ଢେଙ୍କାନାଳ: ଘରେ ଷ୍ଟକ୍ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହେଲା; ଦୁଇ ନାବାଳକଙ୍କ ଜୀବନ ଗଲା

ଦୁଇ ଜଣ ମୃତ ବାଳକଙ୍କ ବୟସ ୬ ବର୍ଷ ଓ ୮ ବର୍ଷ । ଅନ୍ୟ ଜଣେ ବାଳକକୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ପାଞ୍ଚ ବଖରା ଘରର ଛାତ ଭୁଶୁଡ଼ି ଯାଇଥିଲା ।

ଢେଙ୍କାନାଳ: ଘରେ ଷ୍ଟକ୍ ଥିବା ବାଣରେ ନିଆଁ ଲାଗି ବିସ୍ଫୋରଣ ହେଲା; ଦୁଇ ନାବାଳକଙ୍କ ଜୀବନ ଗଲା
ଅଗ୍ନିଶମ ବାହିନୀ ଓ ଗ୍ରାମବାସୀମାନେ ମିଶି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଢେଙ୍କାନାଳ: ଘରେ ଥିବା ବାଣ ଷ୍ଟକରେ ନିଆଁ ଲାଗିଯିବାରୁ ଦୁଇ ଜଣ ନାବାଳକଙ୍କ ଜୀବନ ଦୀପ ଲିଭିଯାଇଛି । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି ।

ଘରେ ଷ୍ଟକ୍‌ ଥିବା ବାଣରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା ଓ ଘରେ ନିଆଁ ଲାଗିଯାଇଥିଲା ବୋଲି ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ଦୁଇ ଜଣ ବାଳକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣେ ବାଳକ ଗୁରୁତର ଆହତ ହୋଇଛି । ତାକୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଦୁଇ ଜଣ ମୃତ ବାଳକଙ୍କ ବୟସ ୬ ବର୍ଷ ଓ ୮ ବର୍ଷ । ଆଜି ସକାଳ ପାଖାପାଖି ୯ଟା ବେଳେ ସୋଗର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଘରର ଛାତ ଭୁଶୁଡ଼ି ଯାଇଥିଲା ଓ ସାରା ଘର ଜଳିଯାଇଥିଲା । ଘରର ପାଞ୍ଚ ବଖରା ନିଆଁରେ ନଷ୍ଟ ହୋଇ ଯାଇଥିଲା ।

ପିଲା ତିନି ଜଣଙ୍କୁ ନିଆଁରୁ କାଢ଼ିବାକୁ ଉଦ୍ୟମ ହେଉଛି ।


ଘର ଭିତରୁ ଗୁରୁତର ଅବସ୍ଥାରେ ତିନି ଜଣ ବାଳକଙ୍କୁ ଗ୍ରାମବାସୀମାନେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କରିଥିଲେ । ସେମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦୁଇ ଜଣ ବାଳକଙ୍କୁ ମୃତ ଘୋଷଣା କରିଥିଲେ।

ଢେଙ୍କାନାଳ ସରକାରୀ ହସପିଟାଲରେ ଜଣେ ଅଧିକାରୀ ମୃତ ବାଳକମାନଙ୍କ ବିଷୟରେ ସୂଚନା ଦେଉଛନ୍ତି ।


କାମାକ୍ଷାନଗର ଦମକଳ ବାହିନୀ ଅଗ୍ନିକାଣ୍ଡର ଖବର ପାଇ ସୋଗର ଗାଆଁରେ ପହଞ୍ଚି ନିଆଁ ଲିଭାଇଥିଲା । ସୂତ୍ରରୁ ପ୍ରକାଶ ଯେ ନିଆଁ ଲାଗିଥିବା ଘର ମାଲିକଙ୍କର କାମାକ୍ଷାନଗର ବ୍ଲକ ପଣ୍ଡୁଆ ବଜାରରେ ଏକ ପୂଜା ଭଣ୍ଡାର ଦୋକାନ ରହିଛି । ପୂଜା ଦୋକାନ ପାଇଁ ବାହାଘର ଓ ବ୍ରତଘର ଆଦି କାର୍ଯ୍ୟ ପାଇଁ ଘରେ ସେ ବିଭିନ୍ନ ପ୍ରକାରର ବାଣ ଷ୍ଟକ୍‌ ରଖିଥିଲେ ।

ତେବେ ସେହି ଷ୍ଟକରେ ନିଆଁ କେମିତି ଲାଗିଲା ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କେତେକ ସର୍ଟ ସର୍କିଟ୍‌ କାରଣରୁ ନିଆଁ ଲାଗିଲା ବୋଲି କହୁଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଶୀଘ୍ର ତଦନ୍ତ କରିବ ବୋଲି ଜଣାପଡ଼ିଛି ।
First published: May 6, 2020, 2:19 PM IST
corona virus btn
corona virus btn
Loading