ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ମହଙ୍ଗା LPG ସିଲିଣ୍ଡର ମିଳିବ ଆରାମ! ଏହି ଉପାୟରେ ବୁକ୍ କରି ପାଆନ୍ତୁ ୫୦ ଟଙ୍କା ରିହାତି; ଆଇଓସି କହିଲା ଉପାୟ

ମହଙ୍ଗା LPG ସିଲିଣ୍ଡର ମିଳିବ ଆରାମ! ଏହି ଉପାୟରେ ବୁକ୍ କରି ପାଆନ୍ତୁ ୫୦ ଟଙ୍କା ରିହାତି; ଆଇଓସି କହିଲା ଉପାୟ

LPG Gas Cylinder: ଚଳିତ ବର୍ଷ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ମୋଟ ବୃଦ୍ଧି ୧୨୫ ଟଙ୍କା ପର୍ଯ୍ୟନ୍ତ ହୋଇଛି । ଏଭଳି ପରିସ୍ଥିତିରେ ଯଦି ଆପଣ LPG ସିଲିଣ୍ଡରର ଦର ବୃଦ୍ଧିରେ ମଧ୍ୟ ଅସୁବିଧାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏକ ଆରାମଦାୟକ ଖବର ଅଛି ।

ମହଙ୍ଗା LPG ସିଲିଣ୍ଡର ମିଳିବ ଆରାମ! ଏହି ଉପାୟରେ ବୁକ୍ କରି ପାଆନ୍ତୁ ୫୦ ଟଙ୍କା ରିହାତି; ଆଇଓସି କହିଲା ଉପାୟ
ମହଙ୍ଗା LPG ସିଲିଣ୍ଡର ମିଳିବ ଆରାମ!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସାଧାରଣ ଲୋକ LPG ର ମୂଲ୍ୟ ବୃଦ୍ଧି ନେଇ ଚିନ୍ତିତ ଅଛନ୍ତି । ଚଳିତ ବର୍ଷ ଏଲପିଜି ସିଲିଣ୍ଡରର ଦାମ୍ ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ମୋଟ ବୃଦ୍ଧି ୧୨୫ ଟଙ୍କା ପର୍ଯ୍ୟନ୍ତ ହୋଇଛି । ଏଭଳି ପରିସ୍ଥିତିରେ ଯଦି ଆପଣ LPG ସିଲିଣ୍ଡରର ଦର ବୃଦ୍ଧିରେ ମଧ୍ୟ ଅସୁବିଧାରେ ଅଛନ୍ତି ତେବେ ଆପଣଙ୍କ ପାଇଁ ଏକ ଆରାମଦାୟକ ଖବର ଅଛି । ଏଥିପାଇଁ ଆପଣଙ୍କୁ କେବଳ ଟିକେ ବୁକିଂ ଓ ବୁଦ୍ଧିମତାରେ ଦେୟ ଦେବାକୁ ପଡିବ । ଏହା ସହିତ, ଆପଣ ନିଶ୍ଚିତ ଭାବରେ LPG ର ବର୍ଦ୍ଧିତ ଦରରୁ କିଛି ଆରାମ ପାଇପାରିବେ । ଇଣ୍ଡିଆନ୍ ଅଏଲ୍ (Indian Oil Corp Ltd) ଏହାର ଟ୍ୱିଟର ହ୍ୟାଣ୍ଡେଲରୁ ଏଲପିଜି ସିଲିଣ୍ଡର ବୁକିଂ ଉପରେ ୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରିଛି ।

କିପରି ଉପକୃତ ହେବେ ଜାଣନ୍ତୁ
ଆଇଓସି ଅନୁଯାୟୀ ଯଦି ଆପଣ ଇଣ୍ଡିଆନ୍ ଅଏଲର ଏଲପିଜି ସିଲିଣ୍ଡର ଅର୍ଥାତ୍ ଇଣ୍ଡାନେ ବୁକ୍ କରନ୍ତି । ତେବେ ଆପଣ ଏଥିରେ ଏକ ଫ୍ଲାଟ ୫୦ ଟଙ୍କା ଲାଭ ପାଇପାରିବେ । ଏଥିପାଇଁ କେବଳ ଏଲପିଜି ସିଲିଣ୍ଡର ବୁକିଂ ଓ ପେମେଣ୍ଟ ବୁକିଂ ଆମାଜନ ପେ (amazon pay) ଦ୍ୱାରା କରିବାକୁ ପଡିବ । ଏହା କରିବା ଦ୍ୱାରା ଆପଣ ୫୦ ଟଙ୍କା ର କ୍ୟାସବ୍ୟାକ୍ ପାଇବେ ।

ବୁକିଂ ଓ ପେମେଣ୍ଟ ପ୍ରକ୍ରିୟା କ’ଣ ରହିଛି ଜାଣନ୍ତୁ?
ଏଥିପାଇଁ ଆପଣଙ୍କୁ ଆମାଜନ ଆପର ପେମେଣ୍ଟ ବିକଳ୍ପକୁ ଯିବାକୁ ପଡିବ । ଏହା ପରେ ଆପଣଙ୍କର ଗ୍ୟାସ୍ ସେବା ପ୍ରଦାନକାରୀ ବାଛନ୍ତୁ ଓ ଏହା ପରେ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା LPG ନମ୍ବର ଏଣ୍ଟ୍ରି କରନ୍ତୁ । ଆପଣଙ୍କୁ ଆମାଜନ ପେ ମାଧ୍ୟମରେ ପେମେଣ୍ଟ ଦେବାକୁ ପଡିବ । ଆମାଜନ ପେରୁ କ୍ୟାସବ୍ୟାକ୍ ପାଇବାକୁ ଆପଣଙ୍କୁ ୧ ମାର୍ଚ୍ଚରୁ ୧ ଏପ୍ରିଲ ୨୦୨୧ ମଧ୍ୟରେ ସିଲିଣ୍ଡର ବୁକ୍ କରିବାକୁ ପଡିବ । ଏହି ଅଫର କେବଳ ପ୍ରଥମ ଥର ପାଇଁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଅଟେ । ଯେତେବେଳେ ଆପଣ ଆମାଜନ ପେ UPI ମାଧ୍ୟମରେ ପେମେଣ୍ଟ କରିବେ ସେତେବେଳେ 50 ଟଙ୍କାର କ୍ୟାସବ୍ୟାକ୍ ଉପଲବ୍ଧ ହେବ । ତିନି ଦିନର ପେମେଣ୍ଟରେ ୫୦ ଟଙ୍କା ର କ୍ୟାସବ୍ୟାକ୍ ଆପଣଙ୍କ ଆମାଜନ ପେ ୱାଲେଟକୁ ଆସିଯିବ ।

ଏହି ନମ୍ବର ଦ୍ୱାରା ସିଲିଣ୍ଡର ବୁକ୍ କରନ୍ତୁ
ଇଣ୍ଡିଆନ୍ ଅଏଲ୍ କହିଛି ଯେ ପୂର୍ବରୁ ଏଲପିଜି ବୁକିଂ ପାଇଁ ଦେଶର ବିଭିନ୍ନ ସର୍କଲ ପାଇଁ ବିଭିନ୍ନ ମୋବାଇଲ୍ ନମ୍ବର ଥିଲା । ବର୍ତ୍ତମାନ ଦେଶର ସର୍ବବୃହତ ପେଟ୍ରୋଲିୟମ କମ୍ପାନୀ ସମସ୍ତ ସର୍କଲ ପାଇଁ ଗୋଟିଏ ନମ୍ବର ଜାରି କରିଛି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ଇଣ୍ଡାନେ ଗ୍ୟାସର ଗ୍ରାହକଙ୍କୁ ସାରା ଦେଶରେ ଏଲପିଜି ସିଲିଣ୍ଡର ବୁକ୍ କରିବାକୁ ୭୭୧୮୯୫୫୫୫୫ କଲ୍ କରିବାକୁ କିମ୍ବା SMS କରିବାକୁ ପଡିବ ।
Published by: Jagdish Barik
First published: March 6, 2021, 1:04 PM IST