ପୁରୀ ଏସପିଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ; ଟଙ୍କା ଲୁଟୁଥିଲେ ଜଣେ ଯୁବକ

ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି ଏସପି କନବର ବିଶାଲ ସିଂହଙ୍କ ଫଟୋ ବ୍ୟବହାର କରିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଟଙ୍କା ଦାବି କରୁଥିଲା।

ପୁରୀ ଏସପିଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ

ପୁରୀ ଏସପିଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ପୁରୀ ଏସପିଙ୍କ ନାମରେ ଫେକ୍ ଫେସବୁକ ଆକାଉଣ୍ଟ କରି ଟଙ୍କା ଲୁଟ ଉଦ୍ୟମ। ଅଭିଯୋଗ ପରେ ଗିରଫ ହେଲେ ଯୁବକ। ୨୨ ବର୍ଷୀୟ ଯୁବକଙ୍କ ଘର ଯାଜପୁର।

ତାହାରପୁର କୋରେଇ ଅଞ୍ଚଳର ଏହି ଯୁବକ ଜଣକ ପୁରୀ ଏସପିଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ କରି ଏସପି କନବର ବିଶାଲ ସିଂହଙ୍କ ଫଟୋ ବ୍ୟବହାର କରିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ଟଙ୍କା ଦାବି କରୁଥିଲା।

ଘଟଣା ସମ୍ପର୍କରେ ଏକ ଟେଲିଫୋନ କଲ ମାଧ୍ୟମରେ ସୂଚନା ପାଇବା ପରେ ପୁରୀ ସାଇବର କେଶ ନମ୍ବର ୨୫ ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ ବିଭିନ୍ନ ଦଫା ଲଗାଇ କୋର୍ଟ ଫରୱାର୍ଡ କରାଯାଇଛି। ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କ ନେତୃତ୍ୱରେ ଗଠିତ ଟିମ ଯୁବକକୁ ଟ୍ରେସ କରିବା ସହ ତାକୁ ଗିରଫ କରିବାରେ ସଫଳ ହୋଇଥିଲେ।

ସେ ବିଭିନ୍ନ ଲୋକଙ୍କୁ ପୁରୀ ଏସପିଙ୍କ ନାଁ ରେ ମେସେଞ୍ଜରରେ ପ୍ରାୟ ୧୦ ହଜାର ଟଙ୍କା ଆଦାୟ କରିଛନ୍ତି। ତେବେ ଏହି ଘଟଣାକୁ ନେଇ ମାଲକାନଗିରିର ଜଣେ ଯୁବକ ପୁରୀ ସାଇବର ଥାନାକୁ ସୂଚନା ଦେବାପରେ ପୁରୀ ପୋଲିସର ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସଙ୍କୁ ତଦନ୍ତ ଦାୟିତ୍ବ ଦେବା ପରେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରାଯାଇଛି। ସେ ଗୋଟେ ନିସାଡି ବୋଲି ସୂଚନା ମିଳିଛି।

ତେଣୁ ଏଭଳି ଫେକ୍ କଲ କିମ୍ବା ମେସେଜ ଆସୁଥିଲେ ଏହାକୁ ତୁରନ୍ତ ବିଶ୍ୱାସ ନକରି ସାଇବର ହେଲ୍ପ ଲାଇନ ନମ୍ବର -୬୩୭୦୯୬୭୧୦୦ରେ ଜଣାଇବାକୁ ଅନୁରୋଧ କରିଛି ପୁରୀ ପୋଲିସ।
Published by:Lipina Das
First published: