ଏଥର ଦୁର୍ଘଟଣାର କାରଣ ଖୋଜିବେ ବିଶେଷଜ୍ଞ; ଅଧିକାରୀମାନଙ୍କୁ ଦିଆଯିବ ନିଯୁକ୍ତି

ବିଶେଷଜ୍ଞଙ୍କ ଆଶଙ୍କା ଯେ ରାଜ୍ୟ ସରକାର କରୁଥିବା କମିଟି ସଫଳ ହେବ ନାହିଁ। ଏହି କମିଟି ସାରା ଓଡ଼ିଶା ଦେଖି ପାରିବେ ନାହିଁ।ଏହା ଗ୍ରହଣ ଯୋଗ୍ୟ ନୁହେଁ। କେବଳ ସୁପ୍ରିମକୋର୍ଟଙ୍କୁ ଦେଖାଇବା ପାଇଁ।

ଏଥର ଦୁର୍ଘଟଣାର କାରଣ ଖୋଜିବେ ବିଶେଷଜ୍ଞ

ଏଥର ଦୁର୍ଘଟଣାର କାରଣ ଖୋଜିବେ ବିଶେଷଜ୍ଞ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଘଟୁଥିବା ପ୍ରତ୍ୟେକ ସଡ଼କ ଦୁର୍ଘଟଣାର ପ୍ରକୃତ କାରଣ ବିଶ୍ଳେଷଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ଅଧୀନରେ ଥିବା ଓଡ଼ିଶା ସଡ଼କ ସୁରକ୍ଷା ସୋସାଇଟି, ଅବସରପ୍ରାପ୍ତ ଇଞ୍ଜିନିୟର ଓ ପୋଲିସ ଅଧିକାରୀମାନଙ୍କୁ ନିଯୁକ୍ତି ଦେବେ।

ଏହି ଦଳର ପ୍ରମୁଖ କାର୍ଯ୍ୟ ହେଉଛି, ମିଳିତ ଭାବେ ଦୁର୍ଘଟଣା ସ୍ଥାନର ଯାଞ୍ଚ କରିବା ଓ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା, ଯାହା ଦ୍ୱାରା ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ଜାଣିହେବ ଓ ଏହାର ପ୍ରତିକାର ବ୍ୟବସ୍ଥା ମଧ୍ୟ କରିହେବ।

ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ପଦରୁ ଅବସର ନେଇଥିବା କିମ୍ବା ତାଙ୍କ ସମସାମୟିକ ସରକାରୀ ଚାକିରୀ କରିଥିବା ସିଭିଲ୍ ଇଞ୍ଜିନିୟର, ଯେଉଁମାନେ କି ପବ୍ଲିକ୍ ସେକ୍ଟର କିମ୍ବା ସେମାନଙ୍କର ଅଧିନସ୍ଥ କାର୍ଯ୍ୟାଳୟ, ସଡ଼କ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କୌଣସି ସଂସ୍ଥାରେ ଅନୁଭୂତି ଥିବା ସିଭିଲ୍ ଇଞ୍ଜିନିୟର ମାନଙ୍କଠାରୁ ମଧ୍ୟ ଏହି ଆବେଦନ ଗ୍ରହଣ କରାଯିବ।

ସରକାରୀ ଇଞ୍ଜିନିୟରିଂ କଲେଜ, ଆଇଆଇଟି, ଏନଆଇଟି, ସରକାରୀ ଅନୁସନ୍ଧାନ ପ୍ରତିଷ୍ଠାନ ଇତ୍ୟାଦିର ଅବସରପ୍ରାପ୍ତ କିମ୍ବା ସେବା କରୁଥିବା ଅଧ୍ୟାପିକାଙ୍କ ବ୍ୟତୀତ ଯେଉଁମାନେ ସଡ଼କ ନିର୍ମାଣ, ସଡ଼କ ଦୁର୍ଘଟଣା, ସଡ଼କ ସୁରକ୍ଷା ପରାମର୍ଶଦାତା କାମ ସହିତ କାର୍ଯ୍ୟ କରିଛନ୍ତି, ପରାମର୍ଶ ଦେଇଛନ୍ତି, ସେମାନେ ମଧ୍ୟ ଆବେଦନ କରିପାରିବେ।

ସେହିଭଳି ଅବସରପ୍ରାପ୍ତ ପୋଲିସ ଅଧିକାରୀମାନେ (ପୋଲିସ ଇନ୍ସପେକ୍ଟର ରାଙ୍କ) କିମ୍ବା ତା’ଠାରୁ ଅଧିକ ରାଙ୍କର ବ୍ୟକ୍ତି ବିଶେଷ ଆବେଦନ କରିପାରିବେ।

ପ୍ରାର୍ଥୀ ଉଚ୍ଚ ନୈତିକ ମାନଦଣ୍ଡ ସହିତ ସଡ଼କ ସୁରକ୍ଷା ବିଶେଷଜ୍ଞ, ସଡ଼କ ଦୁର୍ଘଟଣା ଅନୁସନ୍ଧାନ ବିଶେଷଜ୍ଞ ଭାବରେ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବା ଉଚିତ୍ ଓ ଆଚରଣ ବିଧିରେ ଦସ୍ତଖତ କରିବା ଉଚିତ୍। ଆଗ୍ରହୀ ଅବସରପ୍ରାପ୍ତ ଅଧିକାରୀମାନେ କୌଣସି ଜିଲ୍ଲାର ବିଭିନ୍ନ ଗ୍ରାମୀଣ ଅଞ୍ଚଳରେ ଭ୍ରମଣ କରିବା ପାଇଁ ଶାରୀରିକ, ମାନସିକ ସ୍ତରରେ ଫିଟ୍ ଥିବା ଆବଶ୍ୟକ ଓ ଆବେଦନକାରୀ ଆବେଦନ ତାରିଖରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ନ ହେବା ଉଚିତ୍।

ପ୍ରାର୍ଥୀମାନେ, ଯେଉଁମାନେ କମ୍ପ୍ୟୁଟର ଓ ସ୍ମାର୍ଟଫୋନରେ କାମ କରିପାରିବେ, ଏହି ପଦ ପାଇଁ ଆବେଦନ କରିପାରିବେ। କୌଣସି କଳଙ୍କିତ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ।

ଆବଶ୍ୟକୀୟ ସିଭିଲ୍ ଇଞ୍ଜିନିୟର୍ ଓ ପୋଲିସ ଅଧିକାରୀଙ୍କ ସେବାଗୁଡିକ ଆବଶ୍ୟକ ଅନୁଯାୟୀ କେସ୍ ଆଧାରରେ ବ୍ୟବହାର କରାଯିବ। ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କୁ କେସ୍ ଭିତ୍ତିରେ ୫୦୦୦ ର ଏକ ବୃତ୍ତିଗତ ଶୁଳ୍କ ପ୍ରଦାନ କରାଯିବ। ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ୩,୦୦୦ ପ୍ରତ୍ୟେକ କେସ୍ ଆଧାରରେ ବୃତ୍ତିଗତ ଶୁକ୍ଳ ଭାବରେ ପ୍ରଦାନ କରାଯିବ।

ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନିର୍ବାଚିତ ବ୍ୟକ୍ତିବିଶେଷଙ୍କ ବୈଧତା ଚୟନ ତାରିଖ ଠାରୁ ଦୁଇ ବର୍ଷ ଯାଏଁ ହେବ। ଆବେଦନ ପାଇଁ ଶେଷ ତାରିଖ ହେଉଛି ୨୦୨୨ ସେପ୍ଟେମ୍ବର ୨୦।
ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ odishatransport.gov.in ପରିଦର୍ଶନ କରିପାରିବେ। ସଡ଼କ ସୁରକ୍ଷା ବିଶେଷଜ୍ଞ ପ୍ରକାଶ ମହାପାତ୍ର କହିଛନ୍ତି ସୁପ୍ରିମକୋର୍ଟ ନିର୍ଦ୍ଦେଶରେ ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଦୁର୍ଘଟଣାର କାରଣ ଖୋଜିଥାନ୍ତି ମୋଟର ଭେଇକିଲ ଇନ୍ସପେକ୍ଟର।

ସେମାନେ ତା ରିପୋର୍ଟ ଦେଇଥାନ୍ତି। ଏହା ଇନସୁରାନ୍ସ କମ୍ପାନୀ କାମରେ ଲାଗିଥାଏ। ଯେଉଁ ବିଶେଷଜ୍ଞ କମିଟି କରିଛନ୍ତି ଓ ସେଥିରେ ଅବସର ପ୍ରାପ୍ତ ପୋଲିସକୁ ରଖିଛନ୍ତି ପୋଲିସ କେବେ ଦୁର୍ଘଟଣା କ କାରଣ ଜାଣିପାରିବେ ନାହିଁ କି ଇଂଜିନିୟରମାନେ ବି ଜାଣି ପାରାବେ ନାହିଁ। ଇନସୁରାନ୍ସ କ୍ଷେତ୍ରରେ ଯେଉଁମାନେ ଥାନ୍ତି ସେମାନେ ଏହାକୁ ଦେଖିଥାନ୍ତି ଓ ତାକୁ ସର୍ଭେରେ କୁହାଯାଏ। ସେହି ସର୍ଭେରେ ଦୁର୍ଘଟଣା କାରଣ ଖୋଜିପାରିବେ।

ହେଲେ ବିଶେଷଜ୍ଞଙ୍କ ଆଶଙ୍କା ଯେ ରାଜ୍ୟ ସରକାର କରୁଥିବା କମିଟି ସଫଳ ହେବ ନାହିଁ। ଏହି କମିଟି ସାରା ଓଡ଼ିଶା ଦେଖି ପାରିବେ ନାହିଁ।ଏହା ଗ୍ରହଣ ଯୋଗ୍ୟ ନୁହେଁ। କେବଳ ସୁପ୍ରିମକୋର୍ଟଙ୍କୁ ଦେଖାଇବା ପାଇଁ।
Published by:Lipina Das
First published: