ପ୍ରେମ ସପ୍ତାହରେ ସାଜିଲେ ଉଦାହରଣ; ମୃତ୍ୟୁ ପରେ ବି ଛାଡିଲେନି ପତ୍ନୀଙ୍କ ହାତ

ପ୍ରେମ ସପ୍ତାହରେ ଏଇ କାହାଣୀ ଆପଣଙ୍କ ଆଖିରେ ଆଣିଦେବ ଲୁହ...କଥା ଦେଇଥିଲେ ସାତ ଜନମ ପାଇଁ.. ସେଥିପାଇଁ ବୋଧେ ମୃତ୍ୟୁ ପରେ ବି ଛାଡ଼ିଲେନି ପତ୍ନୀଙ୍କ ହାତ...

ପ୍ରେମ ସପ୍ତାହରେ ସାଜିଲେ ଉଦାହରଣ

ପ୍ରେମ ସପ୍ତାହରେ ସାଜିଲେ ଉଦାହରଣ

  • News18 Odia
  • Last Updated :
  • Koraput, India
  • Share this:
News 18 Odia Digital

କୋରାପୁଟ: ଚାଲିଛି ପ୍ରେମର ସପ୍ତାହ, ପ୍ରେମୀ ଯୁଗଳମାନେ ଏହି ସପ୍ତାହକୁ ଖୁବ ଉତ୍ସାହର ସହ ପାଳନ କରୁଛନ୍ତି । କିନ୍ତୁ ଏହାରି ଭିତରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ପତ୍ନୀଙ୍କ (Wife) ମୃତ୍ୟୁ ପରେ ମଧ୍ୟ ତାଙ୍କୁ ସାଥୀରେ ନେଇ ନିଜ ପ୍ରେମକୁ ସମ୍ମାନ ଦେଇଛନ୍ତି ଜଣେ ବ୍ୟକ୍ତି ।

କୋରାପୁଟର (Koraput) ଗୁରୁ ନାମକ ବ୍ୟକ୍ତି ଜଣକ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଶ୍ରମିକ ଭାବରେ କାମ କରୁଥିଲେ । ସେଠାରେ ତାଙ୍କ ପତ୍ନୀଙ୍କର ଶାରୀରିକ ଅସୁସ୍ଥତା ଦେଖାଦେଇଥିଲା । ପରେ ନିକଟସ୍ଥ ଏକ ଘରେଇ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିଥିଲେ ଗୁରୁ । ପାଖରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା । ସମସ୍ତ ଉଦ୍ୟମ ସତ୍ତ୍ୱେ ନିଜ ପତ୍ନୀଙ୍କର ଦେହାନ୍ତ ହୋଇଥିଲା । ତେବେ ପାଖରେ ଟଙ୍କା ନଥିବାରୁ ଅନ୍ୟଠାରୁ ସହାୟତା ଆଶା କରିଥିଲେ ଗୁରୁ । କିନ୍ତୁ କୌଣସି ସହାୟତା ମିଳିନଥିଲା । ଶବବୁହା ଗାଡିରେ ପତ୍ନୀଙ୍କୁ ନେବା ପାଇଁ ଟଙ୍କା ନଥିବାରୁ ନିଜ କାନ୍ଧରେ ପତ୍ନୀଙ୍କୁ ପକାଇ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶା ଆସୁଥିଲେ ଗୁରୁ । ତେବେ ରାସ୍ତାରେ ତାଙ୍କୁ ପୋଲିସ ଅଟକାଇଥିଲା ଓ ସାହାଯ୍ୟ ମଧ୍ୟ କରିଥିଲା । ସେତେବେଳକୁ ପ୍ରାୟ ୩୦କିମିରୁ ଉର୍ଦ୍ଧ୍ୱ ବାଟ ଚାଲିଆସିଥିଲେ ଗୁରୁ । ପୋଲିସ ଏକ ଶବବୁହା ଗାଡି ତାଙ୍କ ପାଇଁ ଯୋଗାଡ କରି କୋରାପୁଟ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଥିଲା ।

ପୂର୍ବରୁ ମଧ୍ୟ କଳାହାଣ୍ଡିରୁ ଏପରି ଏକ ଘଟଣା ସାମ୍ନାକୁ ଆସିଥିଲା । ଦାନ ମାଝୀଙ୍କ ଖବର ରାଜ୍ୟ ତଥା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ନିଜ ପତ୍ନୀଙ୍କ ମୃତ୍ୟୁ ପରେ ଦାନ ମାଝୀ ମଧ୍ୟ ମୃତ ଦେହକୁ ହସ୍ପିଟାଲରୁ ନିଜ ଗାଁକୁ କାନ୍ଧରେ ବୋହି ନେଇଥିଲେ ।
Published by:Soubhagya Mishra
First published: