ଘରେ ସମସ୍ତେ ଥିଲେ, ହଠାତ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ, ଆଉ ତା'ପରେ...

ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ରୋଡ଼ ରେଳଲାଇନ ଫାଟକରେ ଥିବା ନିରାକାର ମେହେରଙ୍କ ଦୋକାନରେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା ।

ଘରେ ସମସ୍ତେ ଥିଲେ, ହଠାତ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ, ଆଉ ତା'ପରେ...

ଘରେ ସମସ୍ତେ ଥିଲେ, ହଠାତ୍ ସିଲିଣ୍ଡର ଫାଟି ଘରେ ଲାଗିଗଲା ନିଆଁ, ଆଉ ତା'ପରେ...

  • News18 Odia
  • Last Updated :
  • Sonapur (Subarnapur, India
  • Share this:
News 18 Odia Digital

ସୋନପୁର; ଦୋକାନରେ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସହଲା ରୋଡ଼ ରେଳଲାଇନ ଫାଟକରେ ଥିବା ନିରାକାର ମେହେରଙ୍କ ଦୋକାନରେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା । ଦୋକାନ ଘରେ ଥିବାର ସବୁ ଜିନିଷ ଜଳି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ସୂଚନା ଅନୁସାରେ ସନ୍ଧ୍ୟା ୬ଟା ସମୟରେ ନିରାକାର ମେହେର ଦୋକାନରେ ବସି ସାମଗ୍ରୀ ବିକୁଥିବା ବେଳେ ଦୋକାନରେ ଥିବା ଗ୍ୟାସ ସିଲିଣ୍ଡରରେ ହଠାତ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ । ନିଆଁ ପ୍ରବଳ ବେଗରେ ବଢିବାକୁ ଲାଗିଲା । ଆଉ ତାପରେ ସେଠାରେ ବହୁ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହେବାରୁ ଉପର ମହଲାରେ ଥିବା ଦୋକାନ ଘରେ ମଧ୍ୟ ନିଆଁ ବ୍ୟାପିବାକୁ ଲାଗିଥିଲା । ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ନିଆଁ ଆୟତ୍ତ ହେବା ବେଳକୁ ଦୋକାନ ଗୃହରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ଦୋକାନ ଗୃହର ତଳ କୋଠାରେ ୬୫ ବର୍ଷୀୟ ବୃଦ୍ଧା ସୁରେଖା ମେହେର ଫସି ରହିଥିଲେ । ବୃଦ୍ଧାଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ତୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଙ୍କ ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଠିକ ଥିବା ଜଣାପଡିଛି ।

ରିପୋର୍ଟ- ସତ୍ୟବାନ ପୁରୋହିତ
Published by:Soubhagya Mishra
First published: