୨୦୨୪ରେ ୧୦୦ ମୋଦି ଆସିଲେ ବି କଂଗ୍ରେସ ସରକାର ଗଠନ କରିବ : ମଲ୍ଲିକାର୍ଜୁନ ଖଡ଼ଗେ

୨୦୨୪ରେ ୧୦୦ ମୋଦି ଆସିଲେ ବି କଂଗ୍ରେସ ସରକାର ଗଠନ କରିବ : ମଲ୍ଲିକାର୍ଜୁନ

୨୦୨୪ରେ ୧୦୦ ମୋଦି ଆସିଲେ ବି କଂଗ୍ରେସ ସରକାର ଗଠନ କରିବ : ମଲ୍ଲିକାର୍ଜୁନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆଦିଲ୍ଲୀ : ୨୦୨୪ରେ କେନ୍ଦ୍ରରେ ସରକାର ଗଠନ କରିବ କଂଗ୍ରେସ ମିଳିତ ବିରୋଧୀ ମଞ୍ଚ । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ମିଳିତ ବିରୋଧୀ ମଞ୍ଚର ନେତୃତ୍ୱ ନେଇ ବିଜେପିକୁ ପରାସ୍ତ କରିବ ବୋଲି କହିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ସେ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର କହିଛନ୍ତି, 'ମୁଁ ଏକମାତ୍ର ବ୍ୟକ୍ତି ଯିଏ ଦେଶକୁ ସାମ୍ନା କରିପାରିବ। ଅନ୍ୟ କୌଣସି ଦଳର ଲୋକ ମୋତେ ଛୁଇଁ ପାରିବେ ନାହିଁ ।’ କୌଣସି ଗଣତାନ୍ତ୍ରିକ ବ୍ୟକ୍ତି ଏକଥା କହିବେ ନାହିଁ ବୋଲି ଖଡ଼ଗେ କହିଛନ୍ତି ।





ଆହୁରି କହିଛନ୍ତି ଯେ,‘ଆପଣ ଜଣେ ଏକଛତ୍ରବାଦୀ ନୁହଁନ୍ତି । ଆପଣ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି ଓ ଲୋକମାନେ ଆପଣଙ୍କୁ ଶିକ୍ଷା ଦେବେ। ୨୦୨୪ରେ ମସିହାରେ କେନ୍ଦ୍ରରେ ମିଳିତ ସରକାର କ୍ଷମତାକୁ ଆସିବ। ଯାହାର ନେତୃତ୍ୱ କଂଗ୍ରେସ ହିଁ ନେବ। ଆମେ ଅନ୍ୟ ଦଳ ସହ କଥାବାର୍ତ୍ତା କରୁଛୁ । ଯାହା ଫଳରେ ଗଣତନ୍ତ୍ର ଏବଂ ସମ୍ବିଧାନ ଚାଲିପାରିବ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି।’ ତେଣୁ ବର୍ତ୍ତମାନ ଆମେ ପ୍ରତ୍ୟେକ ଦଳ ସହିତ ଆଲୋଚନା ପାଇଁ ଡାକୁଛୁ । କଥାବାର୍ତ୍ତା କରୁଛୁ। ଆମର ମତାମତ ବାଣ୍ଟୁଛୁ । ବିଜେପି ସଂଖ୍ୟାଗରିଷ୍ଠତା ପାଇବ ନାହିଁ । ଅନ୍ୟ ସମସ୍ତ ଦଳ ଏକାଠି ହେଲେ ଆମେ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ୧୦୦ ମୋଦି ଆସନ୍ତୁ ପଛେ ୨୦୨୪ରେ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବ।

ପଢନ୍ତୁ ଏହି ଖବର : ଆଶ୍ଚର୍ଯ୍ୟ ! ଜେଲ୍‌ରେ ଭାଗବତ ଗୀତା ପଢୁଛନ୍ତି ଗୋପାଳ

ଆଉ ଏହିପରି ଲୋକମାନେ ଦେଶପ୍ରେମ କଥା କହୁଛନ୍ତି। ଦେଶର ଏକତା ପାଇଁ ଇନ୍ଦିରା ଗାନ୍ଧି ତାଙ୍କ ଜୀବନ ଦେଇଛନ୍ତି। ଦେଶର ଏକତା ପାଇଁ ରାଜୀବ ଗାନ୍ଧି ତାଙ୍କ ଜୀବନ ଦେଇଛନ୍ତି। ଆମ ଲୋକମାନେ ସ୍ୱାଧୀନତା ପାଇବା ପାଇଁ ନିଜ ଜୀବନ ଦେଇଛନ୍ତି । ବିଜେପିକୁ ଟାଗେର୍ଟ କରି ଆହୁରି କହିଛନ୍ତି ଯେ, ‘ଯେଉଁ ମାନେ ମିଛ କଥା କହୁଛନ୍ତି ସେମାନଙ୍କ ଉପରେ ବିଶ୍ବାସ କର ନାହିଁ, ଯେଉଁ ମାନେ କାମ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବିଶ୍ବାସ କରନ୍ତୁ ।’
Published by:Sujit Swain
First published: