ରାଜ୍ୟର ୪ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦନ ହେଉଛି ୮୧ ମେଗାୱାଟ ବିଦ୍ୟୁତ: ଶକ୍ତି ମନ୍ତ୍ରୀ

ଶୁକ୍ରବାର ବିଧାନସଭାରେ ରାଜ୍ୟରେ ଜଳ ବିଦ୍ୟୁତ ଉତ୍ପାଦନ ଭିତ୍ତିଭୂମି ଉନ୍ନୟନ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ମିଶ୍ର କହିଥିଲେ, ‘‘କଳାହାଣ୍ଡି ଜିଲ୍ଲାରେ ଅପର ଇନ୍ଦ୍ରାବତୀ ପମ୍ପଷ୍ଟୋରେଜ ପ୍ରକଳ୍ପ ଜରିଆରେ ୬୦୦ ମେଗାଓ୍ବାଟ ଜଳ ବିଦ୍ୟୁତ ଉତ୍ପାଦନ ସ୍ଥିର ରଖିବାକୁ ଯୋଜନା କରାଯାଇଛି।’’

ରାଜ୍ୟର ୪ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦନ ହେଉଛି ୮୧ ମେଗାୱାଟ ବିଦ୍ୟୁତ

ରାଜ୍ୟର ୪ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ଉତ୍ପାଦନ ହେଉଛି ୮୧ ମେଗାୱାଟ ବିଦ୍ୟୁତ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଜଳ ବିଦ୍ୟୁତ ଉତ୍ପାଦନର ଭିତ୍ତିଭୂମି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ୫ଟି ବୃହତ ଜଳ ବିଦ୍ୟୁତ ପ୍ରକଳ୍ପରେ ପମ୍ପ ଷ୍ଟୋରେଜ ପ୍ରକଳ୍ପ କରାଯାଇ ପିକ୍ ଆୱାରରେ ଉତ୍ପାଦନ ସ୍ଥିର ରଖିବାକୁ ଯୋଜନା ହୋଇଥିଲା ବେଳେ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଉନ୍ନୟନ ପାଇଁ ବର୍ତ୍ତମାନ ସୁଦ୍ଧା ଘରୋଇ ଉଦ୍ୟୋଗକାରୀଙ୍କ ସହ ୩୩ଟି ବୁଝାମଣା ପତ୍ର ସ୍ବାକ୍ଷରିତ କରାଯାଇଛି। ଏଥି ମଧ୍ୟରୁ ୪ଟି କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ୮୧ ମେଗାଓ୍ବାଟ ବିଦ୍ୟୁତ ଉତ୍ପାଦନ ହେଉଛି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଥିଲେ।

ଶୁକ୍ରବାର ବିଧାନସଭାରେ ରାଜ୍ୟରେ ଜଳ ବିଦ୍ୟୁତ ଉତ୍ପାଦନ ଭିତ୍ତିଭୂମି ଉନ୍ନୟନ ନେଇ ଏକ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ମିଶ୍ର କହିଥିଲେ, ‘‘କଳାହାଣ୍ଡି ଜିଲ୍ଲାରେ ଅପର ଇନ୍ଦ୍ରାବତୀ ପମ୍ପଷ୍ଟୋରେଜ ପ୍ରକଳ୍ପ ଜରିଆରେ ୬୦୦ ମେଗାଓ୍ବାଟ ଜଳ ବିଦ୍ୟୁତ ଉତ୍ପାଦନ ସ୍ଥିର ରଖିବାକୁ ଯୋଜନା କରାଯାଇଛି। ସେହିପରି ମାଲକାନଗିରିର ସିଲେରୁ ନଦୀରେ ବାଲିମେଳା ପମ୍ପ ଷ୍ଟୋରେଜ ପ୍ରକଳ୍ପ, କୋରାପୁଟ ଜିଲ୍ଲା ଅପର କୋଲାବ ପମ୍ପଷ୍ଟୋରେଜ ପ୍ରକଳ୍ପ ଜରିଆରେ ପିକ ଆୱାରରେ ଦଳ ବିଦ୍ୟୁତ ଉତ୍ପାଦନ ସ୍ଥିର ରଖିବାକୁ ଯୋଜନା ହୋଇଛି। କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପର ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ଘରୋଇ ଉଦ୍ୟୋଗକାରୀଙ୍କ ସହ ୩୩ଟି ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ଏଥି ମଧ୍ୟରୁ କୋରାପୁଟର ମିଡିଲ କୋଲାବ ଓଲୋୟର କୋଲାବ, ଅନୁଗୁଳର ସମଲ ବ୍ୟାରେଜ ଓ କେନ୍ଦୁଝରର ଲୋୟର ବୈତରଣୀ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ସାରିଛି। ଘରୋଇ ଉଦ୍ୟୋଗ ସହାୟତାରେ ହେବାକୁ ଥିବା କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପରୁ ମୋଟ ୨୨୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେବ।’’

ସେହିପରି ଓଡ଼ିଶା ସବୁଜ ଶକ୍ତି ଉନ୍ନୟନ ନିଗମ ଦ୍ଵାରା ସୁନ୍ଦରଗଡର ମନ୍ଦିରା ଡ୍ୟାମରେ ୧୦ ମେଗାୱାଟ କ୍ଷମତା ବିଶିଷ୍ଟ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ନିମନ୍ତେ ରାଉରକେଲା ସ୍ଥିତ ଷ୍ଟିଲ ଅଥରିଟି ଇଫ ଇଣ୍ଡିଆ (ସେଲ) ସହ ଯୌଥ ଉଦ୍ୟୋଗ ମାଧ୍ୟମରେ କର୍ଯ୍ୟାଦେଶ ଦିଅଯାଇଛି। ଏହା ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧର୍ଯ୍ୟ ହୋଇଛି। ମୟୂରଭଞ୍ଜ ଜିଲ୍ଲାରେ ୩ ମେଗାଓ୍ବାଟ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ବିସ୍ତୃତ ପ୍ରକଳ୍ପ ବିବରଣୀ (ଡିପିଆର) କାର୍ଯ୍ୟ ସରିଥିଲା ବେଳେ କେନ୍ଦୁଝର ଜିଲ୍ଲାରେ ୪.୨ମେଗାଓ୍ବାଟ କ୍ଷମତା ବିଶିଷ୍ଟ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ଡିପିଆର ସରିଛି ବୋଲି ସୂଚନା ଦେଇଥିଲେ ଶକ୍ତି ମନ୍ତ୍ରୀ ମିଶ୍ର।

ଓଡ଼ିଶା ଦେଶର ଅନ୍ୟତମ ବିଦ୍ୟୁତ ବଳକା ରାଜ୍ୟ । ବର୍ତ୍ତମାନ ରାଜ୍ୟର ହାରାହାରି ସାମଗ୍ରିକ ଚାହିଦା ୩,୦୦୦ ମେଗାଓ୍ବାଟ୍। ବଳକା ବିଦ୍ୟୁତ ଶକ୍ତିକୁ ବିଭିନ୍ନ ମାଧ୍ୟମରେ ବିକ୍ରୟ କରାଯାଉଛି ଓ ପାୱାର ବ୍ୟାଙ୍କି ମାଧ୍ୟମରେ ଫେରାଇ ଦିଆଯାଉଛି। ତେବେ କୋରାପୁଟ ପରି ପଛୁଆ ଜିଲ୍ଲାଗୁଡ଼ିକରେ ଥିବା ଟ୍ରାନ୍ସଫର୍ମର, ଲାଇନ୍ ଓ ସବଷ୍ଟେସନ୍‌ ମରାମତିର କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ସାମୟିକ ଭାବେ ବିଦ୍ୟୁତ ସରବରାହ ବନ୍ଦ ରଖିବାର ଆବଶ୍ୟକ ପଡ଼ିଥାଏ ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଥିଲେ ।

ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ ଯେ ରାଜ୍ୟରେ ୪ଟି ନିର୍ମାଣାଧୀନ ତାପଜ ବିଦ୍ୟୁତ ପ୍ରକଳ୍ପ ରହିଛି । ସେଥି ମଧ୍ୟରୁ କଟକ ଜିଲ୍ଲା ଟାଙ୍ଗୀରେ ମା' ଦୁର୍ଗା ଥର୍ମାଲ ପାୱାର କମ୍ପାନୀର ୧୨୦ ମେଗାୱାଟ୍‌ ତାପଜ ବିଦ୍ୟୁତ ପ୍ରକଳ୍ପର ଯୋଜନା ରହିଛି । କଟକ ଜିଲ୍ଲା ଖୁଣ୍ଟୁଣୀରେ କେଭିକେ ନୀଳାଚଳ ପାୱାର ପ୍ରାଇଭେଟ୍ ଲିମିଟେଡରେ ୬୦୦ ମେଗାୱାଟ ତାପଜ ବିଦ୍ୟୁତ ପ୍ରକଳ୍ପ, ଢେଙ୍କାନାଳ ଜିଲ୍ଲା କୁରୁଣ୍ଡୀରେ ଲାନ୍ ବାବନ୍ଧ ପାଓ୍ବାର ଲିମିଟେଡ଼ର ୧,୩୨୦ ମେଗାୱାଟ ତାପଜ ବିଦ୍ୟୁତ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ସମ୍ପୃକ୍ତ କମ୍ପାନୀମାନଙ୍କ ନିଜ ପ୍ରଚେଷ୍ଟାରେ ସମ୍ପନ୍ନ ହୋଇପାରିବ । ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ଏକ ବଳକା ରାଜ୍ୟ । ତେଣୁ ଏହି ନିର୍ମାଣାଧୀନ ପ୍ରକଳ୍ପରୁ ବିଦ୍ୟୁତ ଯୋଗାଣର ଆବଶ୍ୟକତା ନାହିଁ ।
Published by:Lipina Das
First published:
)}