ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»‘‘ଜନ-ବିରୋଧୀ କାର୍ଯ୍ୟ କ’ଣ? ଜଣେ ଅଧିକାରୀଙ୍କ ଆଦେଶରେ ସବୁ ହେଉଛି’’: ପ୍ରଦୀପ ପାଣିଗ୍ରାହୀ

‘‘ଜନ-ବିରୋଧୀ କାର୍ଯ୍ୟ କ’ଣ? ଜଣେ ଅଧିକାରୀଙ୍କ ଆଦେଶରେ ସବୁ ହେଉଛି’’: ପ୍ରଦୀପ ପାଣିଗ୍ରାହୀ

ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା IFS ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କ ସହ ସମ୍ପର୍କ ଯୋଗୁଁ BJDରୁ ବହିଷ୍କୃତ ହୋଇଥିବା MLA ବାପ ଓ ପୁଅଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

‘‘ଜନ-ବିରୋଧୀ କାର୍ଯ୍ୟ କ’ଣ? ଜଣେ ଅଧିକାରୀଙ୍କ ଆଦେଶରେ ସବୁ ହେଉଛି’’: ପ୍ରଦୀପ ପାଣିଗ୍ରାହୀ
BJDରୁ ବହିଷ୍କୃତ ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କ ପତ୍ନୀ
  • News18 Odia
  • Last Updated: November 29, 2020, 7:07 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି  ଯେ ସେ କୌଣସି ‘‘ଜନ-ବିରୋଧୀ କାର୍ଯ୍ୟ’’ କରିନାହାନ୍ତି କିମ୍ବା ସରକାରୀ ପଦ ପଦବୀର ଅପବ୍ୟବହାର କରି ସମ୍ପତ୍ତି ଠୁଳ କରିନାହାନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପ୍ରମାଣ କରାଯାଉ ବୋଲି ସେ ପ୍ରଶାସନ ଓ ଦଳକୁ କହିଛନ୍ତି ।

‘‘ମୋ’ର ବ୍ୟକ୍ତିଗତ ସମ୍ପତ୍ତି କେତେ ତା’ର ବି ଆକଳନ କରାଯାଉ । ସେଥି ପାଇଁ ମୁଁ ପ୍ରସ୍ତୁତ ଅଛି । ଜନ-ବିରୋଧୀ କାର୍ଯ୍ୟ କ’ଣ ତାହା ସ୍ପଷ୍ଟ କରାଯିବା ଦରକାର,’’ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପାଣିଗ୍ରାହୀ ।

କିଛି ବିବାଦୀୟ ଅଭିଯୋଗ ରଖି ପାଣିଗ୍ରାହୀ କହିଛନ୍ତି, ‘‘ଏହା (ତାଙ୍କ ବହିଷ୍କାର) ପଛରେ ଅଛି ଏକ ବଡ଼ ଷଡଯନ୍ତ୍ର। ଦଳରେ କ୍ଷମତା କେନ୍ଦ୍ର ଜଣେ ପ୍ରଶାସନିକ ଅଧିକାରୀଙ୍କ ପାଖରେ କେନ୍ଦ୍ରୀଭୂତ । ତାଙ୍କ ନିର୍ଦ୍ଦେଶରେ ସବୁ କିଛି ହେଉଛି। ମୁଖ୍ୟ ଶାସନ ସଚିବ ବା ଅନ୍ୟ କୌଣସି ଅଧିକାରୀଙ୍କ ପାଖରେ କ୍ଷମତା ନାହିଁ । କୋଭିଡ ପରିଚାଳନାରେ ବ୍ୟତିକ୍ରମ ଓ ତ୍ରୁଟି ବିଚ୍ୟୁତିକୁ ନେଇ ମୁଁ ମୁଖ୍ୟ ମନ୍ତ୍ରୀଙ୍କୁ ଫୋନ କରିଥିଲି । ଜଣେ ତିନି ଥର ବିଧାୟକ ବାପା କୋଭିଡ ସଂକ୍ରମିତ ହୋଇଥିଲେ ମଧ୍ୟ ତାଙ୍କୁ ଏକ ଆମ୍ବୁଲାନ୍ସ  ମିଳି ପାରିଲା ନାହିଁ । ଏ ନେଇ ମୁଖ୍ୟ ମନ୍ତ୍ରୀଙ୍କୁ ମୁଁ ଫୋନ କରିଥିଲି । ମୁଖ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୧୨/୧୩ ଘଣ୍ଟା ପରେ ଆମ୍ବୁଲାନ୍ସ ଆସିଲା । ଦୁର୍ଭାଗ୍ୟ ଯେ ତିନି ଥର ବିଧାୟକ ବାପାଙ୍କର ମୃତ୍ୟୁ ଘଟିଲା ।’’

IFS ଅଫିସର ଅଭୟକାନ୍ତ ପାଠକ (ବାମ) ଓ ତାଙ୍କ ପୁଅ ଆକାଶଙ୍କୁ ଗିକଫ କରି ଜେଲକୁ ପଠାଯାଇଛି ।


ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍କୁ ବ୍ୟାପିଥିଲା!

‘‘ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶ ଓ ନୀତି ଯୋଗୁଁ ଦଳର ଲୋକପ୍ରିୟତା ବଢୁଛି । କିନ୍ତୁ ଦଳର କ୍ଷମତା କେନ୍ଦ୍ର ଜନ ପ୍ରତିନିଧିଙ୍କ ପାଖରେ ନୁହେଁ, ନିର୍ଦ୍ଦିଷ୍ଟ କିଛି କ୍ଷମତାଧାରୀ ଅଫିସରଙ୍କ ପାଖରେ କେନ୍ଦ୍ରୀଭୂତ ହୋଇଛି । ଦଳରେ ଅନେକ ନେତା ଏସବୁ ଅନୁଭବ କରୁଥିଲେ ବି କେବଳ ମୁଖ୍ୟ ମନ୍ତ୍ରୀଙ୍କ ପାଇଁ ଚୁପ ଅଛନ୍ତି । ମୁଁ ଜାଣିଛି ଏହା ପରେ ମୋ’ ଉପରେ ଭିଜିଲାନ୍ସ ଚଢ଼ାଉ ହେବ। ତେବେ ମୁଁ ଏହାକୁ ସ୍ୱାଗତ କରୁଛି,’’ କହିଛନ୍ତି ପାଣିଗ୍ରାହୀ ।

ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ ଦଳ ତାଙ୍କୁ ଯେତେବେଳେ ଯେଉଁ ଦାୟିତ୍ବ ଦେଇଛି ତାକୁ ସେ ନିଷ୍ଠାର ସହିତ ନିର୍ବାହ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଗଞ୍ଜାମ ଜିଲ୍ଲାରେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ବି ସେ ପୁରା କରିଥିବା କହି ମୁଖ୍ୟ ମନ୍ତ୍ରୀ ତାଙ୍କ ଆଦର୍ଶ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ବାହାଘର ସିଜିନରେ ସୁନା ରୂପାର ଦାମ୍ ବଦଳିଲା; ଜାଣନ୍ତୁ ଆପଣଙ୍କ ସହରରେ ନୂଆ ଦାମ୍

ଜେଲରେ ଥିବା ନିଜର ଭାବି ଜ୍ୱାଇଁ ଓ  ସମୁଦିଙ୍କ ସପକ୍ଷରେ ବାହାରି ପାଣିଗ୍ରାହୀ କହିଛନ୍ତି, ‘‘ସେମାନେ ନିର୍ଦୋଷ । ଅଭୟ ଜଣେ ନିଷ୍ଠାବାନ ଅଫିସର । ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି । ଆକାଶ ପାଠକ ମଧ୍ଯ ଜଣେ ପ୍ରତିଭାବାନ ଯୁବକ । ଆଇ.ଟି.ଇ.ଆର.ରେ ପଢି ଏବେ ଟାଟା କମ୍ପାନୀରେ ଉଚ୍ଚ ବେତନରେ ଜଣେ ଅଧିକାରୀ ଭାବେ ଅବସ୍ଥାପିତ। ଏହାର ଉପଯୁକ୍ତ ତଦନ୍ତ ହେଉ । ସତ ବାହାରକୁ ଆସିବ।’’ ପାଣିଗ୍ରାହୀଙ୍କ ପତ୍ନୀ ମଧ୍ଯ ଅଭୟକାନ୍ତ ପାଠକ ଓ ଆଖାଶ ପାଠକଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ‘‘ମିଛ ଓ ଉଦ୍ଦେଶ୍ୟ’’ ମୂଳକ ବୋଲି କହିଛନ୍ତି ।

‘‘ଜନ-ବିରୋଧୀ’’ କାର୍ଯ୍ୟ ଯୋଗୁଁ  ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ରବିବାର ସକାଳେ ପାଣିଗ୍ରାହୀଙ୍କୁ ବହିଷ୍କୃତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । IFS ଅଫିସର୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅଙ୍କ ସହ ସମ୍ପର୍କକୁ ନେଇ ବିବାଦ ଘେରକୁ ଆସିଥିଲେ ପୂର୍ବତନ ମନ୍ତ୍ରୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଗିରଫ ଅଭୟକାନ୍ତ ପାଠକଙ୍କ ସହ ପ୍ରଦୀପଙ୍କ ଲିଙ୍କ୍ ଥିବା ସନ୍ଦେହ କରାଯାଉଛି । ଆସନ୍ତା ୧୨ ତାରିଖରେ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଅଭୟଙ୍କ ପୁଅ ଆକାଶଙ୍କ ବାହାଘର ହେବାର ଥିଲା ।

ଏହା ବି ପଢ଼ନ୍ତୁ ସନ୍ନି ଲିଓନ, ଆଲିଆ ଭଟ୍ଟ… ଏହି ସେଲିବ୍ରିଟିମାନେ PETAର ସମର୍ଥନରେ ବୋଲ୍ଡ ଫଟୋସୁଟ୍ କରିଛନ୍ତି

ନିଜକୁ ଟାଟା ମୋଟର୍ସର ଏମ୍‌.ଡି. ବୋଲି ପରିଚୟ ଦେଇ ଗୋପାଳପୁର ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ କୋଟି କୋଟି ଟଙ୍କା ଆକାଶ ଠକିଥିବା ସମ୍ବନ୍ଧୀୟ କାଗଜପତ୍ର ଭିଜିଲାନ୍ସ ହାତରେ ଲାଗିଥିବା କୁହାଯାଉଛି। ପାଠକଙ୍କ ସହିତ ବନ୍ଧୁତା ସୂତ୍ରରେ ଆବଦ୍ଧ ହେଉଥିବା କାରଣରୁ ଏହି ଠକେଇରେ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଭୂମିକାକୁ ନେଇ ସନ୍ଦେହ ବଢ଼ିଛି। ଏବେ ସେହି ଆଧାରରେ ଆଗକୁ ତଦନ୍ତ ଚାଲିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ ଟାଟା ଗୋପାଳପୁରରେ ଏକ ପ୍ରକଳ୍ପ କରିବା ଲାଗି ଜମି ଅଧିଗ୍ରହଣ କରିଥିଲା । ପ୍ରକଳ୍ପ ପାଇଁ ଜମି ହରାଇ କ୍ଷତିପୂରଣ ପାଇଥିବା ଜମି ମାଲିକମାନଙ୍କୁ ଜାଲରେ ଫସାଇବା ପାଇଁ ହୋଇଥିଲା ଯୋଜନା । ଏଥି ପାଇଁ ଆକାଶକୁ କରାଯାଇଥିଲା ଢାଲ । ଇଞ୍ଜିନିୟରିଂ ଡିଗ୍ରିଧାରୀ ଆକାଶ ପୁଣେରେ ଟାଟା ମୋଟର୍ସ ପାସେଞ୍ଜର ଡିଭିଜନ୍ ନାଁରେ ଏକ ନକଲି ଅଫିସ ଖୋଲିଥିଲା। ନିଜକୁ ଏମ୍‌.ଡି. ବୋଲି ଦର୍ଶାଇ ଟାଟା ମୋଟର୍ସ ନାଁରେ ଜାଲ୍ ଇ-ମେଲ୍ ଆଇଡି ତିଆରି କରିଥିଲା । ଟାଟା ମୋଟର୍ସର ଲୋଗୋ ବ୍ୟବହାର କରି ଚାକିରି ନାଁରେ ବିଜ୍ଞାପନ ଦେଇଥିଲା ସେ ।

ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...

ଜମି ହରାଇ କ୍ଷତିପୂରଣ ପାଇଥିବା ଲୋକଙ୍କୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରଭାବିତ କରି ଆକାଶ ପର୍ଯ୍ୟନ୍ତ ପହଞ୍ଚାଇଥିବା ସନ୍ଦେହ କରୁଛି ଭିଜିଲାନ୍ସ। ସାଧାରଣତଃ ଦଳ-ବିରୋଧୀ ଗତିବିଧି ପାଇଁ ରାଜନୈତିକ ଦଳମାନେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଦଳୀୟ ବିଧାୟକଙ୍କୁ ନିଲମ୍ବିତ କରୁଥିବା ବେଳେ ପାଣିଗ୍ରାହୀଙ୍କୁ ‘‘ଜନ-ବିରୋଧୀ’’ କାର୍ଯ୍ୟ ପାଇଁ ସିଧା ଦଳରୁ ବହିଷ୍କାର କରିଛି ବିଜେଡି ।



‘‘ରାଜ୍ୟର ଇତିହାସରେ ପ୍ରଥମ ଥର ପାଇଁ କୌଣସି ରାଜନୈତିକ ଦଳ ପଦବୀରେ ଥିବା ବିଧାୟକଙ୍କ ବିରୋଧରେ ଏଭଳି ପଦକ୍ଷେପ ନେଇ ତାଙ୍କୁ ଦଳରୁ ବହିଷ୍କାର କରିଛି । ମୁଖ୍ୟ ମନ୍ତ୍ରୀ ସବୁ ବେଳେ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଥିବାରୁ ଲୋକେ ତାଙ୍କୁ ବାରମ୍ବାର ନିର୍ବାଚିତ କରି ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବାର ସୁଯୋଗ ଦେଉଛନ୍ତି । ନବୀନ ଦୁର୍ନୀତି ଓ ଅନ୍ୟାୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ,’’ ପ୍ରଦୀପ ପାଣିଗ୍ରାହୀଙ୍କ ବହିଷ୍କାର ଉପରେ କହିଛନ୍ତି ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକ ।
Published by: Anand Shankar Thankur Das
First published: November 29, 2020, 7:07 PM IST