ରାଜଧାନୀରେ ରାଜଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ; ଅନେକ ଆହତ

ଏହି ଘଟଣାଟି ଘଟିଥିବା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୨୦ ଜଣରୁ ଅଧିକ ଲୋକ ଉପସ୍ଥିତ ଥିବା କୁହାଯାଉଛି । ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଘଟଣାସ୍ଥଳରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିରହିଥିବା ଦେଖାଯାଇଛି ।

ରାଜଧାନୀରେ ରାଜଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ; ଅନେକ ଆହତ
ରାଜଧାନୀରେ ରାଜଭବନ ନିକଟରେ ବଡ଼ ଧରଣର ବିସ୍ଫୋରଣ
  • News18 Odia
  • Last Updated: October 7, 2020, 2:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ବର: ରାଜଭବନ ନିକଟରେ ଥିବା ଇଣ୍ଡିଆନ ଅଏଲ (Indian Oil) ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ସମତେ ପୁଲିସ ମଧ୍ୟ ପହଞ୍ଚିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସଠିକ ତଥ୍ୟ ଜଣାପଡ଼ିନାହିଁ । ଏହି ନିଆଁ ଭୟଙ୍କରଭାବେ ଜଳୁଥିବା ଦେଖା ଯାଉଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରି ଉଠିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏହି ଘଟଣାଟି ଘଟିଥିବା ସମୟରେ ପେଟ୍ରୋଲ ଟାଙ୍କିରେ ତେଲ ପକାଇବାକୁ ପ୍ରାୟ ୨୦ ରୁ ଅଧିକ ଲୋକ ଉପସ୍ଥିତ ଥିବା କୁହାଯାଉଛି । ଏହି ଘଟଣାରେ କେହି ମୃତାହତ ହୋଇଥିବାର ଖବର ଏ ପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ । ଘଟଣାସ୍ଥଳରେ ଅନେକ ଗାଡ଼ି ଛିନଛତ୍ର ହୋଇ ପଡ଼ିରହିଥିବା ଦେଖାଯାଇଛି ।

ଏହି ନିଆଁ ସମ୍ପର୍କରେ ଖବର ପାଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହା ସହିତ ରାଜଭବନ ରାସ୍ତାକୁ ସିଲ କରିଦିଆଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ''ସ୍ଥିତି ସମ୍ପୁର୍ଣ୍ଣ ନିୟନ୍ତ୍ରଣ ଅଛି । ତିନି ଜଣ ବ୍ୟକ୍ତି ପର୍ଯ୍ୟନ୍ତ ଗୁରୁତ୍ୱର ଆହତ ହୋଇଛନ୍ତି ଓ ସେମାନଙ୍କୁ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ସ୍ଥିତି ଗୁରୁତର ରହିଛି । ଆହତ ସଂଖ୍ୟା ଆଗକୁ ବଢିପାରେ ।''

କ୍ୟାପିଟାଲ ହସ୍ପିଟାଲ ତରଫରୁ କୁହାଯାଇଛି ଯେ ୬ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଦୁଇଜଣ ଗୁରୁତରଙ୍କୁ କଟକ SCB ହସ୍ପିଟାଲକୁ ସ୍ଥାନାନ୍ତର କରାଯଇଛି ।
Published by: Jagdish Barik
First published: October 7, 2020, 2:38 PM IST
corona virus btn
corona virus btn
Loading