ନକଲି ଔଷଧ କାରବାର: ଶିବ ଜେନା କରୁଥିଲେ ସୁରା ଓ ସୁନ୍ଦରୀଙ୍କ ପାର୍ଟି; ଡାକ୍ତରମାନେ ଭାଗ ନେଉଥିଲେ

ଶିବ ଜେନା ଏକ ଫାର୍ମ ହାଉସରେ ଆୟୋଜିତ କରୁଥିବା ସୁରା ଓ ସୁନ୍ଦରୀଙ୍କ ଆସରରେ ବିଦେଶୀ ନର୍ତ୍ତକୀମାନଙ୍କ ବେଲି ଡାନ୍ସ ସହିତ ବିଦେଶୀ ମଦର ମଜା ଉଠାଉଥିଲେ ଓଡ଼ିଶାରୁ ବହୁ ସଂଖ୍ୟାରେ ଯାଇଥିବା ଡାକ୍ତରମାନେ ।

ନକଲି ଔଷଧ କାରବାର: ଶିବ ଜେନା କରୁଥିଲେ ସୁରା ଓ ସୁନ୍ଦରୀଙ୍କ ପାର୍ଟି; ଡାକ୍ତରମାନେ ଭାଗ ନେଉଥିଲେ
ଗିରଫ ହେବା ପରେ ଶିବ ଜେନା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ମାତ୍ର ୬୫ ଟଙ୍କା ଦରରେ ଔଷଧ କିଣି ସେଗୁଡ଼ିକୁ ୧,୨୯୦ ଟଙ୍କାରେ କେମିତି ବିକ୍ରି କରୁଥିବା କଟକର ବ୍ୟବସାୟୀ ଶିବ ଜେନା ଏହି ଭେଜାଲ୍‌ ଔଷଧଗୁଡ଼ିକର କାରବାର ଚଳାଇ ରଖିବା ପାଇଁ ପ୍ରସ୍ତୁତ କରିଥିଲେ ଏକ ବିସ୍ତୃତ ଯୋଜନା । ଏଥିରେ ସାମିଲ ଥିଲେ ରାଜ୍ୟର ଅନେକ ଅସାଧୁ ଡାକ୍ତର ଓ ଔଷଧ କାରବାର ସହିତ ଜଡ଼ିତ କିଛି ଲୋକ । ସେମାନଙ୍କୁ ଆର୍ଥିକ ରୂପେ ଲାଭବାନ କରାଉଥିବା ଶିବ ସେମାନଙ୍କ ମନୋରଞ୍ଜନ ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ କରୁଥିଲେ । ସେଥିରୁ ଗୋଟିଏ ଥିଲା ରଙ୍ଗମହଲରେ ସୁରା ଓ ସୁନ୍ଦରୀଙ୍କ ଆସରର ଆୟୋଜନ ।

ନ୍ୟୁଜ୧୮ ଓଡ଼ିଆ ଡିଜିଟାଲ୍‌ ହାତରେ ଲାଗିଥିବା ତଥ୍ୟ ଅନୁସାରେ ନୋଏଡ଼ା ନିକଟରେ ଥିବା ଏକ ଫାର୍ମ ହଉସକୁ ଲିଜରେ ନେଇ ସେଠାରେ ଶିବ ଜେନା ତିଆରି କରିଥିଲେ ରଙ୍ଗମହଲ । ସେହି ଫାର୍ମ ହାଉସରେ ନିୟମିତ ବ୍ୟବଧାନରେ ଜମୁଥିଲା ସୁରା ଓ ସୁନ୍ଦରୀଙ୍କ ଆସର । ବିଦେଶୀ ନର୍ତ୍ତକୀମାନଙ୍କ ବେଲି ଡାନ୍ସ ସହିତ ବିଦେଶୀ ମଦର ମଜା ଉଠାଉଥିଲେ ଡାକ୍ତରମାନେ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଓଡ଼ିଶାରୁ ବହୁ ସଂଖ୍ୟାରେ ଡାକ୍ତର ସେହି ଫାର୍ମ ହାଉସ ପାର୍ଟିରେ ଯୋଗ ଦେଉଥିଲେ । ସେଥିରୁ ବାଦ୍‌ ପଡ଼ି ନ ଥିଲେ ମାଲକାନାଗିରି ଭଳି ଉପାନ୍ତ ଅଞ୍ଚଳର କିଛି ଡାକ୍ତର । ନକଲି ଔଷଧ କାରବାରର ଏହି ରାକେଟରେ ଡାକ୍ତରମାନଙ୍କ ଭୁମିକା ଆଡ଼କୁ ପୂର୍ବରୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ରାଜ୍ୟ ମେଡିସିନ ବିକ୍ରେତା ସଙ୍ଘ ଏବେ ଡାକ୍ତରମାନଙ୍କୁ ଖୋଲାଖୋଲି ସମାଲୋଚନା କରିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଯେତେବେଳେ କେହି ରାଜ୍ୟ ବାହାରରୁ ଔଷଧ ଆଣୁଛି, ସେ ତା’ ଔଷଧର ବ୍ରାଣ୍ଡକୁ ସ୍ଥାପିତ କରିବା ପାଇଁ ଆଣୁଛି । ହେଲେ କୌଣସି ବ୍ରାଣ୍ଡକୁ ଦେକାନୀ ଏଷ୍ଟାବ୍ଲିସ୍‌ କରିପାରିବ ନାହିଁ କିମ୍ବା ସେହି ଔଷଧକୁ ବିକ୍ରି କରି ପାରିବ ନାହିଁ ଯେ ପର୍ଯ୍ୟନ୍ତ ଡାକ୍ତରମାନେ ସେହି ଔଷଧକୁ ପ୍ରେସକ୍ରାଇବ୍‌ ନ କରିବେ । ଯେଉଁ ଡାକ୍ତରମାନେ ଜେନାବାବୁ ଆଣୁଥିବା ଔଷଧସବୁ ପ୍ରେସକ୍ରାଇବ୍‌ କରୁଥିଲେ ତାଙ୍କ ସହିତ ସେମାନଙ୍କ ସମ୍ପର୍କ କଣ ଥିଲା? କାହିଁକି ଡାକ୍ତରମାନେ ତାଙ୍କ ଔଷଧସବୁ ଲେଖୁଥିଲେ? ସେ ସବୁକୁ ତଦନ୍ତ ପରିସର ଭିତରକୁ ଆଣିଲେ ସବୁ ଜଣା ପଡ଼ିବ,’’ କହିଛନ୍ତି ରାଜ୍ୟ ବ୍ୟବସାୟୀ ସଙ୍ଘର ସମ୍ପାଦକ ପ୍ରଶାନ୍ତ ମହାପାତ୍ର ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ନକଲି ଔଷଧ କାରବାର ଧରା ପଡ଼ିବା ପରେ ଏବେ ଶିବ ଜେନାଙ୍କ ସହିତ ଜଡ଼ିତ ଥିବା ଅସାଧୁ ଡାକ୍ତର ଓ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଛନକା ପଶିଛି । ଶିବ ଜେନା ରାଜ୍ୟର ୧୪ଟି ଜିଲ୍ଲାରେ ନିଜ ଭେଜାଲ୍‌ ଔଷଧର ଶାଖା ପ୍ରଶାଖା ମେଲାଇଥିବା ଜଣାପଡ଼ିଛି । ସେହି ସବୁ ଜିଲ୍ଲାରୁ ସେ ଯୋଗାଇଥିବା ଔଷଧଗୁଡ଼ିକ ମଧ୍ୟରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଔଷଧ ବିତରକମାନଙ୍କ ଦ୍ୱାରା ଫେରି ଆସିଛି, ହେଲେ ଏବେ ବି ପ୍ରାୟ ୫ କୋଟି ଟଙ୍କାର ଔଷଧ ବିଭିନ୍ନ ଔଷଧ ଦେକାନୀଙ୍କ ପାଖରେ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଜମ୍ମୁ-କଶ୍ମୀରକୁ ନେଇ ହେଲାମହାବୈଠକ’; ରାଜ୍ୟର ନେତାମାନଙ୍କୁ ଭେଟିଲେ PM ନରେନ୍ଦ୍ର ମୋଦି

ଏସ୍‌.ଟି.ଏଫ୍‌. ଶିବ ଜେନାଙ୍କ ଔଷଧ ବିକ୍ରି କରୁଥିବା ସ୍ଥାନୀୟ ଏଜେଣ୍ଟମାନଙ୍କୁ ଖୋଜିବା ଆରମ୍ଭ କରିଛି । ତେଣୁ ଏବେ ତାଙ୍କ ହୋଲସେଲିଂ ପ୍ରତିଷ୍ଠାନ ‘ମେଡିଲଏଡ୍‌ ମେଡିକାମେଣ୍ଟ୍’ରୁ ଔଷଧ କିଣିଥିବା ବ୍ୟବସାୟୀମାନଙ୍କ ମୁଣ୍ଡ ଉପରେ କାର୍ଯ୍ୟାନୁଷ୍ଠାନର ଖଣ୍ଡା ଝୁଲୁଛି । ଯେଉଁ ଡାକ୍ତରମାନେ ସେହି ସବୁ ଔଷଧ ପ୍ରେସକ୍ରାଇବ୍ କରିଥିଲେ ସେମାନଙ୍କୁ ମଧ୍ୟ ନିଜ ସ୍କାନରକୁ ନେଇଛି ଏସ୍‌.ଟି.ଏଫ୍‌. ।

ଏହା ବି ପଢ଼ନ୍ତୁ | ରିଲାଏନ୍ସ Jio ଆଣିଲା ନୂଆ ସ୍ମାର୍ଟଫୋନ୍ଜିଓଫୋନ୍ ନେକ୍ସଟ୍’; ଜଲ୍ଦି ବଜାରକୁ ଆସିବ ଏହି JioPhone Next

ଏସ୍‌.ଟି.ଏଫ୍‌.ର ଧରପକଡ଼ ପରେ ଯେଉଁ ଡାକ୍ତରମାନେ ସିଧାସଳଖ ଦେକାନୀଙ୍କ ଠାରୁ ଔଷଧ ଆଣି ନିଜ ନିଜ କ୍ଲିନିକ୍‌ ତଥା ଘରୋଇ ହସ୍ପିଟାଲରେ ବ୍ୟବହାର କରିଥିଲେ ଏବେ ସେହି ଔଷଧର ବିଲ୍‌ ସେମାନଙ୍କର ନୁହେଁ ବୋଲି ସେମାନେ ଏସ୍‌.ଟି.ଏଫ୍‌.କୁ ସଫେଇ ଦେଉଛନ୍ତି । ଏପରିକି ଔଷଧ ଦେକାନୀ ଦେଖାଉଥିବା ଔଷଧର ବିଲ୍‌ ସେମାନଙ୍କର ନୁହେଁ ବୋଲି ମଧ୍ୟ ତଦନ୍ତକାରୀ ଅଧିକାରୀଙ୍କ ଆଗରେ ବୟାନ ରଖିଛନ୍ତି ସମ୍ପୃକ୍ତ ଡାକ୍ତରମାନେ ।



ଏହି ନକଲି ଔଷଧ କାରବାରର ତଦନ୍ତ କରୁଥିବା ଏସ୍‌.ଟି.ଏଫ୍‌. ‘ମେଡିଲଏଡ୍ ମେଡିକାମେଣ୍ଟ୍‌’ର ମାଲିକ ଶିବ ଜେନା ଓ ତାଙ୍କ ପତ୍ନୀ ତଥା ବ୍ୟାବସାୟିକ ଭାଗିଦାର ଶୁଭଲକ୍ଷ୍ମୀ ଜେନାଙ୍କୁ ମଶାଇ ମୋଟ ଚାରି ଜଣ ଗରିଫ କରିଛି । ଏହି ମାମଲାରେ ସମ୍ପୃକ୍ତି ନେଇ ଅନେକ ଲୋକ ଏବେ ଏସ୍‌.ଟି.ଏଫ୍‌.ର ସ୍କାନରରେ ଥିବାରୁ ଖୁବ୍‌ ଶୀଘ୍ର ଗିରଫଦାରୀ ସଂଖ୍ୟା ବଢି଼ପାରେ ବୋଲି କୁହାଯାଉଛି ।
Published by: Anand ST Das
First published: June 25, 2021, 11:16 PM IST