ପ୍ରଭାତ ତ୍ରିପାଠୀଙ୍କ ପ୍ରତିକ୍ରିୟା; ବାଲିଯାତ୍ରାରେ ନବୀନ ବନ୍ଦନା ଠିକ୍ ନୁହେଁ

ବାଲିଯାତ୍ରାରେ କେତେ ଟଙ୍କା କାରବାର କରାଯାଇଛି, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟ କାର୍ଯ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ଏସବୁର ହିସାବ ଅଡିଟ ମାଧ୍ୟମରେ ହେବା ଆବଶ୍ୟକ ।

ପ୍ରଭାତ ତ୍ରିପାଠୀଙ୍କ ପ୍ରତିକ୍ରିୟା; ବାଲିଯାତ୍ରାରେ ନବୀନ ବନ୍ଦନା ଠିକ୍ ନୁହେଁ

ପ୍ରଭାତ ତ୍ରିପାଠୀଙ୍କ ପ୍ରତିକ୍ରିୟା; ବାଲିଯାତ୍ରାରେ ନବୀନ ବନ୍ଦନା ଠିକ୍ ନୁହେଁ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

କଟକ; ଐତିହାସିକ ବାଲିଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ତଥା ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ । କଟକ ଜିଲ୍ଲାର କିଛି ପ୍ରଶାସନିକ ଅଧିକାରୀ ନିଜର ମନମୁଖୀ କାର୍ଯ୍ୟକଳାପ ଚଳାଇଛନ୍ତି । ତେଣୁ ଏହାକୁ ଅଡିଟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି । ବାଲିଯାତ୍ରାରେ କେତେ ଟଙ୍କା କାରବାର କରାଯାଇଛି,  ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟ କାର୍ଯ୍ୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି । ସମସ୍ତ ଦୋକାନ, ଷ୍ଟଲ ତଥା ଅନ୍ୟ କେଉଁ ଉପାୟରୁ କେତେ ଅର୍ଥ ଉପାର୍ଜନ ହୋଇଛି ଓ କେତେ ଖର୍ଚ୍ଚ ହୋଇଛି । ଅର୍ଥ ହେରଫେର ହୋଇଛି କା ନାହିଁ ଏହା ତଥ୍ୟ ଅଡିଟ କଲେ ଜଣାପଡିବ ଓ ଏହାକୁ ସର୍ବସାଧାରଣରେ ପ୍ରକାଶ କରିବା ମଧ୍ୟ ଆବଶ୍ୟକ ବୋଲି ପ୍ରଭାତ କହିଛନ୍ତି ।

ଏଥିସହ ବାଲିଯାତ୍ରା ପରିଚାଳନା ତଥା, ଅତିଥିଙ୍କ ଖର୍ଚ୍ଚ, ମଞ୍ଚର ନାମକରଣ, କିଛି ସ୍ଥାନରେ ଅଶ୍ଳୀଳ ଗୀତ ପରିବେଷଣ କରାଯାଇଥିବା ସୂଚନା ରହିଛି । ଏହା କଳା ସଂସ୍କୃତିକୁ ନଷ୍ଟ କରିବା ସହ ଓଡ଼ିଶାବାସୀଙ୍କୁ କଷ୍ଟ ଦେଇଛି । କେବଳ ସେତିକି ନୁହେଁ ବାଲିଯାତ୍ରାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଉପରେ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥାନ ନମିଳିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଲିଯାତ୍ରାକୁ ରାଜନୀତିକରଣ କରାଯାଇ ଅନେକ କଦର୍ଯ୍ୟ କାମ କରାଯାଉଛି ବୋଲି ପ୍ରଶ୍ନ ଉଠିଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସଂଗୀତ ପରିବେଷଣ କରାଯିବା ମଧ୍ୟ ଠିକ ହୋଇନି ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ବୋଲି ପ୍ରଭାତ କହିଛନ୍ତି । ଏଥିସହ ବାଲିଯାତ୍ରା ପରିଚାଳନାକୁ ସିଧାସଳଖ ରାଜ୍ୟ ସରକାର ହାତକୁ ନିଅନ୍ତୁ ଏବଂ ବର୍ତ୍ତମାନ ଆର୍ଥିକ କାରବାରର ହିସାବ ସାମ୍ନାକୁ ଆସୁ ବୋଲି ପ୍ରଭାତ ତ୍ରିପାଠୀ ଦାବି କରିଛନ୍ତି ।
Published by:Soubhagya Mishra
First published: