କଟକ SCB ହସପିଟାଲ୍ ସମ୍ପ୍ରସାରଣ ପାଇଁ ଉଚ୍ଛେଦ ଜାରି; ଭଙ୍ଗାଗଲା ସର୍ବ-ପୁରାତନ ହିନ୍ଦ୍ ସିନେମା ହଲ୍

Eviction drive resumes in Cuttack for SCB Hospital transformation | ଏମ୍ସ ପ୍ଲସରେ ପରିଣତ ହେବାକୁ ଯାଉଥିବା ଏସ.ସି.ବି. ହସପିଟାଲକୁ ଏହି ଉଚ୍ଛେଦ ପ୍ରକ୍ରିୟା ପରେ ଜାତୀୟ ରାଜପଥରୁ ସିଧାସଳଖ ରାସ୍ତା ଫିଟିବ । ଏହା ଦ୍ୱାରା ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଉପକୃତ ହେବେ ।

ହିନ୍ଦ୍ ସିନେମା ହଲ୍ କଟକର ସର୍ବ-ପୁରାତନ ସିନେମା ହଲ୍ ଥିଲା ।

ହିନ୍ଦ୍ ସିନେମା ହଲ୍ କଟକର ସର୍ବ-ପୁରାତନ ସିନେମା ହଲ୍ ଥିଲା ।

  • Share this:
ଦ୍ୱିବେନ୍ଦୁ ମିଶ୍ର | News18 Odia Digital

କଟକ: ଏସ୍‌.ସି.ବି. ହସପିଟାଲକୁ ଏକ ବିଶ୍ୱସ୍ତରୀୟ ହସ୍ପିଟାଲରେ ପରିଣତ କରିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମ ମିଳିତ ଭାବରେ ଏହି ହସପିଟାଲର ପାରିପାର୍ଶ୍ବିକ ସ୍ଥିତିକୁ ଅବରୋଧ-ମୁକ୍ତ କରିବାକୁ ଅଭିଯାନ ଜାରି ରଖିଛନ୍ତି । ରାଣୀହାଟ ପାଖ ତାଳଦଣ୍ଡା କେନାଲ ନିକଟରୁ ଏସ୍‌. ସି.ବି. ହସପିଟାଲକୁ ସିଧାସଳଖ ରାସ୍ତା ଫିଟାଇବା ଉଦ୍ଦେଶ୍ୟରେ ସୋମବାର ସକାଳେ ରାଣୀହାଟ ଛକରେ ପାଞ୍ଚରୁ ଅଧିକ ବୁଲଡୋଜର୍‌ ସହିତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବିନା ଟ୍ରାଫିକ୍‌ ଜାମରେ ଯେମିତି ଆମ୍ବୁଲାନ୍ସଟିଏ ସିଧାସଳଖ ହସପିଟାଲରେ ପ୍ରବେଶ କରିପାରିବ ତାହା ହିଁ ଏହି ଉଚ୍ଛେଦ ଅଭିଯାନର ମୂଳ ଲକ୍ଷ୍ୟ । ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବର ରାସ୍ତାକୁ ସମ୍ପ୍ରସାରଣ କରିବା ସହ ଏସ୍‌.ସି.ବି. ହସପିଟାଲକୁ ଗମନାଗମନ ସୁଗମ କରିବା ପାଇଁ ଉଭୟ ପାର୍ଶ୍ବରେ ଥିବା ଅବରୋଧକୁ ଉଛେଦ କରାଯାଇଛି । ଘରୋଇ ମାଲିକାନାରେ ଥିବା କଟକର ସର୍ବ-ପୁରାତନ ହିନ୍ଦ୍‌ ସିନେମା ହଲ୍‌ ସମେତ ଦୀର୍ଘ ୪୦ ବର୍ଷ ଧରି ରାଣୀହାଟ ରାସ୍ତା କଡ଼ରେ ଥିବା ଦୋକାନ ଘରଗୁଡି଼କୁ ବି ଉଚ୍ଛେଦ କରାଯାଇଛି ।

ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

ମହାନଗର ନିଗମ ଅଧୀନରେ ନିର୍ମାଣ ହୋଇଥିବା ୩୦ଟି ଦୋକାନ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ। ସି.ଏମ୍‌.ସି. ତରଫରୁ ଦୋକାନୀମାନଙ୍କୁ ବୁଝାସୁଝା କରାଯାଇ ସରକାରଙ୍କ ପକ୍ଷରୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ୨୫ ଜଣ ଦୋକାନୀଙ୍କୁ ସୋମବାର ଚେକ୍‌ ଦିଆଯାଇଥିବା ବେଳେ ବ୍ୟକ୍ତିଗତ ବିବାଦ ଯୋଗୁଁ ପାଞ୍ଚ ଜଣଙ୍କୁ ଚେକ୍‌ ଦିଆଯାଇପାରି ନ ଥିଲା ।

ଉଚ୍ଛେଦ ପ୍ରକ୍ରିୟାର ତଦାରଖ କରୁଛନ୍ତି ସରକାରୀ ଅଧିକାରୀମାନେ ।


ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

‘‘ହିନ୍ଦ୍‌ ସିନେମା ହଲ୍‌ ଭଳି ବ୍ୟକ୍ତିଗତ ସମ୍ପତ୍ତିର ମାଲିକମାନଙ୍କୁ ସେମାନଙ୍କ କ୍ଷତି ପୂରଣ ଦିଆଯାଇ ଉଚ୍ଛେଦ ପକ୍ରିୟା କରାଯାଇଛି । ଏସ.ସି.ବି. ହସପିଟାଲକୁ ଏମ୍ସ ପ୍ଲସରେ ପରିଣତ କରିବା ପାଇଁ ପ୍ରଶାସନର କାର୍ଯ୍ୟକ୍ରମ ଅଗ୍ରସର ହେଉଛି,’’ କହିଛନ୍ତି ସି.ଏମ.ସି ଡେପୁଟି କମିଶନର ଅବିନାଶ ରାଉତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ଥିଲା

ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ସ୍ୱାଗତ କରିଛନ୍ତି ଦୀର୍ଘ ଦିନ ଧରି ଏଠାରେ ଦୋକାନ କରିଥିବା କ୍ଷୁଦ୍ର ବ୍ୟବସାୟୀମାନେ । ‘‘ପ୍ରଶାସନ ଆମମାନଙ୍କୁ କ୍ଷତିପୂରଣ ରାଶି ମଧ୍ୟ ଦେଇଛି, ହେଲେ ଉଚ୍ଛେଦ ପୂର୍ବରୁ ଅନ୍ୟତ୍ର ସ୍ଥାୟୀ ଦୋକାନ ଗୃହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ଆମେ ରୋଜଗାର ହରାଇ ନ ଥାନ୍ତୁ,’’ କହିଛନ୍ତି ବ୍ୟବସାୟୀ ବସନ୍ତ ପଣ୍ଡା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୁଁ ଆଗରୁ ମୁଁ ଗଞ୍ଜେଇ ଟାଣିଛି; ଆଉ ଥରେ ଟ୍ରାଏ କରିବାକୁ ଚାହୁଁଛି,’’ ଅନନ୍ୟା କହିଥିଲେ ଆର୍ୟନ୍ଖାନଙ୍କୁ

‘‘ଆମ ବାପା ଗୋସବାପା ଅମଳରୁ ଆମେ ଏହି ଦୋକାନ ଉପରେ ନିର୍ଭର କରି ନିଜର ଭରଣ ପୋଷଣ କରିବା ସହ ଅନେକ କର୍ମଚାରୀଙ୍କ ପରିବାରର ଜୀବନ ଜୀବିକା ଚଳାଉଥିଲୁ । ହେଲେ ଏବେ ତାହା ବିପନ୍ନ ହୋଇଯାଇଛି । ଦୋକାନ ଉଚ୍ଛେଦ ହେବା ଦ୍ୱାରା ଏହା ଉପରେ ନିର୍ଭର କରୁଥିବା ୪୦ରୁ ଅଧିକ ପରିବାର ଏବେ ରୋଜଗାର ଶୂନ୍ୟ ହୋଇଯାଇଛନ୍ତି । ତେଣୁ ସରକାରଙ୍କୁ ସ୍ଥାୟୀ ଦୋକାନ ଗୃହଟିଏ ପାଇଁ ମୋ’ ପରି ଅସହାୟ ବ୍ୟବସାୟୀ ନିବେଦନ କରୁଛୁ,’’ କହିଛନ୍ତି ଅନ୍ୟତମ କ୍ଷୁଦ୍ର ବ୍ୟବସାୟୀ ସୁରେନ୍ଦ୍ର ସାହୁ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ଦିନ ହେଲା କିଛି ଖାଇନି’’

ଏହି ଉଚ୍ଛେଦ ପ୍ରକ୍ରିୟା ପରେ ଏସ୍‌.ସି.ବି. ହସପିଟାଲକୁ ଜାତୀୟ ରାଜପଥରୁ ସିଧାସଳଖ ରାସ୍ତା ଫିଟିବ । ଏହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ଉପକୃତ ହୋଇପାରିବେ ।
Published by:Anand S.T. Das
First published:
)}