ଏମିତି କହି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପୂର୍ବତନ ବିଜେଡି଼ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଗେରୁଆ ରଙ୍ଗରେ ରଙ୍ଗୀନ ହେବେ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଆପଣଙ୍କର ଏହି ନିଷ୍ପତ୍ତି ଏକ ଐତିହାସିକ ନିଷ୍ପତ୍ତି ବୋଲି କହି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ପ୍ରଦୀପ ପାଣିଗ୍ରାହୀ (ପ୍ରତୀକାତ୍ମକ ଛବି)

ପ୍ରଦୀପ ପାଣିଗ୍ରାହୀ (ପ୍ରତୀକାତ୍ମକ ଛବି)

  • Share this:
News 18 digital

ଗେରୁଆ ରଙ୍ଗରେ ରଙ୍ଗୀନ ହେବେ କି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ପ୍ରଶଂସା କରିଛନ୍ତି । ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଓଡ଼ିଆ ଝିଅକୁ ପ୍ରାର୍ଥୀ କରି ରାଜ୍ୟବାସୀଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ଐତିହାସିକ ନିଷ୍ପତ୍ତି ।

କିଛି ଦିନ ରାଜନୀତି ଠାରୁ ଦୂରରେ ଥିବା ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ବୁଲିବା ଓ ଏଭଳି ମନ୍ତବ୍ୟ ରାଜନୀତି ମହଲରେ ଚର୍ଚ୍ଚାର ବିନ୍ଦୁ ସୃଷ୍ଟି ହେଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ । ଓଡ଼ିଆ ଜାତିକୁ ପ୍ରଧାନମନ୍ତ୍ରୀ ଯେଉଁ ସମ୍ମାନ ଦେଇଛନ୍ତି ଅନ୍ୟ କେହି ଦେଇନାହାନ୍ତି । ବିଭିନ୍ନ ସର୍ବୋଚ୍ଚ ପଦବୀରେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଆଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀ ଋଣି, ରାଜ୍ୟବାସୀ କେବେ ଋଣ ସୁଝିପାରିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।
Published by:Soumya Das
First published: