୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ୍;
- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: ଭୁବନେଶ୍ୱର ଇନ୍ଫୋଭ୍ୟାଲି ଥାନା ଛତାବର ପଞ୍ଚାୟତ ଅଳକର ଅଞ୍ଚଳରୁ ଏକ ନକଲି ସିଗାରେଟ୍ କାରଖାନା ଠାବ ହୋଇଛି। ଇନ୍ଫୋଭ୍ୟାଲି ଥାନା ପୋଲିସ୍ ୟୁ-୧୦ ନାମକ ଏକ ସଂସ୍ଥାରେ ଚଢ଼ଉ କରି ୩ଲକ୍ଷରୁ ଊର୍ଧ୍ବ ଟଙ୍କାର ନକଲି ସିଗାରେଟ୍ ଜବତ କରିଛି। ସଂସ୍ଥାର ମାଲିକ ରାଜା ରାଓକୁ ଅଟକ ରଖିବା ସହ ୪ କର୍ମଚାରୀଙ୍କୁ ପଚରାଉଚରା କରିଛି।
ସୂଚନା ଅନୁଯାୟୀ, କାରଖାନା H-10 ବ୍ରାଣ୍ଡ ନାମରେ ନକଲି ସିଗାରେଟ୍ ଉତ୍ପାଦନ କରୁଥିଲା। ଏହା ବ୍ୟତୀତ ୟୁନିଟ୍ ଏଚ୍-ଷ୍ଟାର ନାମକ ଅନ୍ୟ ଏକ ବ୍ରାଣ୍ଡ୍ ସିଗାରେଟ୍ ମଧ୍ୟ ପ୍ରସ୍ତୁତ କରକରିଥିଲ। ଆଇବି ଅଧିକାରୀଙ୍କ ଅନୁଯାୟୀ, ବିହାରରେ ଅବସ୍ଥିତ ଏକ ଶୀର୍ଷ ସିଗାରେଟ୍ କମ୍ପାନୀ ହେଉଛି H-10। ନକଲି ୟୁନିଟ୍ ମାଲିକ H-10 ବ୍ରାଣ୍ଡ ନାମରେ ଷ୍ଟାଣ୍ଡାର୍ଡ ସାମଗ୍ରୀ ବ୍ୟବହାର କରି ସିଗାରେଟ୍ ତିଆରି କରୁଥିଲେ।
ହେଲେ ଏହା ଭିତରେ ସେ ନାମୀଦାମୀ ବ୍ରାଣ୍ଡର ସିଗାରେଟ୍ ତିଆରି କରି ଶସ୍ତାରେ ରାଜଧାନୀ ସମେତ ଆଖପାଖ ବଜାରକୁ ଯୋଗାଉଥିଲେ। ଚଢ଼ଉ ବେଳେ ପୋଲିସ୍ ସେଠାରୁ ୬ପେଟିରୁ ଊର୍ଧ୍ବ ନକଲି ସିଗାରେଟ୍, ମେସିନ୍ ଏବଂ କେତେକ ଜିନିଷ ଜବତ କରିଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।