ଭୁବନେଶ୍ୱରରେ ଦେଶୀ ମଦ କାରବାର: ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଲେ ମାଫିଆ

ଗୋଟିଏ ଘରୁ ବିପୁଳ ପରିମାଣର ଦେଶୀ ମଦ ମିଳିବା ପରେ ୨୫ରୁ ୩୦ ଜଣ ସ୍ଥାନୀୟ ପୁରୁଷ ଓ ମହିଳା ଅବକାରୀ ବିଭାଗର କର୍ମଚାରୀମାନଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ।

ଭୁବନେଶ୍ୱରରେ ଦେଶୀ ମଦ କାରବାର: ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିଲେ ମାଫିଆ
ଆକ୍ରମଣ ବେଳର ଭିଡିଓରୁ ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ପାଇ ମଦ ମାଫିଆଙ୍କ ଏକ ଆଡ୍ଡାରେ ଅବକାରୀ ବିଭାଗର କର୍ମଚାରୀମାନେ ଚଢ଼ାଉ କରିବା ବେଳେ ସେମାନଙ୍କ ଉପରେ ସଙ୍ଘବଦ୍ଧ ଆକ୍ରମଣ ହୋଇଛି । ଭୁବନେଶ୍ୱରର ଭରତପୁର ବସ୍ତିରେ ଗୋଟିଏ ଘରୁ ବହୁ ପରିମାଣରେ ମଦ ମିଳିବା ପରେ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ମଦ ବେପାରରେ ଜଡ଼ିତ ଥିବା ଲୋକେ ମାଡ଼ ମାରିବା ସହ ତାଙ୍କ ଉପରେ ଢେଲା ଓ ପଥର ବର୍ଷା କରିଥିଲେ ।

ଏହି ଆକ୍ରମଣରେ ଅବକାରୀ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଥିଲେ । ଘଟଣାର ଖବର ପାଇ ଭରତପୁର ଥାନା ପୋଲିସ ସେଠାରେ ପହଞ୍ଚି ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ମାଡ଼ ମାରିଥିବା ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଏକ ବିଶେଷ ସୂତ୍ରରୁ ଖବର ପାଇ ଆମ ଟିମ ଭରତପୁର ବସ୍ତିରେ ଚଢ଼ାଉ କରିଥିଲୁ । ଆମକୁ ଖବର ମିଳିଥିଲା ଯେ ଏକ ଘରେ ଦେଶୀ ମଦ ରନ୍ଧା ହେଉଛି ଓ ବିକ୍ରି ହେଉଛି । ଆମ ଟିମରେ ପାଞ୍ଚ ଜଣ ସଦସ୍ୟ ଥିଲେ । ସେହି ଘରୁ ବିପୁଳ ପରିମାଣର ଦେଶୀ ମଦ ମିଳିଥିଲା । ହଠାତ ୨୫ରୁ ୩୦ ଜଣ ସ୍ଥାନୀୟ ପୁରୁଷ ଓ ମହିଳା ଆମ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ପ୍ରଥମେ ଆମ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ । ତା’ ପରେ ସଙ୍ଘବଦ୍ଧ ହୋଇ ଆକ୍ରମଣ କରିଥିଲେ,’’ କହିଛନ୍ତି ଅବକାରୀ ବିଭାଗର ସବ୍‌-ଇନ୍ସପେକ୍ଟର ନିଳିମା ଜୟନ୍ତୀ ସ୍ୱାଇଁ ।

ଆକ୍ରମଣ ବେଳର ଭିଡିଓରୁ ଆଉ ଏକ ଦୃଶ୍ୟ


ଭୁବନେଶ୍ୱରରେ ଥିବା ବସ୍ତିଗୁଡ଼ିକରେ ମଦ ମିଳିବା ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ସାଲିଆସହି ଭଳି ବସ୍ତିରୁ ଦେଶୀ ମଦ ଜବତ ହୋଇଛି । ହେଲେ ଚଢ଼ାଉ ବେଳେ ଆକ୍ରମଣ ଘଟଣା ନୂଆ । ଲକଡାଉନ ସମୟରେ ବେଆଇନ୍‌ ଭାବେ ଦେଶୀ ମଦ କାରବାର ଚାଲିଥିବା ସୂଚନା ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ୍‌ ବଚ୍ଚନ ଜୟା ବଚ୍ଚନଙ୍କ ପ୍ରେମ କାହାଣୀର ସାକ୍ଷୀ ୧୦ଟି ଫଟୋ; ଦୀର୍ଘ ଦିନ ଡେଟିଂ କରିବା ପରେ ବାହା ହୋଇଥିଲେ

ଏହି ଆକ୍ରମଣ ଘଟଣାର ଦୁଇଟି ଭିଡ଼ିଓ ଏବେ ଭାଇରାଲ ହେବାକୁ ଲାଗିଛି । ଏଥିରେ ଆକ୍ରମଣକାରୀମାନେ ଅବକାରୀ ବିଭାଗର କର୍ମଚାରୀମାନଙ୍କ ସହ ଧସ୍ତାଧସ୍ତି କରୁଥିବା ଓ ସେମାନଙ୍କୁ ମାଡ଼ ମାରୁଥିବା ଦେଖାଯାଇଛି । ଆକ୍ରମଣକାରୀମାନଙ୍କ ସହ କିଛି ମହିଳା ବି ସାମିଲ ଥିବା ଭିଡିଓରେ ସ୍ପଷ୍ଟ ଦିଶୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ବିଦ୍ୟୁତ୍ ଜାମୱାଲ୍

ସବ୍‌-ଇନ୍ସପେକ୍ଟର ଶ୍ରୀମତୀ ସ୍ବାଇଁ କହିଛନ୍ତି, ‘‘ଆମେ ଆମ ଡ୍ୟୁଟି ନିଭାଉଛୁ । ଯଦି ଏଭଳି ଆକ୍ରମଣ ହେବ, ତେବେ ଆମ କର୍ମଚାରୀମାନଙ୍କ ମନୋବଳ ଭାଙ୍ଗିଯିବ । ତେଣୁ ଯେଉଁମାନେ ବି ଭିଡିଓରେ ସମ୍ନାକୁ ଆସୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ।’’



‘‘ଆମେ ଖବର ପାଇବା ପରେ ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ଉଦ୍ଧାର କରିଥିଲୁ । ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଏବେ ସୁଦ୍ଧା ଚାରି ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ସାମିଲ ଅଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ବଢି଼ବ,’’ କହିଛନ୍ତି ଭରତପୁର ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ।
Published by: Anand ST Das
First published: June 3, 2021, 11:24 PM IST