ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ପ୍ରକ୍ରିୟା; ମୋଟ ୨୯ଟି ଘର ଭଙ୍ଗାଯିବ

ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଚଉଡ଼ା କରିବା ପାଇଁ ଭଙ୍ଗା ଯାଉଛି ଘର । ଘର ଭାଙ୍ଗିବାର ସାତ ଦିନ ଭିତରେ ଘର ମାଲିକମାନଙ୍କୁ କ୍ଷତିପୂରଣ ମିଳିବ ।

ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନିକଟରୁ ଉଚ୍ଛେଦ ପ୍ରକ୍ରିୟା; ମୋଟ ୨୯ଟି ଘର ଭଙ୍ଗାଯିବ
ଜେସିବି ମେସିନ ଦ୍ୱାରା ଗୋଟିଏ ଘର ଭଙ୍ଗାଯାଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଆଜି ଠାରୁ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମନ୍ଦିର ନିକଟରେ ଥିବା ବିଏମସି ଡାକ୍ତରଖାନା ପଛ ପାଖ ଘରଗୁଡିକୁ ଭାଙ୍ଗିବା ଆରମ୍ଭ ହୋଇଛି । ସକାଳ ୧୦ଟା ବେଳେ ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକଙ୍କ ଉପସ୍ଥିତିରେ ଘର ଭଙ୍ଗା କାମ ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆଖିରେ ରଖି ମନ୍ଦିର ଚାରି ପାର୍ଶ୍ୱରେ ପୋଲିସ ମୁତୟନ କରାଯାଇଥିଲା ।

ଲିଙ୍ଗରାଜ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ହେଉଛି ଜାଗା । ମନ୍ଦିର ଚାରି ପାଖରେ ଥିବା ମୋଟ ୨୯ଟି ଘର ଭଙ୍ଗାଯାଇ ରାସ୍ତାକୁ ଚଉଡ଼ା କରାଯିବ । ପୂର୍ବରୁ ବିନ୍ଦୁସାଗର କୂଳରେ ଥିବା ଗୋଟିଏ ଘର ଭଙ୍ଗା ସରିଥିବା ବେଳେ ଆଜି ଦୁଇଟି ଘର ଭଙ୍ଗା ଯାଇଛି ।

‘‘ଲିଙ୍ଗରାଜ ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର ପୂର୍ବରୁ ଘର ମାଲିକଙ୍କ ସହ ଆଲୋଚନା କରିଥିଲେ। କରୋନା ଯୋଗୁଁ ଭଙ୍ଗା କାମ ଅଟକି ରହିଥିବା ବେଳେ ଆଜି ଠାରୁ ଆମେ ଆରମ୍ଭ କରିଛୁ । ଯାହା ପୂର୍ବ ନିୟମ ଥିଲା ସେହି ଅନୁଯାୟୀ କାମ ଶେଷ କରିବୁ,’’ କହିଛନ୍ତି ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ।

ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର


ଓଲଡ ଟାଉନ ଅଞ୍ଚଳରେ ଦୀର୍ଘ ୪୦ ବର୍ଷ ହେବ ଘର କରି ରହିଥିଲେ ଭାଗବତ ମଲ୍ଲିକ । ହେଲେ ମହାପ୍ରଭୁଙ୍କ କାମ ପାଇଁ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ଓ ସୁବିଧାକୁ ଆଖିରେ ରଖି ସେ ନିଜର ୪୦ ବର୍ଷର ଘର ଛାଡିବାକୁ ରାଜି ହୋଇଛନ୍ତି । ଏ ନେଇ ବିଏମସି ସହ ଗତ ଫେବୃଆରୀ ମାସରୁ ଚୁକ୍ତି ସରିଥିଲା । ତେଣୁ ସେ ନିଜ ଘର ଛାଡ଼ି ଅନ୍ୟତ୍ର ଭଡ଼ା ନେଇ ରହୁଥିଲେ ।

‘‘ସରକାର ଏ ବାବଦକୁ ମୋତେ ଉଚିତ ମୂଲ୍ୟ ଦେବେ ବୋଲି ମଧ୍ୟ ଚୁକ୍ତି ହୋଇଛି । ସରକାରଙ୍କ ଉପରେ ମୋ’ର ଭରସା ଅଛି,’’ କହିଛନ୍ତି ମଲ୍ଲିକ ।

ପୂର୍ବରୁ ଲିଙ୍ଗରାଜ ମନ୍ଦିର ଚାରି ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରିବା ସହ ଉଠା ଦୋକାନୀ, ପୁରୁଣା ମନ୍ଦିର ଓ ଦୋକାନ ଘର ଆଦିକୁ ଭାଙ୍ଗି ମନ୍ଦିରକୁ ନୂଆ ରୂପ ଦିଆଯାଇଛି । ଫେବୃଆରୀ ମାସ ଶିବରାତ୍ରି ପୂର୍ବରୁ ମନ୍ଦିରର ଚାରି ପାର୍ଶ୍ୱର ସୌନ୍ଦର୍ଯ୍ୟକୁ ବୃଦ୍ଧି କରାଯାଇଥିଲା । ଏବେ ଏହାର ଅଧିକ ଓ ବଳକା କାମ ଆଜି ଠାରୁ ପୁନଃ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 7:56 PM IST
corona virus btn
corona virus btn
Loading