ଅସଲି ଡାକ୍ତରଖାନା, ନକଲି ଡାକ୍ତର: ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରୀ କରି ଚି଼କିତ୍ସା କରୁଥିବା ଅଭିଯୋଗ

ଦୀର୍ଘ ଚାରି ବର୍ଷ ଭିତରେ ସେ ଦେଖି ସାରିଲେଣି ପ୍ରାୟ ୪୦ ହଜାର ରୁ ଅଧିକ ରୋଗୀ । ଆଉ ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଭରଷା କରି ଆସୁଥିଲେ ଅନେକ ଆଦିବାସୀ ରୋଗୀ।

ଦୀର୍ଘ ଚାରି ବର୍ଷ ଭିତରେ ସେ ଦେଖି ସାରିଲେଣି ପ୍ରାୟ ୪୦ ହଜାର ରୁ ଅଧିକ ରୋଗୀ । ଆଉ ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଭରଷା କରି ଆସୁଥିଲେ ଅନେକ ଆଦିବାସୀ ରୋଗୀ।

ଦୀର୍ଘ ଚାରି ବର୍ଷ ଭିତରେ ସେ ଦେଖି ସାରିଲେଣି ପ୍ରାୟ ୪୦ ହଜାର ରୁ ଅଧିକ ରୋଗୀ । ଆଉ ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଭରଷା କରି ଆସୁଥିଲେ ଅନେକ ଆଦିବାସୀ ରୋଗୀ।

  • Share this:
ରାଉରକେଲା: ଦୀର୍ଘ ଚାରି ବର୍ଷ ହେବ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିଲେ ବୋଲି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ସରକାରୀ ଡାକ୍ତରଖାନାରେ ଅସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ପାଇଥିବା ପଦ୍ମନାଭ ମୁଖୀ କାରୁଆଙ୍କ ବିରୋଧରେ।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ କାରୁଆ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଛନ୍ତି । ଅଭିଯୋଗ ଆସିବା ପରେ ଏବେ ତଦନ୍ତ କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲା ସିଡିଏମଓ ।

ପଦ୍ମନାଭ ମୁଖୀ କାରୁଆ ନୂଆଗାଁ ବ୍ଲକ ସରକାରୀ ଡାକ୍ତରଖାନାରେ ସିଡିଏମଓଙ୍କ ଦ୍ଵାରା ୨୦୧୬ ରେ ଆସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ଚାରି ବର୍ଷ ଭିତରେ ସେ ଦେଖି ସାରିଲେଣି ପ୍ରାୟ ୪୦ ହଜାର ରୁ ଅଧିକ ରୋଗୀ । ଆଉ ତାଙ୍କ ପାଖକୁ ପ୍ରତ୍ୟେକ ଦିନ ଭରଷା କରି ଆସୁଥିଲେ ଅନେକ ଆଦିବାସୀ ରୋଗୀ।

ଏବେ ପ୍ରଶ୍ନ ଉଠୁଛି ରୋଗୀ ଦେଖି ଔଷଧ ଦେଉଥିବା ଏହି ଡାକ୍ତର ସତରେ ଡାକ୍ତରୀ ପାଠ ପଢ଼ିଛନ୍ତି ତ? କାରଣ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ କାରୁଆଙ୍କ ସାର୍ଟିଫିକେଟ ଜାଲ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ।

ପଦ୍ମନାଭ ମୁଖୀ କାରୁଆ ନୂଆଗାଁ ବ୍ଲକ ସରକାରୀ ଡାକ୍ତରଖାନାରେ ସିଡିଏମଓଙ୍କ ଦ୍ଵାରା ୨୦୧୬ ରେ ଆସ୍ଥାୟୀ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ।


ପ୍ରାପ୍ତ ସୂଚନା ଅନୁସାରେ ପୂର୍ବରୁ ଦୁଇଦୁଇଟି ସଂସ୍ଥାରୁ ସନ୍ଦେହଜନକ ଅବସ୍ଥାରେ ଧରାପଡି଼ ଚମ୍ପଟ ମାରିଥିଲେ ଏହି ଡାକ୍ତର। ନୂଆଗାଁ ସରକାରୀ ଡାକ୍ତରଖାନାରେ ଚାକିରୀରେ ନିଯୁକ୍ତ ହେବା ପୂର୍ବରୁ କାରୁଆ ହାଇଟେକ୍‌ ମେଡ଼ିକାଲ କଲେଜ୍‌ ଏବଂ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ୍‌ରେ କାମ କରୁଥିଲେ। ଅଧିକାରୀଙ୍କ ସନ୍ଦେହ ହେବାରୁ ତାଙ୍କୁ କାମରୁ ବାହାର କରି ଦିଆଯାଇଥିଲା ।

କାରୁଆ ମେଟ୍ରିକରେ ତୃତୀୟ ଶ୍ରେଣୀ, ଯୁକ୍ତ ଦୁଇରେ ତୃତୀୟ ଶ୍ରେଣୀ ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଏମ୍‌ବିବିଏସ୍‌ ପାସ୍‌ କରିଥିବାର ସାର୍ଟିଫିକେଟ୍‌ ଦେଖେଇ ଚାକିରୀ କରୁଥିଲେ। ତେବେ ଦୁଇଟି ସଂସ୍ଥାରୁ ତଡା଼ ଖାଇଲା ପରେ ତାଙ୍କୁ କିଭଳି ଭାବେ ବିନା ଯାଞ୍ଚରେ ସରକାରୀ ଡାକ୍ତରଖାନାରେ ନିୟୋଜିତ କରାଯାଇଥିଲା ତାକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।

ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ସିଡିଏମଓ ଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ସୁନ୍ଦରଗଡ଼ ସିଡିଏମଓ କହିଛନ୍ତି ଯେ ଅଭିଯୋଗ ପରେ ତାଙ୍କର ସମସ୍ତ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଦୀର୍ଘ ଦିନ ଧରି ଏଭଳି ସାଙ୍ଘାତିକ ଅଭିଯୋଗ ସତ୍ୱେ ଏତେ ଦିନ ଧରି ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇ ନାହିଁ କେମିତି? ହଜାର ହଜାର ଆଦିବାସୀ ରୋଗୀଙ୍କ ଜୀବନ ସହ ଖେଳୁଥିବା ଏହି ନକଲି ଡାକ୍ତର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କଣ ପାଇଁ? ଯାଞ୍ଚ ଆଳରେ ସମୟ ଗଡେଇ ଚାଲି ନାହାନ୍ତି ତ ଅଧିକାରୀମାନେ?
First published: