ସମସ୍ତଙ୍କୁ ୨୦୦ ୟୁନିଟ ପର୍ଯ୍ୟନ୍ତ ମିଳିବ ମାଗଣା ବିଦ୍ୟୁତ: ପିସିସି ସଭାପତି

ଦଳ କ୍ଷମତାକୁ ଆସିବାପରେ ରାଜ୍ୟର ଯୁବକ, ମହିଳା, ବୃଦ୍ଧମାନଙ୍କ ପାଇଁ ଆହୁରି ନୂଆ ନୂଆ ଯୋଜନା ଆରମ୍ଭ କରିବ। କଂଗ୍ରେସକୁ କ୍ଷମତାକୁ ଆଣନ୍ତୁ, ସମସ୍ତଙ୍କୁ ଦୁଇଶହ ୟୁନିଟ ପର୍ଯ୍ୟନ୍ତ୍ ମିଳିବ ମାଗଣା ବିଦ୍ୟୁତ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।

ମାଗଣା ବିଦ୍ୟୁତ ଦେବ କଂଗ୍ରେସ (ପ୍ରତୀକାତ୍ମକ ଛବି)

ମାଗଣା ବିଦ୍ୟୁତ ଦେବ କଂଗ୍ରେସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦଳ କ୍ଷମତାକୁ ଆସିବାପରେ ରାଜ୍ୟର ଯୁବକ, ମହିଳା, ବୃଦ୍ଧମାନଙ୍କ ପାଇଁ ଆହୁରି ନୂଆ ନୂଆ ଯୋଜନା ଆରମ୍ଭ କରିବ। କଂଗ୍ରେସ ଦଳ ଯାହା ପ୍ରତିଶ୍ରୁତି ଦିଏ, ତାହା କାମରେ କରି ଦେଖାଏ। ଓଡିଶା ତଥା ବାଲେଶ୍ଵର ଜିଲ୍ଲାରେ ବୃହତ  ଶିଳ୍ପ  କଂଗ୍ରେସ ସରକାରଙ୍କ ଅମଳରେ ପ୍ରତିଷ୍ଠା ହୋଇଥିଲା । କଂଗ୍ରେସକୁ କ୍ଷମତାକୁ ଆଣନ୍ତୁ, ସମସ୍ତଙ୍କୁ ଦୁଇଶହ ୟୁନିଟ ପର୍ଯ୍ୟନ୍ତ୍ ମିଳିବ ମାଗଣା ବିଦ୍ୟୁତ ବୋଲି କହିଛନ୍ତି ପିସିସି ସଭାପତି ଶରତ  ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜାନକୀ  ବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରେ  ହଜାରେ ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା ସମ୍ଭବପର ହୋଇଥିଲା । ମାତ୍ର ଦୀର୍ଘ  ବାଇଶ ବର୍ଷ ନବୀନ ପଟ୍ଟନାୟକ  ସରକାର କ୍ଷମତାରେ ରହି  ବାଲେଶ୍ୱରରେ ଗୋଟିଏ ଛୁଞ୍ଚି କାରଖାନାଟାଏ ପ୍ରତିଷ୍ଠା କରି  ପାରିଲେ ନାହିଁ। ବରଂ କଂଗ୍ରେସ ଅମଳରେ  ପ୍ରତିଷ୍ଠା ହୋଇଥିବା ବିର୍ଲା ଟାୟାର୍ସ, ଇସ୍ପାତ ଆଲୋଏଜ ଭଳି ଅନେକ ବୃହତ ଶିଳ୍ପ କୁ ରୁଗଣ କରି ଦେଲେ। ଶସ୍ୟ ଶ୍ୟାମଳା  ବାଲିଆପାଳର ଚାଷୀଙ୍କ ସ୍ୱାର୍ଥକୁ ପାଦରେ ଦଳି ଦେଇ କମ୍ପାନୀର ସ୍ୱାର୍ଥ ରକ୍ଷା ପାଇଁ ନବୀନ ଓ଼ ନରେନ୍ଦ୍ର ମୋଦି ତତ୍ପର ହୋଇ ପଡିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଓଡିଶାବାସୀ ମଧ୍ୟ ନିର୍ବାଚନ ଆସିଲେ ପାଞ୍ଚ ଶହ ଟଙ୍କାରେ ନିଜର ଭୋଟକୁ ବିକ୍ରି ନକରିବାକୁ ଶରତ ପଟ୍ଟନାୟକ  ଅନୁରୋଧ କରି ଥିଲେ। ଦିନକୁ ଅଠେଈଶ  ପଇସାରେ ଭୋଟ ବିକ୍ରି କରି ଗଣତନ୍ତ୍ରକୁ ବିପଦରେ ନ ପକାନ୍ତୁ ବୋଲି ସେ ନିବେଦନ କରିଛନ୍ତି। ନ 'ରୁ ନବେ  ସ୍ଲୋଗାନ କୁ ଦୋହରାଇ  ସେ କହିଥିଲେ  କି, ଆମେ ବିଧାନ  ସଭା ରେ ନଅ  ଜଣ  ବିଧାୟକ  ଅଛୁ , ମାତ୍ର ଦୁଇହଜାର  ଚବିଶ ରେ ଆମେ ନବେ  ଜଣ  ବିଧାନ ସଭାକୁ  ଯିବୁ ଓ଼ ସରକାର  ଗଢ଼ିବୁ । ଏଥିପାଇଁ  ଆମର  କର୍ମୀ ମାନେ ଆଜିଠାରୁ  ଗାଁ ଗାଁ ରେ ଜନ ସମ୍ପର୍କ ଆରମ୍ଭ  କରି  ନବୀନ  ଓ଼ ନରେନ୍ଦ୍ର ମୋଦିଙ୍କ ମିଥ୍ୟା ପ୍ରତିଶ୍ରୁତି ଓ଼ ପ୍ରବଞ୍ଚନା  ସମ୍ପର୍କରେ ସଚେତନ କରାନ୍ତୁ ।

ସେହିପରି ବାଲେଶ୍ଵର ଲୋକ ସଭା  ନିର୍ବାଚନ ମଣ୍ଡଳୀର ନେତା ନବଜ୍ୟୋତି ପଟ୍ଟନାୟକ କହିଛନ୍ତି,"ଉତ୍ତର ଓଡିଶା  ସମେତ ସମଗ୍ର ଓଡ଼ିଶାରେ ଶିଳ୍ପ କୃଷି, କ୍ଷୁଦ୍ର ଶିଳ୍ପର ବିକାଶ କରିଥିଲା କଂଗ୍ରେସ ସରକାର। ବାଲେଶ୍ୱରରେ ଏମ୍ସ, ନୋସୀ ବିଜନେସ ପାର୍କ, ସିପେଟ, ବିର୍ଲାବ ଟାୟାର୍ସ, ଇମାମି ପେପର ମିଲସ, ଇସ୍ପାତ ଆଲୋୟଜ କଂଗ୍ରେସ ଅମଳରେ ପ୍ରତିଷ୍ଠା ହୋଇଥିଲା।  ଜିଲ୍ଲାରେ ଚଳିତ ମାସ ନଅ ଟି ହତ୍ୟା କାଣ୍ଡ ଘଟିସାରିଲାଣି । ମା ଭଉଣୀ ମାନେ ନିଜକୁ ସୁରକ୍ଷିତ ମଣୁ  ନାହାନ୍ତି।

ଜିଲ୍ଲା ସଭାପତି ସଂଜୀବ ଗିରି ଙ୍କ ସଭାପତିତତ୍ବରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠନେତା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ପିସିସି ଉପସଭାପତି ସୁରେଶ ମହାପାତ୍ର, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଗୋପନାରାୟଣ ଦାସ, ଲୋକସଭା ନିର୍ବାଚନମଣ୍ଡଳୀର ନେତା ନବଜ୍ୟୋତି  ପଟ୍ଟନାୟକ, ସୋସିଆଲ ମିଡ଼ିଆ ରାଜ୍ୟ ଅଧ୍ୟକ୍ଷ ଅଭିଶେଖ ମହାନନ୍ଦ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ଲୋକନାଥ ମହାରଥି, ପିସିସି ସାଧାରଣ ସମ୍ପାଦକ କିଶୋର ଜେନା, ପିସିସି ମୁଖପାତ୍ର ପଦ୍ମାକର ଗୁରୁ,ପିସିସି ସମ୍ପାଦକ ଜ୍ଞାନ ପଟ୍ଟନାୟକ, ସୋର ପୂର୍ବତନ ବିଧାୟକ ସୁରେନ୍ଦ୍ରନାଥ ପରମାଣିକ, ଅକ୍ଷୟ ଅର୍ଚ୍ୟୟ, ଚିତ୍ତ ଷଡ଼ଙ୍ଗୀ, ଭୋଗରାଇ  ପ୍ରାର୍ଥୀ ସତ୍ୟଶିବ ଦାସ, ଜଳେଶ୍ଵର ପ୍ରାର୍ଥୀ ତଥା ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ସୁଦର୍ଶନ ଦାସ, ବାଲେଶ୍ୱର ପାର୍ଥିନି ମମତା କୁଣ୍ଡୁ, ନୀଳଗିରି ପର୍ଥିନୀ  ମନୋଜା ମଞ୍ଜରୀ ଦେବୀ, ବସ୍ତା ଓ ବାଲିଆପାଳ ପ୍ରାର୍ଥୀ ବିଜନ ନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ରେମୁଣାର ପ୍ରତାପଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ଯୁଜୀଷ୍ଠୀର ଜେନା, ଭୁବନେଶ୍ୱର ସଭାପତି  ବିଶ୍ବଜିତ ଦାସ, ବାଲିଆପାଳ ପଂଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ୍, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା ଓ ବାବାଜୀ ଦେହୁରୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ  ଦେବଦତ୍ତ ଦାସ ଓ ସୁଧାଂଶୁ ଶେଖର ଜେନା, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ରକଂଗ୍ରେସ ସଭାପତି ଗୌତମ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ ସମସ୍ତଙ୍କୁ ପିସିସି ସଂପାଦକ ଅର୍ଚ୍ଚନା ନନ୍ଦୀ ଧନ୍ୟବାଦ ଜ୍ଞାପନ କରିଥିଲେ।
Published by:Soumya Das
First published: