୨୨ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ମୌଳିକ ଅଧିକାର ଦେବାରେ ସରକାର ବିଫଳ

ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ ସରକାରଙ୍କୁ କଟାକ୍ଷ କଲେ ବିରୋଧୀ। ଲୋକେ ଅଟହାସ୍ୟ କରୁଛନ୍ତି ବୋଲି କହି ବିରୋଧୀ ଦଳର ସଦସ୍ୟମାନେ ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ କଟାକ୍ଷ କରି କହିଛନ୍ତି।

୨୨ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ମୌଳିକ ଅଧିକାର ଦେବାରେ ସରକାର ବିଫଳ

୨୨ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ମୌଳିକ ଅଧିକାର ଦେବାରେ ସରକାର ବିଫଳ

  • Share this:
News18 Odia Digital

ଭୁବନେଶ୍ବର: ୨୨ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟବାସୀଙ୍କୁ ମୌଳିକ ଅଧିକାର ଦେବାରେ ସରକାର ବିଫଳ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରକାର ଭୋଟ ହାତେଇବାକୁ ସ୍ମାର୍ଟ କାର୍ଡ଼ ବାଣ୍ଟିଲେ। ହେଲେ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ଅଟକଳ ଯଥେଷ୍ଟ କରିପାରିନାହାଁନ୍ତି। ରାଜ୍ୟରେ ଚାଷୀ ବେହାଲ। ଜଳସେଚନ ଲକ୍ଷ୍ୟ ଫେଲ୍। ଡାକ୍ତରଖାନାରେ ଡାକ୍ତର ଅଭାବ, ଶିକ୍ଷାନୁଷ୍ଠାନରେ ଶିକ୍ଷକ ଅଭାବ। ତଥାପି ସ୍ମାର୍ଟ କ୍ଲାସ ରୁମ୍ କରାଯାଉଛି। କେବଳ ସ୍ମାର୍ଟ କ୍ଲାସରୁମ କଲେ ଶିକ୍ଷାର ବିକାଶ ହେବନି।

ଲୋକେ ଅଟହାସ୍ୟ କରୁଛନ୍ତି ବୋଲି କହି ବିରୋଧୀ ଦଳର ସଦସ୍ୟମାନେ ବ୍ୟୟମଞ୍ଜୁରୀ ବିଲ ଆଲୋଚନାରେ କଟାକ୍ଷ କରି କହିଛନ୍ତି। ବ୍ୟୟ ମଞ୍ଜୁରୀ ବିଲ ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ କେନ୍ଦ୍ରୀୟ ଅନୁଦାନ ଉପରେ ରାଜ୍ୟ ଆଉ ଭରସା କରୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଯୋଜନା କେନ୍ଦ୍ର ଓ ରାଜ୍ୟ ଅଂଶଧନରେ ଜାରି ରହିଛି। ମହାମାରୀ ସତ୍ତ୍ବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ କହୁଛନ୍ତି। ହେଲେ ବାସ୍ତବରେ ତାହା ପରିଲକ୍ଷିତ ହେଉନାହିଁ। କେବଳ କାଳିଆ ଯୋଜନାରେ ଟଙ୍କା ବାଣ୍ଟି ଦେଲେ ଚାଷୀଙ୍କ ଆୟ ଦ୍ବିଗୁଣିତ ହେବନାହିଁ। ସରକାର ଏହାର ସ୍ଥାୟୀ ସମାଧାନ ଲାଗି ପ୍ରୟାସ କରୁନାହାଁନ୍ତି। କୃଷି ମନ୍ତ୍ରୀ କହୁଛନ୍ତି ଲେମ୍ବୁ ଓ ପାଳୁଅ ଛତୁ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି।

ସେହିଭଳି ବାଇଗଣ ଉତ୍ପାଦନରେ ତୃତୀୟ ସ୍ଥାନରେ ରହିଛି। ହେଲେ ରାଜ୍ୟର ୭୦ଟି ଶୀତଳ ଭଣ୍ଡାର ଅଚଳ। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଚାଷୀ ଅଭାବୀ ବିକ୍ରିର ଶୀକାର ହେଉଥିଲେ। କଂଗ୍ରେସ ବିଧାୟକ ଦଳ ନେତା କହିଥିଲେ ଯେ ସରକାର କହୁଛନ୍ତି ସାମୁହିକ ବିକାଶ ହୋଇଛି। ରାଜ୍ୟରେ ମୁଣ୍ଡ ପିଛା ଆୟ ବଢ଼ିଛି, ହେଲେ ପ୍ରକୃତ କଥା ହେଉଛି, କିଛି ମୁଷ୍ଟିମେୟ ଲୋକଙ୍କର ଆୟ ବଢ଼ିଛି। ଋଣ ଭାର ମଧ୍ୟ ବଢୁଛି। ଅର୍ଥମନ୍ତ୍ରୀ ବଜେଟ ଅଭିଭାଷଣରେ କେବଳ ପୂର୍ବ ଯୋଜନା ସମ୍ପର୍କରେ ହୋଇଥିବା ବ୍ୟୟ ବରାଦ ସୂଚନା ଦେଇଛନ୍ତି। ଏଥିରେ କୌଣସି ନୂତନତ୍ବ ନାହିଁ।

ସରକାର କହିପାରିବେ କି, କେତେ ସମୟ ସୀମା ମଧ୍ୟରେ ରାଜ୍ୟ ସମସ୍ତ ଜନତାଙ୍କ ପାଖରେ ତାଙ୍କର ମୌଳିକ ଅଧିକାର ପହଞ୍ଚାଇପାରବେ ବୋଲି ମିଶ୍ର ପ୍ରଶ୍ନ କରିଥିଲେ। ସେ ଆହୁରି କହିଥିଲେ ଯେ, ରାସନ କାର୍ଡ ହିତାଧିକାରୀଙ୍କୁ ୧୦୦୦ ଲେଖାଏ ଆର୍ଥିକ ସହାୟତା ଦେବାକୁ ଆମେ ବିରୋଧ କରୁନାହିଁ। ଏହାକୁ ନିର୍ବାଚନୀ ଉତ୍ସ ଭାବେ ବ୍ୟବହାର କରାନଯାଉ। ସମସ୍ୟାର ସ୍ଥାୟୀ ସମାଧାନ ଲାଗି ସରକାର ବାଟ ଫିଟାନ୍ତୁ। ଚାଷୀଙ୍କ ଆୟବୃଦ୍ଧି ଲାଗି ଏମଏସପି ବୃଦ୍ଧି କରାଯାଉ, ଚାଷୀଙ୍କ ଠାରୁ ସବୁ ଧାନ ସରକାର କିଣନ୍ତୁ, ବିଭିନ୍ନ ଖାଲି ପଦବୀ ପୂରଣ କରିବା ଲାଗି ସରକାରଙ୍କ ନିକଟରେ ଦାବି ରଖିବା ସହ ବାର୍ଦ୍ଧକ୍ୟ ଭତ୍ତା ୮୦ ବର୍ଷ ମଧ୍ୟରେ ବୟସ୍କଙ୍କୁ ୧୦୦୦, ତଦୁର୍ଦ୍ଧ୍ବକୁ ୧୫୦୦ ଟଙ୍କା ଓ ବିଶେଷ କରି ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯାଉ ବୋଲି ମିଶ୍ର ପ୍ରସ୍ତାବ ଦେଇଥିଲେ।

ସେହିଭଳି ବିରୋଧୀ ଦଳ ପକ୍ଷରୁ ବିଧାୟକ ମୁକେଶ ମହାଲିଙ୍ଗ, ଗଣେଶ ରାମ ସିଂହ ଖୁଣ୍ଟିଆ, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି ଓ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ସରକାରଙ୍କ ପକ୍ଷରୁ ଅଣାଯାଇଥିବା କାମଚଳା ବଜେଟକୁ ସମାଲୋଚନା କରାଯାଇଥିବା ବେଳେ ବହୁ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ।

ସରକାରୀ ଦଳ ପକ୍ଷରୁ ବରିଷ୍ଠ ବିଧାୟକ ଦେବୀ ମିଶ୍ର କହିଥିଲେ ଯେ, ରାଜ୍ୟ ସରକାରଙ୍କ କୁଶଳ ପ୍ରଶାସନିକ ପରିଚାଳନା ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂର ଦୃଷ୍ଟି ସମ୍ପର୍ଣ୍ଣ ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ଭିତ୍ତିଭୂମୀ ବିକାଶ, ସାମାଜିକ ବିକାଶ, କୃଷି ଓ ଆନୁସଙ୍ଗିକ, ପୃଷ୍ଟି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିକାଶ ଧାରା ଜାରି ରହିଛି। ଯୋଜନାବଦ୍ଧ ଅର୍ଥନୈତିକ ପରିଚାଳନା ବିତ୍ତିୟ ଶୃଙ୍ଖଳା ବଜାୟ ରଖିଛି।

କରେନା ମହାମାରୀ ମଧ୍ୟ ଏହାକୁ ପ୍ରତିହତ କରିପାରିନାହିଁ। ରାଜ୍ୟ ବଜେଟ ୧୧ ହଜାର କୋଟିରୁ ଆଜି ୨ ଲକ୍ଷ କୋଟିରେ ପହଞ୍ଚିଲାଣି। ଋଣ ଭାର ବଢ଼ିଛି ବୋଲି ବିରୋଧୀ ଦଳର ସଦସ୍ୟମାନେ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ ଓଡ଼ିଶାର ମୁଣ୍ଡପିଛା ଋଣ ଭାର ଅନ୍ୟ ରାଜ୍ୟ ତୁଳନାରେ ବହୁ କମ ବୋଲି ମିଶ୍ର କହିଥିଲେ।

ସେହିପରି କେନ୍ଦ୍ରୀୟ ଅନୁଦାନ ପ୍ରଦାନରେ ଅବହେଳା ସତ୍ତ୍ବେ ରାଜ୍ୟର ଅଭିବୃଦ୍ଧି ଜାରି ରହିଛି ବୋଲି କହି ବିଧାୟକ ଶଶିଭୁଷଣ ବେହେରା ବିରୋଧୀଙ୍କୁ ସମାଲୋଚନା କରିଥିଲେ। ସେହିଭଳି ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ବିଧାୟକ ପ୍ରତାପ ଦେବ ବଜେଟର ଦିଗ ଅତି ସ୍ପଷ୍ଟ ବୋଲି କହିଥିଲେ।

ଦେବ କହିଥିଲେ ଯେ ଋଣ ଭାର ବଢ଼ିଛି ବୋଲି ବିରୋଧୀ ଦଳର ସଦସ୍ୟମାନେ ବାରମ୍ବାର ଅଭିଯୋଗ କରୁଛନ୍ତି। ହେଲେ ୨୦୦୦ରେ ଜିଏସଡିପିର ୩୭ ପ୍ରତିଶତ ଋଣ ରହିଥିବା ବେଳେ ଏବେ ଏହା ୧୫.୬୪ ପ୍ରତିଶତରେ ପହଞ୍ଚିଲାଣି। ଅନ୍ୟମାନଙ୍କ ମଧ୍ୟ ବିଜେଡି ବିଧାୟକ ପ୍ରୀତିରଞ୍ଜନ ଘଡେଇ, ରାଜକିଶୋର ଦାସ ପ୍ରମୁଖ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟକୁ ସ୍ବାଗତ କରିଥିଲେ।
Published by:Lipina Das
First published: