ଭଦ୍ରକ ଜିଲ୍ଲା ଡାକ୍ତରଖାନାରେ ନକଲି ଡାକ୍ତର; ପ୍ରସୂତି ବିଭାଗରେ ଧରାପଡିଲା
- News18 Odia
- Last Updated :
- Bhadrak, India
News 18 Odia Digital
ଭଦ୍ରକ; ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନକଲି ଡାକ୍ତର (Fake doctor) ଅଟକ । ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରେ ସନ୍ଦେହଜନକ ଭାବେ ଷ୍ଟେଥୋସ୍କୋପ (Stethoscope) ପକାଇ ବୁଲୁଥିବା ବେଳେ ନକଲି ଡାକ୍ତରକୁ ଅଟକାଇଥିଲେ ସିକ୍ୟୁରିଟି ଗାର୍ଡ ( Security guard )।
ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ଲୋଚନ ନାୟକ ନାମକ ଜଣେ ବ୍ୟକ୍ତି ବେକରେ ଷ୍ଟେଥୋ ପକାଇ ଡାକ୍ତର ବେଶରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲା। ସେ ଡାକ୍ତରଖାନାର ପ୍ରସୂତି ବିଭାଗରେ ପଶିବାକୁ ଉଦ୍ୟମ କରୁଥିଲା ବେଳେ ଗେଟ୍ ପାଖରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇଥିଲେ। ସେତେବେଳେ ସେ ନିଜକୁ ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲା । ଏହା ସହିତ ଓଟି ଏବଂ ୱାର୍ଡକୁ ରାସ୍ତା ପଚାରିଥିଲେ । ଡାକ୍ତର ଭାବି ମହିଳା ସିକ୍ୟୁରିଟି ଗାର୍ଡ଼ ଜଣକ ତାଙ୍କୁ ରାସ୍ତା ଦେଖାଇଥିଲେ । ଏହାପରେ ସେ ପ୍ରସୂତି ବିଭାଗକୁ ଯାଇଥିଲା ।
ରାଜୀବ ବେକରେ ଷ୍ଟେଥୋ ପକାଇ ପ୍ରସୂତି ୱାର୍ଡ଼ରେ ବୁଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ ପାତ୍ରଙ୍କ ହାବୁଡ଼ରେ ପଡ଼ିଯାଇଥିଲା । ସେ ତାଙ୍କୁ ତାଙ୍କ ପରିଚୟ ପଚାରିଥିଲେ । ମାତ୍ର ସେ ସଠିକ୍ ଉତ୍ତର ଦେଇପାରିନଥିଲା। ଯେଉଁଥିପାଇଁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ସେ ପୋଲିସ୍କୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ୍ ମେଡ଼ିକାଲ୍ରେ ପହଞ୍ଚି ରାଜୀବକୁ ଅଟକ ଅଟକ ରଖିଛି। ପଚରା ଉଚୁରା ବେଳେ ସେ ଜଣେ ନକଲି ଡାକ୍ତର ବୋଲି ଜଣାପଡ଼ିଛି ।
ଏହି ଖବର ପଢ଼ନ୍ତୁ -
http://ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା; ହତ୍ୟାକାଣ୍ଡ ଆକଷ୍ମିକ ନୁହେଁ ଯୋଜନା ବଦ୍ଧ !Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।