ଭୁବନେଶ୍ୱର: ଓଡ଼ିଶାରେ ଲାଗୁ ହୋଇଥିବା ସୁନେତ୍ର ଯୋଜନାରେ ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କର ପ୍ରତି ବର୍ଷ ମାଗଣାରେ ଚକ୍ଷୁ ପରୀକ୍ଷା ହେବ। ଏଥି ସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ସରକାର ମାଗଣାରେ ଚ଼ଷମା ବି ଯୋଗାଇ ଦେବେ ।
ଏଇ ଯୋଜନାରେ ଯେ କୌଣସି ପ୍ରକାରର ଜଟିଳ ଚକ୍ଷୁ ରୋଗର ଆବଶ୍ୟକ ଚି଼କିତ୍ସା ଡାକ୍ତରଖାନାରେ ହେଇପାରିବ । ମିଳୁଥିବା ସୁବିଧାଗୁଡ଼ିକୁ ପାଇବାକୁ କୌଣସି କାଗଜପତ୍ର ଦରକାର ହୁଏ ନାହିଁ ।
ତା ଛଡ଼ା ପ୍ରତି ବର୍ଷ ବୟସ୍କ ଲୋକମାନଙ୍କ ପାଇଁ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚା଼ଳିଶିଆ ଚଷମା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ବୟସ୍କ ଲୋକଙ୍କ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ବି ମାଗଣାରେ ହେବ। ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।
ସୁନେତ୍ର ଯୋଜନାରେ 4ଟି ଭ୍ରାମ୍ୟମାଣ ଚକ୍ଷୁ ଯତ୍ନ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ରାଜ୍ୟ ଓୗଷଧ ନିଗମ ପରିସରରରୁ ମନ୍ତ୍ରୀ ଏହି ଗାଡ଼ିର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକଶୋର ଦାସ ।
ଏହା ଖୋର୍ଧା, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ । 2018-19 ବର୍ଷରେ 10ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ 2019-20 ବର୍ଷରେ 10ଟି ଜିଲ୍ଲାପାଇଁ 10ଟି ଭ୍ରାମ୍ୟମାଣ ଚକ୍ଷୁ କେନ୍ଦ୍ର କାର୍ଯ୍ୟକ୍ଷମର ବ୍ୟବସ୍ଥା କରାଯାଇଛି । ତେବେ ଉତ୍ତମ ଓ ଉନ୍ନତ ମାନର ଚକ୍ଷୁ ସେବା 2018-19 ବର୍ଷରେ 50ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଧୁନିକ ଉପକରଣ ଯୋଗାଇ ଦିଆଯାଇଥିବା ବେଳେ 2019-20 ବର୍ଷରେ 50ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଧୁନିକ ଉପକରଣ ଯୋଗାଇଦିଆଯିବାକୁ ବ୍ୟବସ୍ଥା କରାଯାଇଛି ।
ସେହି ପରି 3ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନର ମଧ୍ୟ ଶୁଭାରମ୍ଭ କରାଯାଇଛି । ଯେଉଁ ଅଞ୍ଚଳରେ ଭିତ୍ତିଭୂମିର ଅଭାବ ପାଇଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇପାରୁନି ସେହି ସ୍ଥାନରେ ନିରାପଦ ରକ୍ତ ସଂଗ୍ରହ, ସଂଗୃହିତ ରକ୍ତର ସ୍ଥାନାନ୍ତରୀକରଣ ଏବଂ ଦୁର୍ଗମ ଅଞ୍ଚଳରେ ସ୍ୱେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଲକ୍ଷରେ ଏଭଳି ପଦକ୍ଷେପ ନିଆଯାଉଛି ।
ଓଡିଶା ସରକାର ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ୨୦୨୩ ସୁଦ୍ଧା ଉତ୍ତମ ଏବଂ ଉନ୍ନତ ମାନର ଚକ୍ଷୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।