ସମ୍ବଲପୁର ମହାନଗର ଘୋଷଣା ହେବାର ୬ ବର୍ଷ ପରେ ମଧ୍ୟ ହୋଇପାରୁନାହିଁ ପୌର ନିର୍ବାଚନ

ହାଇ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବା ନେଇ ସମ୍ଭାବନା ଦେଖା ଯାଉନାହିଁ । ୨୦୧୩ ନଭେମ୍ବର ୧୫ରେ ସମ୍ବଲପୁରକୁ ମହାନଗର ନିଗମର ମାନ୍ୟତା ରାଜ୍ୟ ସରକାର ଘୋଷଣା କରିଥିଲେ ।

ସମ୍ବଲପୁର ମହାନଗର ଘୋଷଣା ହେବାର ୬ ବର୍ଷ ପରେ ମଧ୍ୟ ହୋଇପାରୁନାହିଁ ପୌର ନିର୍ବାଚନ

ସମ୍ବଲପୁର ମହାନଗର ଘୋଷଣା ହେବାର ୬ ବର୍ଷ ପରେ ମଧ୍ୟ ହୋଇପାରୁନାହିଁ ପୌର ନିର୍ବାଚନ

  • Share this:
News18 Odia Digital

ସମ୍ବଲପୁର: ସମ୍ବଲପୁର ମହାନଗର ଘୋଷଣା ହେବାର ଛଅ ବର୍ଷ ପରେ ମଧ୍ୟ ହୋଇପରିଲା ନାହିଁ ମହାନଗର ନିର୍ବାଚନ। ବୁର୍ଲାରେ ମତଦାତାଙ୍କ ଅନୁସାରେ ୱାର୍ଡ଼ ସଂରକ୍ଷଣ ହୋଇନଥିବା ଅଭିଯୋଗ ନେଇ ହାଇ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ଏହା ଏ ପର୍ଯ୍ୟନ୍ତ ହାଇକୋର୍ଟରେ ଗଡୁଛି।

ଏଥି ପାଇଁ ବିରୋଧୀ ଦଳଗୁଡ଼ିକ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ନିର୍ବାଚନ ହୋଇପାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । ସମ୍ବଲପୁର ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର । ୨୦୧୩ ନଭେମ୍ବର ମାସରେ ସମ୍ବଲପୁର ସହରକୁ ମହାନଗର ନିଗମର ମାନ୍ୟତା ମିଳିଥିଲା । ତେବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମର ପୌର ନିର୍ବାଚନ ହୋଇପାରି ନାହିଁ। ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ସରକାର ପୌରାଞ୍ଚଳ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି ।

ତେବେ ହାଇ କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବା ନେଇ ସମ୍ଭାବନା ଦେଖା ଯାଉନାହିଁ । ୨୦୧୩ ନଭେମ୍ବର ୧୫ରେ ସମ୍ବଲପୁରକୁ ମହାନଗର ନିଗମର ମାନ୍ୟତା ରାଜ୍ୟ ସରକାର ଘୋଷଣା କରିଥିଲେ । ୱାର୍ଡ଼ ପୁନଃ ଗଠନ ଓ ସଂରକ୍ଷଣ ପାଇଁ ୨୦୧୫ ଜାନୁଆରୀ ୧୫ରେ ରାଜ୍ୟ ସରକାର ଗେଜେଟ ନୋଟିଫିକେସନ ଜାରି କରିଥିଲେ । ୨୦୧୫ ଫେବୃଆରୀ ୧୩ରେ ୱାର୍ଡ଼ ପୁନଃ ଗଠନ ଓ ସଂରକ୍ଷଣର ତାଲିକା ପ୍ରକାଶ ପାଇଥିଲା । କିନ୍ତୁ ସମ୍ବଲପୁର ପୌର ପରିଷଦରେ ବୁର୍ଲା ଏନଏସି ଓ ହୀରାକୁଦ ଏନଏସି ସହ ଧନକଉଡା ଓ ମାନେଶ୍ବରର ୧୨ଟି ପଞ୍ଚାୟତର ୫୬ଟି ଗାଁକୁ ନେଇ ମହା ନଗରର ୪୧ ୱାର୍ଡ଼ ଗଠନ ହୋଇଥିଲା।

ତେବେ ବୁର୍ଲାର ଅଜୟ ମହାନ୍ତି ନାମକ ଜଣେ ଅବସର ପ୍ରାପ୍ତ କର୍ମଚାରୀ ମହାନଗର ନିଗମ ସଂରକ୍ଷଣ ବ୍ୟବସ୍ଥା ନେଇ ହାଇ କୋର୍ଟରେ ଜନ ସ୍ବାର୍ଥ ମାମଲା ଦାଏର କରିବା ପରେ ହାଇ କୋର୍ଟ ପୌର ନିର୍ବାଚନ ଉପରେ ରୋକ ଲଗାଇଛନ୍ତି । ଏହା ପରେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମରେ ପୌର ନିର୍ବାଚନ ହୋଇପାରିନି । ଫଳରେ ଜନ ପ୍ରତିନିଧିଙ୍କ ଅନୁପସ୍ଥିତିରେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଧିମେଇ ଯାଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରି ଆସୁଛନ୍ତି । ରାଜ୍ୟ ସରକାର ଜାଣିଶୁଣି ସମ୍ବଲପୁରରେ ବାବୁ ରାଜ ଚଳେଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛି।

ଅନ୍ୟ ପଟେ ଛଅ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମର ବାବୁ ରାଜ ଜାରି ରହିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ନିକଟ ଭବିଷ୍ୟତରେ ନିର୍ବାଚନ ହେବାର ନାହିଁ । ଠିକ୍ ସମୟରେ ନିର୍ବାଚନ ହୋଇଥିଲେ ଏବେ ପାଞ୍ଚ ବର୍ଷୀୟା ଗୋଟିଏ ଅବଧି ସାରିଯାଇଥାନ୍ତା । ଖାଲି ଏତିକି ନୁହେଁ ମହାନଗର ଅଧୀନକୁ ଆସିଥିବା ୧୨ଟି ପଞ୍ଚାୟତର ୫୬ଟି ଗାଁରେ ଉନ୍ନୟନ ମୂଳକକାର୍ଯ୍ୟ ଠପ ହୋଇଯାଇଛି । ଏପରି ସ୍ଥଳେ କେବେ ହେବ ମହାନଗର ନିଗମ ନିର୍ବାଚନ ତାହାକୁ ଅପେକ୍ଷା କରିଛନ୍ତି ମହାନଗର ନିଗମବାସୀ।
Published by:Lipina Das
First published: