କରୋନାର ଅନ୍ତ ନାହଁ; ଭାରିଆଣ୍ଟ ବଦଳୁଥିବାକୁ ନେଇ ଏମିତି କହିଲେ ବିଶେଷଜ୍ଞ

ଏହି ଭାଇରସ ରହିବ। ଏହାର କେବେ ଅନ୍ତ ହେବ ନାହିଁ। ଆମକୁ କୋଭିଡ ସହ ବାଞ୍ଚିବାକୁ ହେବ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସହ ଆଫ୍ରିକା ଓ ୟୁରୋପ ମହାଦେଶର ବିଶେଷଜ୍ଞମାନେ ପୂର୍ବରୁ ଏଭଳି କହିଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏହାକୁ ବୁଧବାର ଦିନ ଦୋହରାଇଥିଲେ।

ଭାରିଆଣ୍ଟ ବଦଳୁଥିବାକୁ ନେଇ ଏମିତି କହିଲେ ବିଶେଷଜ୍ଞ

ଭାରିଆଣ୍ଟ ବଦଳୁଥିବାକୁ ନେଇ ଏମିତି କହିଲେ ବିଶେଷଜ୍ଞ

  • Share this:
News18 Odia Digital

ଭୁବନେଶ୍ବର: କେତେବେଳେ ଉପର ମୁହାଁ ତ କେତେବେଳେ ତଳ ମୁହାଁ ରହୁଛି କରୋନା ସଂକ୍ରମଣ। ନା ସ୍ଥିର ରହୁଛି ନା ପୂରା କମୁଛି। ହେଲେ ଯେଉଁ ଆକାରରେ ଉପର ମୁହାଁ ହେଉଥିଲା ସେଥିରେ କିଛି ମାତ୍ରାରେ ବ୍ରେକ୍ ଲାଗିଛି। ପ୍ରଥମ ଆଲଫା ପରେ ଡେଲଟା। ପୁଣି ଓମିକ୍ରନ ଆଉ ଏବେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ଓମିକ୍ରନର ସବ ଭାରିଆଣ୍ଟ। ଏମିତି ମାନବ ସମାଜରେ ରହିଛି କୋଭିଡ।

ଏହି ଭାଇରସ ରହିବ। ଏହାର କେବେ ଅନ୍ତ ହେବ ନାହିଁ। ଆମକୁ କୋଭିଡ ସହ ବାଞ୍ଚିବାକୁ ହେବ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସହ ଆଫ୍ରିକା ଓ ୟୁରୋପ ମହାଦେଶର ବିଶେଷଜ୍ଞମାନେ ପୂର୍ବରୁ ଏଭଳି କହିଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏହାକୁ ବୁଧବାର ଦିନ ଦୋହରାଇଥିଲେ।

"ଭାଇରସର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ଆସିବ। କାରଣ ଭାଇରସ ତା'ର ଚରିତ୍ର ବଦଳାଇ ଥାଏ। ଏମିତି ବି ଏବେ ହୋଇଥିବ ଅନେକ ନୂଆ ଭାରିଆଣ୍ଟ ଥିବ ଆମେ ଜାଣି ନଥିବା। ଓମିକ୍ରନର ପ୍ରଭାବ କମିଗଲେ ହୁଏତ ନୂଆ ଭାରିଆଣ୍ଟ ଆସିପାରେ। ବର୍ତ୍ତମାନ ବି କୋଭିଡ ଉପରେ ଗବେଷଣା ଚାଲିଛି। ଯେବେ ମହାମାରୀ ବା କୌଣସି ଭାରିଆଣ୍ଟ ଖସେ ତାହା ତଳ ଉପର ହୋଇଥାଏ। ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ମାତ୍ର ଏଥିପାଇଁ ଆତଙ୍କିତ ହେବାର ଆବଶ୍ୟକତା ନାହିଁ,’’ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ରାଜ୍ୟରେ ଏବେ ଅପ ଡାଉନ୍ ହେଉଛି କୋଭିଡ ସଂକ୍ରମଣ। କିଛି ଦିନ ହେବ ସଂକ୍ରମଣ ୧୦,୦୦୦ ତଳକୁ ରହିଥିବା ବେଳେ ଆଜି ରାଜ୍ୟରେ ୫,୯୦୧ ନୂଆ ମାମଲା ଚିହ୍ନଟ ହୋଇଛି।

ନୂଆ ୫,୯୦୧ ପଜିଟିଭ ମାମଲା ମଧ୍ୟରେ ଖୋର୍ଦ୍ଧାରେ କେବଳ ୧,୪୩୦ ମାମଲା ରହିଛି, ତା’ପରେ ସୁନ୍ଦରଗଡରୁ ୫୪୫, କଟକରୁ ୪୦୨ ଓ ବାଲେଶ୍ବରରୁ ୩୦୦ଟି ନୂଆ ମାମଲା ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛି।
Published by:Lipina Das
First published: