ପାନ୍-ଆଧାର ଲିଙ୍କ୍ ନ କଲେ ହୋଇପାରେ ୧୦୦୦୦ ଟଙ୍କା ଜୋରିମାନା; ଏହା ହେଉଛି ଶେଷ ତାରିଖ

ସରକାରୀ ନିର୍ଦ୍ଦେଶ ଅନୁଯାୟୀ ପାନ୍କୁ ଆଧାର (Pan-Aadhaar link) ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି ଏହା କରା ନ ଯାଏ ତେବେ ପାନ୍ କାର୍ଡ ଅବୈଧ ହେବ । ଜାଣନ୍ତୁ ପାନ୍-ଆଧାରକୁ ଲିଙ୍କ୍ କରିବାର ଶେଷ ତାରିଖ କଣ ରହିଛି ।

ପାନ୍-ଆଧାର ଲିଙ୍କ୍ ନ କଲେ ହୋଇପାରେ ୧୦୦୦୦ ଟଙ୍କା ଜୋରିମାନା; ଏହା ହେଉଛି ଶେଷ ତାରିଖ
ପାନ୍-ଆଧାର ଲିଙ୍କ୍ ନ କଲେ ହୋଇପାରେ ୧୦୦୦୦ ଟଙ୍କା ଜୋରିମାନା
  • News18 Odia
  • Last Updated: December 12, 2020, 9:43 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ସମସ୍ତେ ଜାଣନ୍ତି ଯେ ଆଧାର କାର୍ଡ (Aadhar Card) ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଡକ୍ୟୁମେଣ୍ଟ । ଏଥି ସହିତ ପାନ୍ କାର୍ଡ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନ୍ କାର୍ଡକୁ ଆଧାର (Pan-Aadhaar link) ସହିତ ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି । ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଶେଷ କରିବାକୁ ସମୟ ଦିଆଯାଇଛି । ଯଦି ଲିଙ୍କ୍ କାର୍ଯ୍ୟ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ସମାପ୍ତ ହୋଇନାହିଁ ତେବେ ଗୁରୁତର ପରିଣାମ ସହିତ ଆୟକର ଅଧିନିୟମ ଅନୁଯାୟୀ ଆପଣ ୧୦,୦୦୦ ଟଙ୍କା ଜୋରିମାନାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି ।

ଟିକସ ବିଭାଗ ଅନୁଯାୟୀ ଯଦି ୩୧ ମାର୍ଚ୍ଚ ୨୦୨୧ ପରେ ଯଦି କେହି ପାସିଭ୍ କିମ୍ବା ବାତିଲ୍ ହୋଇଥିବା ପାନ୍ ବ୍ୟବହାର କରୁଛନ୍ତି ତେବେ ଆୟକର ଅଧିନିୟମର ଧାରା ୨୭୨ ବି ଅନୁଯାୟୀ ତାଙ୍କୁ ୧୦,୦୦୦ ଟଙ୍କା ଜରିମାନା କରାଯାଇପାରେ । ଏକ ବିଜ୍ଞପ୍ତିରେ ଟିକସ ବିଭାଗ କହିଛି ଯେ ୩୧ ମାର୍ଚ୍ଚ ସୁଦ୍ଧା ଯଦି ଟିକସଦାତାମାନେ ପାନ୍ ଓ ଆଧାର କାର୍ଡକୁ ସଂଯୋଗ ନକରନ୍ତି ତେବେ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ ।

ଲିଙ୍କ୍ ନକଲେ ପାନ୍ କାର୍ଡ ଅବୈଧ ହେବ
ପନ୍ ଆଧାର ଲିଙ୍କ୍ ଲିଙ୍କ୍ କରିବା ବାଧ୍ୟତାମୂଳକ । ଯଦି ଏହା କରା ନ ଯାଏ ତେବେ ପାନ୍ କାର୍ଡ ଅବୈଧ ହେବ । ପାନ୍ କାର୍ଡ ବାତିଲ୍ ହେଲେ ଅନେକ ପ୍ରକାରର ସମସ୍ୟା ହୋଇପାରେ । ଅର୍ଥାତ ଆପଣଙ୍କ ପାଖରେ ପାନ୍ କାର୍ଡ ଥାଇ ମଧ୍ୟ ଆପଣ ଯେଉଁଠାରେ ପାନ୍ କାର୍ଡ ଆବଶ୍ୟକ ହେବ ସେଠାରେ ଏହାକୁ ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । ସିବିଡିଟି କହିଛି ଯେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକଙ୍କ ପାଇଁ ପାନ କାର୍ଡକୁ ଆଧାର ସହିତ ଲିଙ୍କ କରିବା ବାଧ୍ୟତାମୂଳକ । ଗତ ବର୍ଷ ସେପ୍ଟେମ୍ବରରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ଆଧାର ଯୋଜନାକୁ ସାମ୍ବିଧାନିକ ବୈଧ ବୋଲି ଘୋଷଣା କରିଥିଲେ ।

ଏହି ଉପାୟରେ PAN କୁ ଆଧାର ସହିତ ଲିଙ୍କ୍ କରନ୍ତୁ
>> ପ୍ରଥମେ ସରକାରୀ ଆୟକର ସାଇଟକୁ incometaxindiaefiling.gov.in କୁ ଯାଆନ୍ତୁ । ସେଠାରୁ ଲିଙ୍କ୍ ଆଧାର ଉପରେ କ୍ଲିକ୍ କରନ୍ତୁ ।
>> ତା’ପରେ ଏଠାରେ Click here ଉପରେ କ୍ଲିକ୍ କରନ୍ତୁ । ନିମ୍ନରେ ଥିବା ବାକ୍ସରେ ପାନ୍, ଆଧାର ନମ୍ବର, ତୁମର ନାମ ଓ ଦିଆଯାଇଥିବା କ୍ୟାପଚା ଟାଇପ୍ କରନ୍ତୁ ।
>> ସମସ୍ତ ବକ୍ସ ପୂରଣ କରିବା ପରେ Link Aadhar ଉପରେ କ୍ଲିକ୍ କରନ୍ତୁ ।
>> ଧ୍ୟାନ ଦେବା କଥା ହେଉଛି ଯେ ନାମ କିମ୍ବା ନମ୍ବରରେ କୌଣସି ଭୁଲ ହେବା ଉଚିତ୍ ନୁହେଁ

ଏହା ବ୍ୟତୀତ ପାନ୍ ସେଣ୍ଟରକୁ ଯାଇ ପାନ୍ କାର୍ଡ ସହିତ ଆଧାର ମଧ୍ୟ ଲିଙ୍କ୍ ହୋଇପାରିବ । ଏଥିପାଇଁ ପାନ୍ କାର୍ଡ ଓ ଆଧାର କାର୍ଡର ଫଟୋଗ୍ରାଫି ପାଇଁ ୨୫ ଟଙ୍କାରୁ ୧୧୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ।
Published by: Jagdish Barik
First published: December 12, 2020, 9:43 AM IST
corona virus btn
corona virus btn
Loading