News18 Odia Digital
ଭୁବନେଶ୍ବର: ରାଜଧାନୀରେ ଉଚ୍ଛେଦ ଉଠା ଦୋକାନୀଙ୍କ ପାଇଁ ଶୀଘ୍ର ହେବ ଭେଣ୍ଡିଜୋନ। ୩୪ଟି ଭେଣ୍ଡିଜୋନ ଆବେଦନ କରିଛି ବିଏମସି ସେଥିମଧ୍ୟରୁ ୧୮ଟିକୁ ମିଳିଯାଇଛି ଅନୁମତି। ହକି ବିଶ୍ୱକପ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀଙ୍କୁ ଅତ୍ୟାଧୁନିକ ଭେଣ୍ଡିଜୋନ କରି ଥଇଥାନ କରିବାକୁ ଯୋଜନା କରୁଛି ବିଏମସି।
ରାସ୍ତା କଡ଼ ଦୋକାନୀଙ୍କ ପାଇଁ ଖୁସି ଖବର। ସମସ୍ତଙ୍କୁ ଶୀଘ୍ର ବିଏମସି ଯୋଗାଇ ଦେବ ଅତ୍ୟାଧୁନିକ ଭେଣ୍ଡିଜୋନ। ପୁରୁଣା ଟିଣ ଘର ପରିବର୍ତ୍ତେ ନୂଆ ଶୈଳୀର ଘର ସହିତ ସବୁ ସୁବିଧା ମିଳିବ ଏହି ଭେଣ୍ଡିଜୋନରେ। ଲୋକ ଜିନିଷ କିଣିବାକୁ ଆସିଲେ ପାର୍କିଂ ସୁବିଧା ପାଇବେ ଏହା ସହିତ ଶୌଚାଳୟ ମଧ୍ୟ କରାଯିବ।
ମହାନଗରରେ ଏବେ ୨୦ ହଜାର ଦୋକାନୀ ପଞ୍ଜିକୃତ କରିଥିବା ବେଳେ ଆଗକୁ ଏହି ପଞ୍ଜିକୃତ ସଂଖ୍ୟା ବୃଦ୍ଧି ସହିତ ଅଧିକ ଉଠା ଦୋକାନୀଙ୍କୁ ସାମିଲ ପାଇଁ ଯୋଜନା କରାଯାଉଛି।

ରାଜଧାନୀରେ ଉଚ୍ଛେଦ ଉଠା ଦୋକାନୀଙ୍କ ପାଇଁ ଶୀଘ୍ର ହେବ ଭେଣ୍ଡିଂ ଜୋନ
ସେହିପରି ନୂଆ ଭେଣ୍ଡିଜୋନ ନେଇ ୩୪ଟି ବିଏମସି ଆବେଦନ କରିଥିବା ବେଳେ ୧୮ଟି ମଞ୍ଜୁର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଆଗକୁ ସମସ୍ତ ମଞ୍ଜୁରୀ ମିଳିବ ବୋଲି ଶନିବାର ଦିନ national Vendor Day ନେଇ ନିଖିଳ ଉତ୍କଳ ଖୁଦ୍ର ବ୍ୟବସାୟୀ ମହାସଙ୍ଘ ପକ୍ଷରୁ ପାଳିତ ହେଉଥିବା କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ତେବେ ମେୟରଙ୍କ ଏହି ବ୍ୟବସ୍ଥାକୁ ସ୍ୱାଗତ କରାଯାଇଛି। ସଂଘ କହିଛି ହକି ବିଶ୍ୱକପ ପାଇଁ ଆମକୁ ଉଚ୍ଛେଦ କରାଯାଇଥିଲା ଏଣୁ ଏବେ ଆମର ସ୍ଥାୟୀ ବ୍ୟବସାୟ ପାଇଁ ଵ୍ୟଵସ୍ଥା କରିବାକୁ ବିଏମସି ଯୋଜନା କରୁଥିବାରୁ ଆମେ ଖୁସି। ଏଣୁ ଟାଉନ ଉଠା ଦୋକାନୀ କମିଟି ଏହାକୁ ସ୍ୱାଗତ କରିବା ବେଳେ କିଛି ଦାବି ମଧ୍ୟ ଉଠାଇଛି।
ମୁଖ୍ୟତଃ ଯେଉଁ ଆପାର୍ଟମେଣ୍ଟ ଗୁଡ଼ିକ ହେଉଛି ସେଥିରେ ଅତିକମରେ ୪୦୦ sq feetରେ ଜାଗା ଆଉ ସେଥିରେ ଅତ୍ୟାବଶ୍ୟକ ୪ଟି ଦୋକାନ ଦେବାକୁ ଦାବି ରଖିଛି ସଂଘ। ସେହିପରି ଯେଉଁ ଲୋକଙ୍କୁ ଉଚ୍ଛେଦ କରାଯାଇଛି ସେହିମାନଙ୍କୁ ସେହି ସ୍ଥାନରେ ଥଇଥାନ ନେଇ ମଧ୍ୟ ସଂଘ କହିଛି।
ମୁଖ୍ୟ କଥା ହେଉଛି ହକି ବିଶ୍ୱକପ ଆୟୋଜନ ନେଇ ସହର ସୌନ୍ଦର୍ଯ୍ୟକରଣ ପାଇଁ ଅନେକ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିଥିଲା ବିଏମସି। ଏବେ ସେମାନଙ୍କୁ ଥଇଥାନ ପାଇଁ ଯୋଜନା କରୁଛି ମହାନଗର ନିଗମ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।