• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ପ୍ରାଚୀ ନଦୀର ପୁନରୁଦ୍ଧାର; କେନ୍ଦ୍ର ଜଳାଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ଅବଗତ କରାଇଲେ ଅପରାଜିତା

ପ୍ରାଚୀ ନଦୀର ପୁନରୁଦ୍ଧାର; କେନ୍ଦ୍ର ଜଳାଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କୁ ସାକ୍ଷାତ କରି ଅବଗତ କରାଇଲେ ଅପରାଜିତା

ପ୍ରାଚୀ ନଦୀର ପୁନରୁଦ୍ଧାର ନିମନ୍ତେ ୨୯୭.୮୧ କୋଟି ଟଙ୍କାର ପ୍ରକଳ୍ପ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାକ୍ଷାତ କରିଛନ୍ତି।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କରିଛନ୍ତି

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କରିଛନ୍ତି

  • Share this:
News18 Odia Digital

ଭୁବନେଶ୍ବର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ସାକ୍ଷାତ କରି ପ୍ରାଚୀ ନଦୀ ସମ୍ପର୍କରେ ଅବଗତ କରାଇଛନ୍ତି। ପ୍ରାଚୀ ନଦୀର କିଭଳି ପୁନରୁଦ୍ଧାର ହେବ ଓ ଏହାଦ୍ୱାରା ତିନୋଟି ଜିଲା ଛଅଟି ବ୍ଲକ କିଭଳି ଉପକୃତ ହେବ ସେ ନେଇ ମନ୍ତ୍ରୀଙ୍କୁ ଏକ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରଦାନ କରିଛନ୍ତି ଅପରାଜିତା।

ଓଡ଼ିଶାର ପ୍ରାଚୀ ନଦୀ ଯାହାର ଦର୍ଘ୍ୟ ହେଉଛି ୭୮ କିଲୋମିଟର ଖୋର୍ଦ୍ଧା, କଟକ, ପୁରୀ ତିନୋଟି ଜିଲ୍ଲାର ୬ଟି ବ୍ଲକ ଯଥା ବାଲିଅନ୍ତା, ବାରଙ୍ଗ, କଣ୍ଟାପଡା, ନିଆଳି, କାକଟପୁର ଅସ୍ତରଙ୍ଗ ଦେଇ ଗତି କରୁଛିl

ଏହା ମୋଟ ୪୨,୫୫୨ ହେକ୍ଟର (Catchment) ଜମି ପରିବ୍ୟାପ୍ତl ଯଦି ଏହାର ଐତିହାସିକ ପୃଷ୍ଠଭୂମିକୁ ଦେଖିବା ତେବେ ପ୍ରାଚୀ ନଦୀ ଓଡ଼ିଶାର ଜନ ସାଧାରଣଙ୍କ ଜୀବନ ଯାପନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଓ ଜନ ଉପଯୋଗୀl ଦ୍ୱାଦଶ ଶତାବ୍ଦୀରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିର ନିର୍ମାଣ ନିମିତ୍ତ ବ୍ୟବହାର ହେଉଥିବା ବୃହତ ପଥର ଗୁଡିକୁ ପ୍ରାଚୀ ନଦୀ ମାଧ୍ୟମରେ ପରିବହନ କରାଯାଇଥିଲା l ଆମ ସମସ୍ତଙ୍କର ଅନ୍ୟତମ ଆସ୍ଥାର କେନ୍ଦ୍ର ମା' ମଙ୍ଗଳାଙ୍କ ପୀଠ ମଧ୍ୟ ପ୍ରାଚୀ ଉପକୂଳରେ ଅବସ୍ଥାପିତl ସମସ୍ତ ଓଡ଼ିଆ ପ୍ରାଚୀ ନଦୀର ଐତହକୁ ନେଇ ଅତ୍ୟନ୍ତ ଗର୍ବିତl

ଦୁର୍ଭାଗ୍ୟବଶତଃ ମହାନଦୀର ଶାଖାନଦୀ କୁଶଭଦ୍ରା ନଦୀରୁ ଜଳ ପ୍ରବାହ ବନ୍ଦ ହେବା କାରଣରୁ ଆଜି ପ୍ରାଚୀ ନଦୀ ଶୁଷ୍କ ଅବସ୍ଥାରେ ରହିଅଛିl ବର୍ତ୍ତମାନ ଓଡ଼ିଶାର ଜନ ସାଧାରଣ ବିଶେଷତଃ ପ୍ରାଚୀ ଉପକୂଳ ବାସୀ ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ବ୍ୟାପକ କାର୍ଯ୍ୟ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତିl ଏହି ପ୍ରକଳ୍ପରେ ମୋଟ ୭ଟି ବ୍ରିଜ ନିର୍ମାଣ, ନଦୀ ଉପତ୍ୟକା ନବୀକରଣ (River Bed Creation ), ଜଳାଶୟ ସୃଷ୍ଟି (Service Road), ପାର୍ଶ୍ୱ ରାସ୍ତା, Ground Wall, Retaining Wall, ବୃକ୍ଷରୋପଣ, ସମୁଦ୍ର ମୁହାଣ ନବୀକରଣ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତl

ଉଲ୍ଲେଖଯୋଗ୍ୟ ଯେ ପ୍ରାଚୀ ନଦୀ ରାମଚନ୍ଦ୍ରପୁରଠାରେ କୁଶଭଦ୍ରା ନଦୀଠାରୁ ଉତ୍ପତି ହୋଇ ବଙ୍ଗୋପ ସାଗରରେ ବିଲୀନ ହୋଇଛିl

ଏଥିରେ ଯାହା ଆଶା କରାଯାଉଥିବା ସୁଫଳ (Expected Outcome), ତାହା ହେଉଛି,ଏହି ପ୍ରକଳ୍ପ ଦ୍ୱାରା ଗୁରୁତ୍ୱପୂର୍ଣ ପ୍ରାଚୀ ନଦୀ ପୁନଃଜୀବିତ ହୋଇପାରିବl ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବl ଏହାଦ୍ୱାରା ଭୂତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳର ଲବଣ ଅଂଶ ହ୍ରlସ ପାଇବା ଦ୍ୱାରା ଲୋକଙ୍କ ପାନୀୟ ଜଳ ଯୋଗାଣରେ ମଧ୍ୟ୍ୟ ପ୍ରମୁଖ ସାଧନ ହୋଇପାରିବl ଅପାତତଃ ୮୭୦୦ ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚନ ଉପଯୋଗୀ ହୋଇପାରିବ ଓ ଏହା ଦ୍ୱାରା କୃଷିରେ ବ୍ୟାପକ ଭାବେ ବୃଦ୍ଧି ହୋଇ ପାରିବl
Published by:Lipina Das
First published: