ମିଛ ଡାକ୍ତର, ସତ ବାହାଘର: ଧରାପଡ଼ିଲେ ଯୁକ୍ତ ଦୁଇ ଫେଲ୍‌ ହୋଇ ବସିଥିବା ଭଣ୍ଡ ସ୍ବାମୀ

ଶୈଳନ୍ଦୁ ଯୁକ୍ତ ଦୁଇ ଫେଲ୍‌ ହୋଇ ବସିଥିବା ଯୁବକ । କିନ୍ତୁ ନିଜକୁ ନ୍ୟାସନାଲ୍ ମାଡ଼ିକାଲ କଲେଜ୍ରୁ MBBS, ଏମ୍ସ୍ (AIIMS) ଦିଲ୍ଲୀରୁ MD ଏବଂ କାନାଡାରୁ ଉଚ୍ଚତର ଡାକ୍ତରୀ ଡିଗ୍ରୀ ହାସଲ କରିଥିବା ବିଶେଷଜ୍ଞ ଡାକ୍ତର ବୋଲି କହି ଡାକ୍ତରାଣୀଙ୍କ ପରିବାରକୁ ସେ ଜାଲି କାଗଜପତ୍ର ଦେଖାଇଥିଲେ ।ଏଥିରେ ବିଶ୍ୱାସ କରି ଡାକ୍ତରାଣୀଙ୍କ ପରିବାର ତାଙ୍କ ବିବାହ ଶୈଳନ୍ଦୁଙ୍କ ସହ କରାଇଥିଲେ ।

ମିଛ ଡାକ୍ତର, ସତ ବାହାଘର: ଧରାପଡ଼ିଲେ ଯୁକ୍ତ ଦୁଇ ଫେଲ୍‌ ହୋଇ ବସିଥିବା ଭଣ୍ଡ ସ୍ବାମୀ
ଶୈଳେନ୍ଦୁ ବିଶ୍ବାଳ
  • News18 Odia
  • Last Updated: January 16, 2020, 2:20 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଦେଶରେ ନିଜେ ଡାକ୍ତର ଅଛନ୍ତି ବେଲି ମିଛ କହି ଜଣେ ଡାକ୍ତରାଣୀଙ୍କୁ ବିବାହ କଲେ ଓ ତା’ପରେ ତାଙ୍କୁ ଯୌତୁକ ନିର୍ଯାତନା ଦେଇଚ଼ାଲିଲେ । ନିର୍ଯ୍ୟାତନାର ସୀମା ଟପିଲା ପରେ ହିଁ ସତ କଥା ଜଣା ପଡ଼ିଗଲା । ଏବେ ମିଛ କହି ବାହାଘର କରାଇଥିବା ଯୁବକର ବାପା ବି ଫେରାର । ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏ ଘଟଣା ।

ଅଭିଯୁକ୍ତ ବାପ-ପୁ୍ଅ ହେଉଛନ୍ତି ଡେଲଟା କଲୋନିରେ ରହୁଥିବା ଜଳ ସମ୍ପଦ ବିଭାଗର ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ବାଳ ଓ ତାଙ୍କ ପୁଅ ଶୈଳେନ୍ଦୁ ବିଶ୍ବାଳ । ନିଜକୁ MBBS ଡାକ୍ତର ବୋଲି ପରିଚ଼ୟ ଦେଇ ଶୈଳେନ୍ଦୁ ଜଣେ ଡାକ୍ତରାଣୀଙ୍କୁ ବିବାହ କରିଥିଲେ । ତାଙ୍କୁ ସେ ଲଗାତର ଯୌତୁକ ନିର୍ଯ୍ୟାତନା କରିଆସୁଥିବା ଅଭିଯୋଗ ହୋଇଛି ଥାନାରେ ।

ପୂରା ମାମଲାର ପ୍ରାଥମିକ ତଦନ୍ତ ପରେ ଭୁବନେଶ୍ଵର ମହିଳା ଥାନା ପୋଲିସ ଏହି ନକଲି MMBS ଡାକ୍ତର ଶୈଳନ୍ଦୁ ବିଶ୍ଵାଳଙ୍କୁ ଗିରଫ କରିଛି । ଶୈଳନ୍ଦୁଙ୍କ ବାପା କୂଳମଣି ବିଶ୍ଵାଳ ଏବେ ଫେରାର ଅଛନ୍ତି ।

କୁଳମଣି ଜଳ ସମ୍ପଦ ବିଭାଗରୁ ଇଞ୍ଜିନିୟର ଇନ୍‌ ଚିଫ୍‌ ଭାବେ ଅବସର ନେଇଛନ୍ତି । ତାଙ୍କ ପୁଅ ଶୈଳନ୍ଦୁଙ୍କର ଜଣେ ଡାକ୍ତରାଣୀଙ୍କ ସହ ୨୦୧୯ ମେ ୭ ତାରିଖରେ ବିବାହ ହୋଇଥିଲା । ଅଭିଯୋଗ ଅନୁସାରେ ବିବାହ ବେଳେ ଶୈଳନ୍ଦୁ ୨୫ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ ।

ବିବାହର କିଛି ଦିନ ପରେ ଆହୁରି ଅଧିକ ଯୌତୁକ ଦାବି କରି ଶୈଳନ୍ଦୁ ଡାକ୍ତରାଣୀଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ ବୋଲି ତାଙ୍କ ପତ୍ନୀଙ୍କ ତରଫରୁ ଥାନାରେ ଦିଆଯାଇଥିବା ଅଭିଯୋଗରେ କୁହା ଯାଇଛି ।

ପୋଲିଲ୍‌ର ତଦନ୍ତରୁ ଜଣା ପଡ଼ିଛି ଯେ ଶୈଳନ୍ଦୁ ଯୁକ୍ତ ଦୁଇ ଫେଲ୍‌ ହୋଇ ବସିଥିବା ଯୁବକ । କିନ୍ତୁ ନିଜକୁ ନ୍ୟାସନାଲ୍‌ ମାଡ଼ିକାଲ କଲେଜ୍‌ରୁ MBBS, ଏମ୍‌ସ୍‌ (AIIMS) ଦିଲ୍ଲୀରୁ MD ଏବଂ କାନାଡାରୁ ଉଚ୍ଚତର ଡାକ୍ତରୀ ଡିଗ୍ରୀ ହାସଲ କରିଥିବା ବିଶେଷଜ୍ଞ ଡାକ୍ତର ବୋଲି କହି ଡାକ୍ତରାଣୀଙ୍କ ପରିବାରକୁ ସେ ଜାଲି କାଗଜପତ୍ର ଦେଖାଇଥିଲେ ।ଏଥିରେ ବିଶ୍ୱାସ କରି ଡାକ୍ତରାଣୀଙ୍କ ପରିବାର ତାଙ୍କ ବିବାହ ଶୈଳନ୍ଦୁଙ୍କ ସହ କରାଇଥିଲେ ।

ମାମଲାର ତଦନ୍ତ ଜାରୀ ରହିଛି ବୋଲି ପୋଲିସ କହିଛି । ଏହି ଘଟଣାରେ କିଛି ହାଇପ୍ରୋଫାଇଲ ଲୋକଙ୍କ ସଂପୃକ୍ତି ଥିବା ସନ୍ଦେହ କରି ପୋଲିସର ତଦନ୍ତ ଆଗକୁ ବଢ଼ୁଛି ବୋଲି ଜଣା ପଡ଼ିଛି ।
First published: January 15, 2020, 2:42 PM IST
corona virus btn
corona virus btn
Loading