ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ପ୍ରତି ଘରେ ଲାଗିବ ଡିଜିଟାଲ ଡୋର୍ ନମ୍ବର ପ୍ଲେଟ୍; ଆଉ ଫାଙ୍କି ହେବନି ଟ୍ୟାକ୍ସ

ଭୁବନେଶ୍ୱରରେ ପ୍ରତି ଘରେ ଲାଗିବ ଡିଜିଟାଲ ଡୋର୍ ନମ୍ବର ପ୍ଲେଟ୍; ଆଉ ଫାଙ୍କି ହେବନି ଟ୍ୟାକ୍ସ

ଏହା ସହ ପ୍ରତି ଘରକୁ ଜିଓ ଟ୍ୟାଗିଂ ବି କରାଯିବ। ଏଥି ପାଇଁ ୧୫ ଦିନ ଭିତରେ ରାଜଧାନୀର ସବୁ ଘରେ ସର୍ଭେ ହେବ। ପାଞ୍ଚ ମାସ ଭିତରେ ସବୁ ଘରେ ଡିଜିଟାଲ ନମ୍ବର ଲାଗିଯିବ ବୋଲି କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ୱରରେ ପ୍ରତି ଘରେ ଲାଗିବ ଡିଜିଟାଲ ଡୋର୍ ନମ୍ବର ପ୍ଲେଟ୍; ଆଉ ଫାଙ୍କି ହେବନି ଟ୍ୟାକ୍ସ
ପ୍ରତି ଘରର ପ୍ରବେଶ ପଥରେ ଲାଗିବ ଡିଜିଟାଲ ଡୋର ନମ୍ବର ପ୍ଲେଟ୍।
  • News18 Odia
  • Last Updated: June 18, 2020, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟିକସ ଖିଲାପକାରୀ ସାବଧାନ। ଏଣିକି ଆଉ ଫାଙ୍କି ହେବନି ହୋଲଡିଂ ଟିକସ । ଟିକସ ଖିଲାପକାରୀଙ୍କୁ ଚିହ୍ନଟ କରିବ ଡିଜିଟାଲ ଡୋର। ଜିଓ ଟ୍ୟାଗିଙ୍ଗ ଓ କ୍ୟୁଆର କୋଡ଼ ଜରିଆରେ ପ୍ରସ୍ତୁତ ହେବ ଡାଟାବେସ । ଏ ନେଇ ଦୁଇଟି ଘରୋଇ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷର କରିଛି ବିଏମସି। ଘର ଘର ବୁଲି ସର୍ଭେ କରିବ ଏହି ଘରୋଇ କମ୍ପାନୀ।

‘‘ସରକାରୀ ହେଉ କି ବେସରକାରୀ, ବ୍ୟାବସାୟିକ ପ୍ରତିଷ୍ଠାନ ହେଉ କି କୌଣସି ଅନୁଷ୍ଠାନ, ଏଣିକି ପ୍ରତି ଘରର ପ୍ରବେଶ ପଥରେ ଲାଗିବ ଡିଜିଟାଲ ଡୋର ନମ୍ବର ପ୍ଲେଟ୍‌। ସବୁ ଘର ପାଇଁ  ଭିନ୍ନ ଭିନ୍ନ ଇଂରାଜୀ ଅକ୍ଷର ଓ ସଂଖ୍ୟା ଥିବା ଏକ ନମ୍ବର ଓ କ୍ୟୁଆର କୋଡ଼ ରହିବ। ଡିଜିଟାଲ ଡୋର ନମ୍ବର ପ୍ଲେଟ ଲଗାଯିବା ସହ ପ୍ରତି ଘରକୁ ଜିଓ ଟ୍ୟାଗିଂ କରାଯିବ। ଏଥି ପାଇଁ ୧୫ ଦିନ ଭିତରେ ରାଜଧାନୀର ସବୁ ଘରେ ସର୍ଭେ ହେବ। ପାଞ୍ଚ ମାସ ଭିତରେ ସବୁ ଘରେ ଡିଜିଟାଲ ନମ୍ବର ଲାଗିଯିବ,’’ କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଡିଜିଟାଲ ଡୋର ନମ୍ବର ପ୍ଲେଟ ଲଗାଇବା ପାଇଁ ବିଏମସି ଦୁଇଟି ଘରୋଇ ସଂସ୍ଥା ସହ ଏମ୍ଓୟୁ ସ୍ବାକ୍ଷର କରିଛି। ଏହି ସଂସ୍ଥା ଦୁଇଟି ଦ୍ୱାରା ସହରର ସବୁ ଘରେ ସର୍ଭେ କରାଯିବ। କେବେ ଘର ତିଆରି ହୋଇଛି, କେଉଁ ଉଦେଶ୍ୟରେ ବ୍ୟବହାର ହେଉଛି, ହୋଲଡିଂ ଟିକସ ଆଦାୟ ପରିମାଣ ଓ ବିଭିନ୍ନ ଦିଗକୁ ଆଧାର କରି ତଥ୍ୟ ସଂଗ୍ରହ କରାଯିବ। ସର୍ଭେ ପାଇଁ ଘରୋଇ ସଂସ୍ଥା ପକ୍ଷରୁ ପ୍ରତିଦିନ ୧୦୦ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେମାନେ ସହରର ଗଳିକନ୍ଦି ବୁଲି ସର୍ଭେ କରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ


‘’୧୫ ଦିନ ଭିତରେ ସର୍ଭେ ସମ୍ପୂର୍ଣ୍ଣ ହେବା ପରେ ସେଥ୍ରୁ ସଂଗୃହୀତ ତଥ୍ୟ ଆଧାରରେ ଏକ ଡାଟାବେସ ପ୍ରସ୍ତୁତ କରାଯିବ। ତଥ୍ୟ ଆଧାରରେ ସବୁ ଘର ପାଇଁ ଡିଜିଟାଲ ଡୋର୍‌ ନମ୍ବର ପ୍ଲେଟ ପ୍ରସ୍ତୁତ କରାଯିବ। ପାଞ୍ଚ ମାସ ଭିତରେ ସହରର ସବୁ ଘରେ ଡିଜିଟାଲ ନମ୍ବର ଲଗାଇ ଦିଆଯିବ,’’ କହିଛନ୍ତି ଚୌଧୁରୀ ।

ଘରର ପ୍ରବେଶ କବାଟ ବା ପାଖ କାନ୍ଥରେ ଏହାକୁ ଲଗାଯିବ। ଏହା ଦ୍ୱାରା ହୋଲଡିଂ ଟିକସ ଦେଉ ନ ଥିବା ଘରଗୁଡିକ ସହଜରେ ଧରପଡ଼ିବେ। ବକେୟା ହୋଲଡିଂ ଟିକସ ଆଦାୟ କରିବା ସୁବିଧା ହେବ। କେଉଁ ଘରୁ କେତେ ଟିକସ ଆଦାୟ ହୋଇଛି ଓ ଆଉ କେତେ ବାକି ଅଛି ତାର ତଥ୍ୟ ଗୋଟିଏ ଡାଟାବେସରେ ରହିବ । ଏହି ଡିଜିଟାଲ ଡୋର ନମ୍ବର ପ୍ଲେଟ ଲାଗିବା ପରେ ବର୍ଷକୁ ଅଧିକ ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ଥିବା କହିଛି ବିଏମସି ।

ଡିଜିଟାଲ ଡୋର ନମ୍ବରିଂ ପରେ ସେହି କୋଠାକୁ ଜିଓ ଟ୍ୟାଗିଂ ବା ଗୁଗୁଲ ମ୍ୟାପ ସହ ଯୋଡ଼ା ଯିବ । ଫଳରେ କୌଣସି ଘର ବା ଠିକଣାକୁ କେହି ଅଧିକାରୀ ଯିବାକୁ ଚାହିଁଲେ ସିଧାସଳଖ ଏହାର ଡିଜିଟାଲ ନମ୍ବର ସର୍ଚ୍ଚ କଲେ ସିଧା ସେହି ଘରକୁ ଯିବାର ମ୍ୟାପ ବାହାରି ଯିବ। ଏହି ମ୍ୟାପ ଅନୁସାରେ ଗଲେ ସେହି ଘର ପାଖରେ ପହଞ୍ଚିଯାଇ ହେବ। ପୂର୍ବରୁ ହୋଲଡିଂ ଟିକସ ଆଦାୟ ନେଇ ବିଏମସି ପକ୍ଷରୁ ଅନେକ ପନ୍ଥା ଆପଣାଯାଇଛି। ଖିଲାପକାରୀଙ୍କ ତାଲିକା ବିଭିନ୍ନ ଛକରେ ଲଗାଇବା ସହ କିନ୍ନର ଓ ଏସଏଚଜିଙ୍କୁ ନିୟୋଜିତ ବି କରାଯାଇଛି । ଆଉ ଏବେ ଡିଜିଟାଲ ଡୋର ନମ୍ବରିଂ ବ୍ୟବସ୍ଥା ଆସୁଛି । ଫଳରେ ଏଥର ନିୟମିତ ହୋଲଡିଂ ଟିକସ ଆଦାୟ ହୋଇ ପାରିବ ବୋଲି ଆଶା ରଖିଛି ବିଏମସି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 11:39 PM IST