କଟକ: SCB ହସପିଟାଲର ସମ୍ପ୍ରସାରଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା; ଭାଙ୍ଗିଲା ୯୮ଟି ଘର

ଏହି ଉଚ୍ଛେଦ ପ୍ରକ୍ରିୟାରେ ୫୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି । ଆସନ୍ତା ସପ୍ତାହରୁ ବେହେରା କଲୋନୀରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି ।

କଟକ: SCB ହସପିଟାଲର ସମ୍ପ୍ରସାରଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା; ଭାଙ୍ଗିଲା ୯୮ଟି ଘର
ଉଚ୍ଛେଦ ଚାଲିଥିବା ବେଳେ ଆଶାହୀନ ଆଖିରେ ଦେଖୁଛନ୍ତି ବସ୍ତି ବାସିନ୍ଦା ମହିଳାମାନେ ।
  • News18 Odia
  • Last Updated: June 20, 2020, 10:24 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଉଚ୍ଛେଦ ପ୍ରକ୍ରିୟା ଆଜି ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ପୂର୍ବରୁ ଅବଗତ କରାଯାଇଥିବାରୁ ଅଧିକାରୀମାନେ ପହଁଚିବା ପୂର୍ବରୁ ବସ୍ତି ବାସିନ୍ଦାମାନେ ନିଜ ନିଜର ଆସବାବପତ୍ର ଘରୁ ବାହାର କରିବା ସହ ନିଜ ଘରଗୁଡ଼ିକୁ ନିଜ ହାତରେ ଭାଙ୍ଗିବା ଆରମ୍ଭ କରି ଦେଇଥିଲେ । ଉଚ୍ଛେଦ ସମୟରେ ପ୍ରଶାସନକୁ କୌଣସି ବିରୋଧର ସାମନା କରିବାକୁ ପଡ଼ି ନ ଥିଲେ ମଧ୍ୟ ବାହାର ଜାଗାରେ କେମିତି ରହିବେ ବୋଲି ପ୍ରଶ୍ନ କରିଥିଲେ ବସ୍ତିବାସିନ୍ଦାମାନେ ।

‘‘ଆମକୁ ଏଠୁ ଉଠେଇବେ ବୋଲି କହିଥିଲେ ସତ, ହେଲେ ଏମିତି ସକାଳୁ ସକାଳୁ ଏଠି ପହଁଚିଗଲେ । ଘରୁ ଜିନିଷ ପତ୍ର କାଢ଼ିବା ପାଇଁ ସମୟ ଦେଉ ନାହାନ୍ତି । ଏଠୁ ଗଲେ ଜଗତପୁରରେ ରହିବା ପାଇଁ କହୁଛନ୍ତି । ହେଲେ ସେଠି ଆମକୁ କାମ କିଏ ଦେବ? ଆମେ ଚଳିବୁ କେମିତି?’’ ପ୍ରଶ୍ନ କରିଛନ୍ତି ଚୂନଭାଟି ବସ୍ତି ବାସିନ୍ଦା ପ୍ରଭା ମଲିକ।

ଏସସିବି ମେଡ଼ିକାଲର ସମ୍ପ୍ରସାରଣ ସହ ଯୋବ୍ରା ବ୍ୟାରେଜରୁ ରାଣୀହାଟ ପୋଲ ପର୍ଯ୍ୟନ୍ତ ରାସ୍ତାକୁ ପ୍ରସସ୍ତିକରଣ କାର୍ଯ୍ୟ କରାଯାଉଛି । ଏଥି ପାଇଁ ତାଳଦଣ୍ଡା କେନାଳ କୂଳରେ ଥିବା ୬ଟି ବସ୍ତିକୁ ପୂର୍ବରୁ ଉଚ୍ଛେଦ କରାଯାଇଥିବା ବେଳେ ଲକଡ଼ାଉନ ଯୋଗୁଁ ପରବର୍ତ୍ତୀ ବସ୍ତିଗୁଡ଼ିକର ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଥିଲା । ସେହି କ୍ରମରେ ଆଜି ଏହି ବସ୍ତିକୁ ଉଚ୍ଛେଦ କରାଯାଉଛି ।

ଆଜି ବିସ୍ଥାପିତ ହୋଇଥିବା ସବୁ ୯୮ଟି ଘରର ଲୋକଙ୍କୁ ଜଗତପୁର ଠାରେ ଚିହ୍ନଟ ହୋଇଥିବା ସ୍ଥାନରେ ଉଭୟ ଜାଗା ଓ ସରକାର ଘୋଷଣା କରିଥିବା ଅନୁକମ୍ପାମୂଳକ ରାଶି ମଧ୍ୟ ପ୍ରଦାନ କରାଯିବ। ଏହା ସହିତ ସେମାନଙ୍କୁ ପଲିଥିନ ମଧ୍ୟ ଯୋଗାଇ ଦିଆଯାଇଛି ବୋଲି କହିଛି ସିଏମସି ।

‘‘ଲୋକେ ନିଜ ତରଫରୁ ଲିଖିତ ଭାବେ ଜାଣଇବା ପରେ ହିଁ ଆମେ ସେମାନଙ୍କ ସହିତ ଆଲୋଚନା କରି ଉଚ୍ଛେଦ କରୁଛୁ। ତେଣୁ ଜଣାଇ ନାହୁଁ ବୋଲି ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସରକାର ନିର୍ଦ୍ଧାରିତ କରିଥିବା ସହାୟତା ବି ସଙ୍ଗେ ସଙ୍ଗେ ଦିଆଯିବ। ଏହା ପରେ ବେହେରା କଲୋନୀରେ ଉଚ୍ଛେଦ କାମ ଆରମ୍ଭ ହେବ,’’ କହିଛନ୍ତି ସି.ଏମ.ସି ଡ଼େପୁଟି କମିଶନର ଡ଼କ୍ଟର ଅବିନାଶ ରାଉତ।

ଆଜି ଉଚ୍ଛେଦ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହା ପରେ ଆସନ୍ତା ସପ୍ତାହରୁ ଏସସିବିର ଚତୁର୍ଥ ଶ୍ରେଣୀ କର୍ମଚାରୀ ରହୁଥିବା ସୁଇପର କଲୋନୀକୁ ଉଚ୍ଛେଦ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଥିଲେ ମଧ୍ୟ ସେଠାର ଲୋକେ ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ।​

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 10:24 PM IST
corona virus btn
corona virus btn
Loading