- News18 Odia
- Last Updated :
- Other, India
News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର କମିଶନରେଟ୍ ପୋଲିସ ତରଫରୁ ଦୁର୍ଦ୍ଦାନ୍ତ, ଅଭ୍ୟାସଗତ ଓ ପେସାଦାର ଅପରାଧି କିଷନ ଓରଫ କ୍ରିଷ୍ଣା ସିଂହ ବିରୁଦ୍ଧରେ ଏକ ବର୍ଷ ( From the Date of Service of Order ) ପର୍ଯ୍ୟନ୍ତ ତଡିପାର( Externment ) ଆଦେଶ ଜାରି କରାଯାଇଛି । ଏହି ଆଦେଶ ଖଣ୍ଡଗିରି ଥାନା ଅଞ୍ଚଳ ଓ ଭୁବନେଶ୍ବର ସହରାଞ୍ଚଳ ପୋଲିସ ପାଇଁ ବଳବତ୍ତର ରହିବ ।
କମିଶନରେଟ ପୋଲିସ ସୂଚନା ଅନୁସାରେ, କିଶନ ଜଣେ ଅଭ୍ୟାସଗତ ଓ ପେସାଦାର ଅପରାଧି। ୨୦୧୪ ରୁ ୨୦୨୨ ମଧ୍ୟରେ ତାଙ୍କ ନାମରେ ଖଣ୍ଡଗିରି ଥାନାରେ ୦୮ଟି ଅପରାଧିକ ମାମଲା ଥିବା ବେଳେ ଭରତପୁର ଥାନାରେ ୦୨ଟି , ଏୟାରପୋର୍ଟ୍ ଥାନା ଓ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି । ସେ କୌଣସି ଜୀବିକା ନିର୍ବାହର ପନ୍ଥା ଅବଲମ୍ବନ ନକରି ବିଭିନ୍ନ ପ୍ରକାର ଅପରାଧ ଘଟାଇ ନିରୀହ ଜନତା ମାନଙ୍କୁ ଭୟଭୀତ କରେ ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ଲୁଟ ଓ ଚୋରୀ କରି ଜୀବିକା ନିର୍ବାହ କରେ ।
କିଶନ ନିଅର ଉପସ୍ଥିତି ଜାହିର କରି ଖଣ୍ଡଗିରି ଥାନା ଅଞ୍ଚଳ ଅଧିବାସୀ ଓ ଭୁବନେଶ୍ବରର ସାଧାରଣ ଜନତାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରୁଥିଲା । ଏଣୁ ଦୁର୍ଦ୍ଦାନ୍ତ ଓ ଅସାମାଜିକ ଅପରାଧୀକୁ ଭୁବନେଶ୍ବର ସହରାଞ୍ଚଳ ପରିସୀମା ମଧ୍ୟରେ ଅଧିକ ଅପରାଧ ଘଟାଇବାରୁ ନିବୃତ କରିବା ନିମନ୍ତେ ଓଡ଼ିଶା ସହରାଞ୍ଚଳ ପୋଲିସ ଅଧିନିୟମ ୨୦୦୩ର ଧାରା -46 ( a ) ( b ) ( c ) ( i ) ( ii ) ( iii ) ଅନୁଯାଇ ତଡିପାର ଆଦେଶ ଜାରି କରାଯାଇଛି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।