News 18 Odia Digital
ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ସହରର ଏକ ଘରେ ଚାଲିଥିଲା ନକଲି ମୋବିଲ କାରଖାନା (company) । ପୋଲିସ ଚଢ଼ାଉ କରି ୧୨ ଶହରୁ ଅଧିକ ଲିଟର ନକଲି ମୋବିଲ (duplicate mobil) ଜବତ କରିବା ସହ ଜଣକୁ ଗିରଫ (arrest) କରିଛି । ଅସଲି ଡବା ଓ ଷ୍ଟିକର ଲଗାଇ ଚାଲିଥିଲା ବ୍ୟବସାୟ (business) ।
ରାଉରକେଲା (raurkela) ସହରର ପ୍ଲାଣ୍ଟ୍ ସାଇଟ ଥାନା ଅନ୍ତର୍ଗତ ଲାଲାରୋଡ଼ ଅଞ୍ଚଳର ଏକ ଘରେ ନକଲି ମୋବିଲର ପ୍ରସ୍ତୁତି କରିବା ଅଭିଯୋଗରେ ରେଡ୍ । ପ୍ଲାଣ୍ଟ ସାଇଟ୍ ପୋଲିସ ଚଢ଼ାଉ କରି ୧୨୦୦ରୁ ଅଧିକ ଲିଟର ନକଲି ମୋବିଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସେହିପରି ବିଭିନ୍ନ ନାମୀଦାମୀ କମ୍ପାନୀର ଷ୍ଟିକର, ଖାଲି ବୋତଲ, ନକଲି ମୋବିଲ ପ୍ରସ୍ତୁତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ବେଆଇନ ଭାବେ ଏଠାରେ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଅନ୍ୟପଟେ ସହରରେ ଏହି ରାକେଟ କେବେଠାରୁ ଏବଂ କେମିତି ଚାଲୁଛି ତାର ମୂଳ ପର୍ଯ୍ୟନ୍ତ ତଦନ୍ତ (investigation) କରିବାକୁ ଦାବି ହୋଇଛି ।
ଏହି ଖବର ପଢ଼ନ୍ତୁ -
http://ପଞ୍ଜାବ ପୋଲିସର ହୋସ୍ ଉଡ଼ାଇଲେଣି ୩୦ ବର୍ଷୀୟ ଅମ୍ରିତପାଲ୍ ସିଂହ !ଅନ୍ୟପଟେ ପୋଲିସ କହିଛି ଏମାନେ ବାହାରୁ ତଥା କୋଲକାତାରୁ ଆଣି ବିକ୍ରି କରୁଥିଲେ ମୋବିଲ୍ । ଆଉ ଏହା ଯେମିତି ଅସଲି ବୋଲି ଜଣାପଡ଼ିବ, ସେଥିପାଇଁ ନାମୀବ୍ରାଣ୍ଡର ଖାଲି ବୋତଲ ଓ ଷ୍ଟିକର ବ୍ୟବହାର କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଟିମ୍ ଏବଂ ମାଜିଷ୍ଟ୍ରେଟ, ସାଇଣ୍ଟିଫିକ ଟିମ୍ ଧରି ଚଢ଼ାଉ କରିବା ସହ ତଦନ୍ତ ଜାରି ରଖିଛି ।
ତେବେ ଏହି ଖବର ଜଣାପଡିବା ପରେ ସ୍ଥାନିୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ, ଆମେ ଯେଉଁ ମୋବିଲ୍ ଗାଡିରେ ପକାଇଛୁ ତାହା ଅସଲି ନା ନକଲି ? ଯଦି ନକଲି ମୋବିଲ୍ ହୋଇଥାଏ ତେବେ ତାହା ଗାଡିର ଇଞ୍ଜିନକୁ ଖରାପ କରିପାରେ । ତେଣୁ ଲୋକଙ୍କ ମନରେ ଭୟ ରହିଛି । ଏଥିସହ ଖବର ପ୍ରସାରିତ ହେବା ପରେ ରାଉରକେଲା ସମେତ ଅନ୍ୟ ଅ଼ଞ୍ଚଳର ଲୋକେ ମଧ୍ୟ ଗାଡିରେ ମୋବିଲ ପକାଇବା ସମୟରେ ସତର୍କତା ଅବଲମ୍ୱନ କରିବେ ବୋଲି ମତ ଦେଇଛନ୍ତି । ରାଉରକେଲାରୁ କେଉଁ ଅଞ୍ଚଳକୁ ମୋବିଲ ଯୋଗାଇଦିଆଯାଉଥିଲା ଏବଂ ଏହାକୁ କେଉଁ ଦୋକାନୀ ବା ଗ୍ୟାରେଜ ମାଲିକ କିଣୁଥିଲେ ସେନେଇ ଏବେ ତନାଘନା ଚାଲିଛି । ତେବେ କେବଳ ରାଉରକେଲାରେ ନା ରାଜ୍ୟର ଅନ୍ୟ କେଉଁ ଅଞ୍ଚଳରେ ଏପରି ନକଲି ମୋବିଲ କାରଖାନା ରହିଛି ତାହା ମଧ୍ୟ ଜାଣିବା ପାଇଁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି ।
ଜଣେ ଏକ୍ସପର୍ଟ କହିଛନ୍ତି ଯେ, ଖୁଚୁରା ଦୋକାନୀଙ୍କ ଠାରୁ ମୋବିଲ ନକିଣି ଗାଡି ସର୍ଭିସ୍ ସେଣ୍ଟରରୁ ନିଜ ଗାଡିରେ ମୋବିଲ୍ ପକାନ୍ତୁ । କାରଣ ପ୍ରାୟତଃ ଛୋଟ ଛୋଟ ଗ୍ୟାରେଜ୍ ଗୁଡିକରେ ଅଧିକ ଲାଭ ପାଇବା ପାଇଁ ସେମାନେ ନକଲି ମୋବିଲ ଗ୍ରାହକଙ୍କୁ ଦେଇଦିଅନ୍ତି । ବ୍ରାଣ୍ଡେଡ୍ ଲୋଗୋକୁ ଦେଖି ଗ୍ରାହକ ମଧ୍ୟ ସହଜରେ ବିଶ୍ୱାସ କରିନିଅନ୍ତି ଏହା ଅସଲି ବୋଲି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।