୨୨ ଲକ୍ଷ ଟଙ୍କାର ଧଳା ଜହର ସହ ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ

ଅବକାରୀ ବିଭାଗ ରାଜଧାନୀରୁ ଜଣେ ମହିଳା ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ତା ସହ ଜବତ କରିଥିବା ୨୨୪ ଗ୍ରାମ ଧଳାଜହର ମୂଲ୍ୟ ୨୨ ଲକ୍ଷ ଟଙ୍କା ଜଣା ପଡ଼ିଛି ।

ମହିଳା ଡ୍ରଗ୍ସ ମାଫିଆ

ମହିଳା ଡ୍ରଗ୍ସ ମାଫିଆ

  • Share this:
News 18 Odia Digital

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ଏଥିରେ ବହୁଳ ପରିମାଣରେ ମହିଳା ମାନେ ସଂପୃକ୍ତ ରହୁଛନ୍ତି । ଶୁକ୍ରବାର ଦିନ ଅବକାରୀ ବିଭାଗ ରାଜଧାନୀରୁ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ରାଜଧାନୀରେ ଧଳାଜହର କାରବାର ପଛରେ ନିଶା ମାଫିଆମାନେ ବେଶ ସକ୍ରିୟ ହୋଇ ବେଧଡକ ଭାବେରେ ବ୍ୟବସାୟୀ କରୁଥିବାର ଦେଖିବାକୁ ମିଳୁଛି ।

ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାର୍ଡ କ୍ୟାପିଟାଲ ଥାନା ଅନ୍ତର୍ଗତ ପିଏଚଡି କଲୋନିର କେଦାରପଲ୍ଲୀ ବସ୍ତିରୁ ଏହାକୁ ଜବତ କରିଛି । ଜବତ ବ୍ରାଉନସୁଗର ପରିମାଣ ପାଖାପାଖି ୨୨୪ ଗ୍ରା.ମ ହେବ । ଏହି ଘଟଣାରେ ସମ୍ପୃକ୍ତ ମହିଳା ଡ୍ରଗ୍ସ ମାଫିଆକୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ମହିଳା ହେଉଛନ୍ତି କେଦାରପଲ୍ଲୀ ବସ୍ତିର ସୁଷମା ନାୟକ । ସେ ଦୀର୍ଘଦିନ ଧରି ବ୍ରାଉନସୁଗାର କାରାବର କରୁଥିବା ଜଣାପଡିଛି । ଜବତ ବ୍ରାଉନସୁଗାରକୁ ଖୋର୍ଦ୍ଧାରୁ ଆଣି ଜଣେ ଯୁବକ ଦେଉଥିବାର ପ୍ରାଥମିକ ତଦନ୍ତ ବେଳେ ଜଣା ପଡ଼ିଛି।

ମହିଳା ଜଣଙ୍କ ପ୍ରତି ପୁଡ଼ିଆ ପିଛା ୧୦୦ ଟଙ୍କା କମିଶନ ନେଇ ବେପାର କରୁଥିଲେ । ମହିଳା ଜଣଙ୍କ କହିଛନ୍ତି ସେ ଦୁଇ ମାସ ହେବ ବ୍ରାଉନସୁଗାର କାରବାର କରୁଛନ୍ତି । ପୂର୍ବରୁ ସେ ବିଏମସିର ଠିକା ସଫେଇ କର୍ମଚାରୀ ଭାବେ କାମ କରୁଥିଲେ । ହେଲେ ଚାକିରି ଯିବା କିଛି ଉପାୟ ନପାଇ ଏହି ବେପାର କରୁଛନ୍ତି ବୋଲି ସେ କହିଛନ୍ତି ।
Published by:Sujit Swain
First published: