍ଭ କରିଥିଲେ ।

ଠକେଇ ଟଙ୍କାରେ ସିନେମା ଦୁନିଆରେ ପାଦ ଥାପି ଆତ୍ମଘୋଷିତ ବାବା ବିଜୟାନନ୍ଦ ‘ବାର ହାତ ଖଣ୍ଡା’ ନାମକ ଏକ ଓଡି଼ଆ ଫିଲ୍ମ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ । ଏଥି ପାଇଁ ଫିଲ୍ମର ନାମକରଣ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ସାଂସଦ ଡଃ ପ୍ରସନ୍ନ ପାଟଶାଣୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍‌ ୨୧ ଫାଇଟର୍‌ ଜେଟ୍‌; ଜଳିଗଲା ବିମାନ ସହ ଘର

“ବିଜୟାନନ୍ଦ ଗିରଫ ହେବା ପରେ ତାଙ୍କ ନାମରେ ଆଉ କିଛି ଠିକାଦାର ଅଭିଯୋଗ କରିଛନ୍ତି । ସେ ସବୁ ଅଭିଯୋଗର ତଥ୍ୟ ପ୍ରମାଣକୁ ନେଇ ଏବେ ତଦନ୍ତ କରାଯାଉଛି । ବିଜୟାନନ୍ଦ ଠକେଇ ଠଙ୍କା କେଉଁଠି କେଉଁଠି ବିନିଯୋଗ କରିଛନ୍ତି ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରାଯାଉଛି । ଏବେ ସୁଦ୍ଧା ଯାହା ସୂଚନା ମିଳିଛି ଏକ ଫିଲ୍ମ ନିର୍ମାଣରେ ତାଙ୍କର ଟଙ୍କା ଲାଗିଛି । ତେଣୁ ସେ ଦିଗରେ ତଦନ୍ତ କରାଯାଉଛି,” କହିଛନ୍ତି ଇ.ଓ.ଡବ୍ଲ୍ୟୁ. ଏସ୍‌.ପି. ବି.ଜି ମହାନ୍ତି ।

ଭଣ୍ଡ ବାବା ବିଜୟାନନ୍ଦ


ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

ଭଣ୍ଡବାବା ବିଜୟାନନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟର ବି ଖୋଳତାଡ ଆରମ୍ଭ କରିଛି ପୋଲିସ । ତାଙ୍କର ଏଚ.ଡି.ଏଫ୍‌.ସି. ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଜବତ କରାଯାଇଛି । ବିଜୟାନନ୍ଦଙ୍କ ସେହି ବ୍ୟାଙ୍କ ଆକାଉଣ୍ଟରେ ୧୨ ଲକ୍ଷ ଟଙ୍କା ଥିବା ଜଣାପଡି଼ବା ପରେ ସେହି ଟଙ୍କାକୁ ଫ୍ରିଜ୍‌ କରି ଦିଆଯାଇଛି ।

ଏହା ବି ପଢ଼ନ୍ତୁ | ନାବାଳିକାକୁ ରେପ୍ କରିଥିଲେ ମେଘାଳୟର ଏହି ପୂର୍ବ MLA; ତାଙ୍କୁ ମିଳିଲା ୨୫ ବର୍ଷ ଜେଲ୍ ଦଣ୍ଡ

‘‘ବାବାଙ୍କର ଆଉ ଏକ ବ୍ୟାଙ୍କ୍‌ ଆକାଉଣ୍ଟର ଏବେ ଖୋଳତାଡ ଚାଲିଛି । ତାଙ୍କ ମୋବାଇଲ ଫୋନକୁ ଜବତ କରାଯାଇଛି । ସେଥିରୁ ଅନେକ କିଛି ପ୍ରମାଣ ମିଳି ପାରିବ ବୋଲି ଆଶା କରାଯାଉଛି । ସେହି ମୋବାଇଲ ଫୋନକୁ ଫରେନସିକ୍ ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବରେଟରୀକୁ ପଠାଯିବ,” ବୋଲି କହିଛନ୍ତି ଇ.ଓ.ଡବ୍ଲ୍ୟୁ. ଏସ୍‌.ପି. ବି.ଜି. ମହାନ୍ତି ।

ଏହା ବି ପଢ଼ନ୍ତୁ | ଯିବେ କୁଆଡ଼େ ଆଫଗାନ୍ଶରଣାର୍ଥୀମାନେ? ଅଧିକାଂଶ ମୁସଲିମ୍ଦେଶ ସେମାନଙ୍କୁ ନେବାକୁ ଚାହୁଁନାହାନ୍ତି

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର (ଓ.ଟି.ଡି.ସି.) ବିଭିନ୍ନ ପର୍ଯ୍ୟଟନ ସ୍ଥଳରେ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଜାଲ୍‌ ୱାର୍କ ଅର୍ଡ଼ର ଦେଇ ଜଣେ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକିଥିବା ନେଇ ଅଭିଯୋଗ ହେବା ପରେ ଭଣ୍ଡବାବା ବିଜୟାନନ୍ଦଙ୍କୁ ଗିରଫ କରି ଜେଲ ପଠାଇଛି ଇ.ଓ.ଡ.ବ୍ଲ୍ୟୁ. । ତାଙ୍କ ସହ ତା ସହଯୋଗୀ ଚନ୍ଦନ ମଧ୍ୟ ଗିରଫ ହୋଇଛି ।



ଏବେ ସୁଦ୍ଧା ବିଜୟାନନ୍ଦଙ୍କ ନାମରେ ଦୁଇଟି ମାମଲା ଇ.ଓ.ଡ.ବ୍ଲ୍ୟୁ. ପାଖରେ ରୁଜୁ ହୋଇଥିବା ୧୦ରୁ ଅଧିକ ଅଭିଯୋଗର ତଥ୍ୟ ଖୋଜୁଛି ତଦନ୍ତକାରୀ ସଂସ୍ଥା ।
Published by: Anand S.T. Das
First published: August 27, 2021, 11:59 PM IST