ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଆଖୁଆପଦାରେ ଉପରେ ରହିଛି ଜଳସ୍ତର; ତଳିଆ ଅଞ୍ଚଳରେ ବନ୍ଯା ହେବ ନାହିଁ: ଏସଆରସି

ଆଖୁଆପଦାରେ ଉପରେ ରହିଛି ଜଳସ୍ତର; ତଳିଆ ଅଞ୍ଚଳରେ ବନ୍ଯା ହେବ ନାହିଁ: ଏସଆରସି

ଜଳକା ଓ ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିଲେ ବି ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

ଆଖୁଆପଦାରେ ଉପରେ ରହିଛି ଜଳସ୍ତର; ତଳିଆ ଅଞ୍ଚଳରେ ବନ୍ଯା ହେବ ନାହିଁ: ଏସଆରସି
ତଳିଆ ଅଞ୍ଚଳରେ ବନ୍ଯା ଆଶଙ୍କା ନାହିଁ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 14, 2021, 5:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲଘୁଚାପ ଯୋଗୁଁ କିଛି ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ରାଜ୍ୟର ସ୍ଥିତି ବେହାଲ ହୋଇପଡ଼ିଛି। ଜଳକା ଓ ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ରହିଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିଲେ ବି ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।

ସାଂପ୍ରତିକ ସ୍ଥିତିକୁ ଆଖି ଆଗରେ ରଖି ଏସଆରସି ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ଭିଡିଓ କନ୍ଫରେସ ଜରିଆରେ ଜିଲ୍ଲାପାଳଙ୍କ ସହ ଏସଆରସି ଆଲୋଚନା କରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କୁ ସ୍ଥାନାନ୍ତରଣ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ନେଇ ବ୍ଯବସ୍ଥା ହୋଇଛି। ଦୁଇ ସପ୍ତାହ ଭିତରେ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ବନ୍ୟା ଆଶଙ୍କା ଥିଲେ ବି ଅଧିକ ବର୍ଷା ଯୋଗୁଁ ଫ୍ଲାସ ଫ୍ଲଡ଼ ଆସିପାରେ ଜଳସମ୍ପଦ ବିଭାଗ ଆକଳନ କରୁଛି। ବିଭିନ୍ନ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଜଳକା ଓ ବୈତରଣୀ ଆଖୁଆପଦା ଥରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଛି।

ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି," ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠୁ ୫୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ଦୁଇ ଦିନରେ ନବରଙ୍ଗପୁରରେ ସବୁଠୁ କମ ବର୍ଷା ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ କିଛି ଗଛ ମଧ୍ୟ ଉପୁଡ଼ିଯାଇଛି। ଚାଷରେ ହୋଇଥିବା କ୍ଷୟ କ୍ଷତି ହୋଇଛି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି”।

ବନ୍ଯା ଅଞ୍ଚଳ ପରିଦର୍ଶନ କରିଛନ୍ତି ଅଧିକାରୀ


ବୌଦ୍ଧରେ ୩୬୧ ମିଲିମିଟର ଓ ପୁରୀରେ ୩୬୦ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି। ୧୦ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ୯ ଟି ଜିଲ୍ଲାରେ ୧୦୦-୨୦୦ ମିଲିମିଟର ବର୍ଷା ହୋଇଛି । ଅସ୍ତରଙ୍ଗ ବ୍ଲକରେ ସର୍ବାଧିକ ୫୯୩ ମିଲିମିଟର ସହ ୩ଟି ବ୍ଲକରେ ୫୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ମୋଟ ୪ ଜଣଙ୍କର ମୃତ୍ଯୁ ହୋଇଛି। ୫ରୁ ୬ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି। କିଛି ସ୍ଥାନରେ ଘାଇ ହୋଇଥିଲା ତାକୁ ମରାମତି କରଯାଉଛି । ଦୁଇ ସପ୍ତାହ ମଧ୍ୟରେ ସମସ୍ତ ବିଭାଗ  କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ମହାନଦୀ ଉପର ମୁଣ୍ଡରେ ବର୍ଷା ନଥିଲେ ବି ଜଳକା ଓ ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ନଦୀଜଳ ପ୍ରବାହିତ ହେଉଛି । କନ୍ଧମାଳ, କେଉଁଝର ,ବୌଦ୍ଧ ସହ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଏବେ ବି ଜଳ ପ୍ରବାହିତ ହେଉଛି। ବର୍ତ୍ତମାନ କୌଣସି ନଦୀରେ ବନ୍ୟା ଆଶଙ୍କା ନଥିଲେ ବି ତଳିଆ ଅଞ୍ଚଳ ଜଳମଗ୍ନ ହୋଉଛି। ବିଶେଷ କରି ଭୁବନେଶ୍ୱର ,କଟକ ,ପାରାଦୀପ,ବଲାଙ୍ଗୀର ,ଭଦ୍ରକ ସହରର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଆଜି ପଶ୍ଚିମାଞ୍ଚଳରେ ବର୍ଷା ହେବାର ସମ୍ଭାବନା ଥିବାରୁ ଅଧିକ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଲୋକଙ୍କୁ ସ୍ଥାନାନ୍ତରଣ ସହ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜିଲ୍ଲା ପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ  ବିସ୍ତୃତ ତଥ୍ୟ ରଖି କହିଛନ୍ତି," ବର୍ତ୍ତମାନ ବନ୍ୟା କୌଣସି ନଦୀରେ ବନ୍ୟା ଆଶଙ୍କା ନଥିଲେ ବି ବର୍ଷା ଯୋଗୁଁ କିଛି ସ୍ଥାନରେ ଫ୍ଲାସ ଫ୍ଲଡ଼ ଆସିପାରେ। ଉପର ମହାନଦୀର ଚମ୍ପା ଓ ଘୋରାରୀ ୨ ଟି ସ୍ଥାନକୁ ଛାଡ଼ିଦେଲେ ଅଧିକ ବର୍ଷା ନାହିଁ। ମହାନଦୀ ନରାଜ ୨୬.୪ ମିଟର ବିପଦ ସଙ୍କେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ପାନପୋଷ ଓ ଜେନାପୁରରେ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ ହେଉଛି।

ବୈତରଣୀ ଆଖୁଆପଦା ଓ ଜଳକାରେ ବିପଦ ସଙ୍କେତର ୧ ମିଟର ଉପରେ ଜଳସ୍ତର ରହିଛି। ସମ୍ଭାବ୍ୟ ସ୍ଥିତି ମୁକାବିଲା ଅଫିସର ସଜାଗ ରହିବା ସହ ପ୍ୟାଟ୍ରୋଲିଂ କରାଯାଉଛି। ମୋଟ ୪୪ ଟି ମଧ୍ୟମ ଜଳଭଣ୍ଡାର ମଧ୍ୟରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ଥିବା ବେଳେ ୧୧ ଟିରେ ୧୦୦ ପ୍ରତିଶତ ଜଳ ରହିଛି । ୨୨ଟି  ଜଳ ଭଣ୍ଡାରରେ ଜଳଧାରଣ କ୍ଷମତାର ୫୦ ପ୍ରତିଶତ ତଳକୁ ଅଛି । ହୀରାକୁଦରେ ୬୨୬.୫ ମିଟର ଜଳ ରହିଛି ଯାହାକି ୮୫-୮୬ ପ୍ରତିଶତ ଜଳଧାରଣ କ୍ଷମତା ବିଶିଷ୍ଟ । ବର୍ତ୍ତମାନ ୧ ଲକ୍ଷ ୯୫ ହଜାର ଜଳ ପଶୁଥିବା ବେଳେ ୨ ଲକ୍ଷ କ୍ୟୁସେକ ଜଳ ପଶିବ ବୋଲି ଆକଳନ କରି ୬ ଟି ଗେଟ ଖୋଲିବାକୁ ବିଭାଗ ନିଷ୍ପତ୍ତି ନେଇଛି।
Published by: Soumya Das
First published: September 14, 2021, 5:54 PM IST