ପଞ୍ଚାୟତ ନିର୍ବାଚନରେ ବେଆଇନ ମଦ କାରବାର ଉପରେ ଲାଗିବ ରୋକ୍; ଆକ୍ସନ୍ ମୋଡରେ ଅବକାରୀ ବିଭାଗ

Excise department starts special drive to rein in illegal liquor flow during panchayat polls | ଅବକାରୀ ବିଭାଗର ସ୍ପେସାଲ ଡ୍ରାଇଭ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ବେଆଇନ ମଦ ଜବତ ହୋଇଛି । ଏହି ମାସର ପହିଲାରୁ ୧,୮୪୩ଟି ମାମଲା ରୁଜୁ କରିବା ସହ ୧,୫୦୫ ଜଣଙ୍କୁ ଗିରଫ କଲାଣି ଅବକାରୀ ବିଭାଗ ।

୧୮ ଦିନ ମଧ୍ୟରେ ଅବକାରୀ ବିଭାଗ ୫୪,୭୭୩ ଲିଟର୍ ଦେଶୀ ମଦ ଜବତ କରିଛି । (ପ୍ରତୀକାତ୍ମକ ଛବି)

୧୮ ଦିନ ମଧ୍ୟରେ ଅବକାରୀ ବିଭାଗ ୫୪,୭୭୩ ଲିଟର୍ ଦେଶୀ ମଦ ଜବତ କରିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବା ସହ ଗାଁ ଗାଁରେ ସରଗରମ ହେବାରେ ଲାଗିଛି ରାଜନୀତି । ଭୋଟରମାନଙ୍କ ସମର୍ଥନ ହାସଲ କରିବା ତଥା ସେମାନଙ୍କୁ ପ୍ରଲୋଭିତ କିରବା ପାଇଁ ଭୋଜିଭାତ ସହିତ ମଦର ଆସର ବି ଜମିବା ଆରମ୍ଭ ହେଉଛି । ଏମିତି ପରିସ୍ଥିତିରେ ରାଜ୍ୟରେ ବେଆଇନ ମଦ କାରବାର ବଢି଼ବା ଆଶଙ୍କା କରି ତା’ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ନିଜ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ।

ପଞ୍ଚାୟତ ନିର୍ବାଚନ ସମୟରେ ହେବାକୁ ଥିବା ବେଆଇନ ମଦ କାରବାରକୁ ରୋକିବା ପାଇଁ ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାରେ ଥିବା ଅବକାରୀ କାର୍ଯ୍ୟାଳୟକୁ ସ୍ପେଶାଲ୍‌ ଡ୍ରାଇଭ୍‌ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରାଜ୍ୟ ସ୍ତର ସହିତ ସବୁ ଜିଲ୍ଲାରେ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ବି ଖୋଲାଯାଇଛି । ଚାରିଟି ଗୁଇନ୍ଦା ସଂସ୍ଥା ଓ ଫ୍ଲାଇଙ୍ଗ୍‌ ସ୍ବାର୍ଡ଼ ସହ ତିନିଟି ଯାକ ଜୋନାଲ୍‌ ସ୍କାର୍ଡ଼କୁ ମଧ୍ୟ ସ୍ପେଶାଲ୍‌ ଡ୍ରାଇଭ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ପରେ ରାଜ୍ୟ ତମାମ ରେଡ଼ ଆରମ୍ଭ କରିଛି ବିଭାଗ ।

ଏହା ବି ପଢ଼ନ୍ତୁ | IND vs SA: ଟିମ୍ ଇଣ୍ଡିଆ ଭେଙ୍କଟେଶ୍‌ ଆୟର୍‌ଙ୍କୁ ଉପଯୋଗ କରିପାରିଲାନି; ହାରିବାର ୫ଟି ବଡ଼ କାରଣ

‘‘ପଞ୍ଚାୟତ ନିର୍ବାଚନ ସମୟରେ ବେଆଇନ ନିଶା ତଥା ମଦ କାରବାରକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଆମର ସବୁ ଗୁଇନ୍ଦା ସଂସ୍ଥା ସହିତ ଫ୍ଲାଇଙ୍ଗ ସ୍କାର୍ଡ ଓ ଜୋନାଲ୍ ସ୍ବାର୍ଡମାନଙ୍କୁ ବେଆଇନ ନିଶା କାରବାର ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସ୍କାର୍ଡ଼ଗୁଡ଼ିକ ପୋଲିସର ସହାୟତାରେ ନିୟମିତ ଭାବେ ରାଜ୍ୟ ବିଭିନ୍ନ ସ୍ଥାନରେ ରେଡ଼ କରିବା ଆରମ୍ଭ କରିଛନ୍ତି । ପ୍ରତି ଦିନ ଏହାର ସମୀକ୍ଷା କରାଯାଉଛି,’’ କହିଛନ୍ତି କଟକ ସ୍ଥିତ ଅବକାରୀ ନିର୍ଦ୍ଦେଶାଳୟର ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ।

ଅବକାରୀ ନିର୍ଦ୍ଦେଶାଳୟର ଡେପୁଟି କମିଶନର ରାମଚନ୍ଦ୍ର ପାଲଟା


ଅବକାରୀ ବିଭାଗ ଏହି ସ୍ପେସାଲ ଡ୍ରାଇଭ ଆରମ୍ଭ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ବେଆଇନ ମଦ ଜବତ ହେବା ଆରମ୍ଭ ହୋଇଛି । ଗତ ସପ୍ତାହରେ କଟକ ଜିଲ୍ଲା ତିଗିରିଆ ଭୀରୁଡ଼ା ଓ ପଣସ ପାଟଣା ଅଞ୍ଚଳରେ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ, ପୋଚ ଓ ମଦ ରନ୍ଧାରେ ବ୍ୟବହୃତ ବିଭିନ୍ନ ଆସବାବପତ୍ର ନଷ୍ଟ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋବାହାଘର କରେଇଲମୋସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ କହିଲେ ମହିଳା

ଚଳିତ ମାସର ପହିଲାରୁ ଏହି ସ୍ପେସାଲ ଡ୍ରାଇଭ ଆରମ୍ଭ ହୋଇଥିଲା । ୧୮ ତାରିଖ ମଙ୍ଗଳବାର ସୁଦ୍ଧା ମୋ’ଟ ୧,୮୪୩ଟି ମାମଲା ରୁଜୁ କରିବା ସହ ମୋ’ଟ ୧,୫୦୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହା ସହ ୫୪,୭୭୩ ଲିଟର୍‌ ଦେଶୀ ମଦ ସହିତ ୪.୫୨ ଲକ୍ଷ ଲିଟର୍‌ ପୋଚ, ୩୦୩ ଲିଟର୍‌ ନକଲି ମଦ, ୪୭୬ ଲିଟର ଫରେନ ଲିକର୍ ଓ ୩୩୩ ଲିଟର୍‌ ବିୟର୍‌ ଜବତ କରାଯାଇଛି ।

ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ବେଆଇନ ଭାବେ ନିଶା କାରବାରରେ ବ୍ୟବହାର କରାଯାଇଥିବା ୧୧୨ଟି ଦୁଇ-ଚକିଆ ଓ ଚାରି-ଚକିଆ ଯାନକୁ ମଧ୍ୟ ଜବତ କରାଯାଇଛି । ଗତ ୧୮ ଦିନ ମଧ୍ୟରେ ମଦ ସହିତ ଜବତ ହୋଇଥିବା ଅନ୍ୟାନ୍ୟ ନିଶା ସାମଗ୍ରୀର ଆନୁମାନିକ ମୂଲ୍ୟ ସାଢ଼େ ୭ କୋଟି ଟଙ୍କା ହେବ ବୋଲି ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ।
Published by:Anand S.T. Das
First published: