ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଗଡି଼ବ ଇ-ଭେଇକିଲ୍; ସଡ଼କ ସୁରକ୍ଷା ଆଇନ୍ ଅମାନ୍ୟକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ

ରାଜ୍ୟରେ ଗଡି଼ବ ଇ-ଭେଇକିଲ୍; ସଡ଼କ ସୁରକ୍ଷା ଆଇନ୍ ଅମାନ୍ୟକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ

ଘଣ୍ଟା ପ୍ରତି ୪୦ କିମି ବେଗରେ ଚାଲୁଥିବା ଏହି ଇ-ଯାନଗୁଡ଼ିକରେ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଟାରୀରେ ୱାରେଣ୍ଟି ଦେବାକୁ ସ୍ଥିର କରାଯାଇଛି। ଏହା ସହ ଯାନ ପଞ୍ଜୀକରଣ ଓ ଟିକସ ଛାଡ୍ କରିବା ଭଳି ଯୋଜନା ମଧ୍ୟ ଏହି ପ୍ରସ୍ତାବରେ ରହିଛି।

ରାଜ୍ୟରେ ଗଡି଼ବ ଇ-ଭେଇକିଲ୍; ସଡ଼କ ସୁରକ୍ଷା ଆଇନ୍ ଅମାନ୍ୟକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ
ଅଧିକ ସଂଖ୍ୟାରେ ଇ-ଯାନ ଚାଲିଲେ ପ୍ରଦୂଷଣ କମିବ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 25, 2021, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଇ-ଭେଇକିଲ୍‌ ଗଡ଼ିବା ପାଇଁ ପଥ ପରିଷ୍କାର କରାଯାଉଛି ! ସବୁ କିଛି ଠିକ୍‌ ଠାକ୍‌ ରହିଲେ ସେପ୍ଟେମ୍ବର ଶେଷ ସୁଦ୍ଧା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ ଇ-ଭେଇକିଲ୍‌ ପଲିସି ୨୦୨୧ । ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାର ଇ-ଯାନ ନୀତି ଆପଣେଇଥିବା ବେଳେ ରାଜ୍ୟ ସରକାର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ କରିପାରନ୍ତି ଇ-ପଲିସି।

ବ୍ୟାଟେରିରେ ଚାଲୁଥିବା ଇ-ଯାନକୁ ପ୍ରୋତ୍ସାହନ ଦେବାକୁ ଏହି ପଲିସିରେ ରିହାତି ବ୍ୟବସ୍ଥା ମଧ୍ୟ ରହିଛି। ପରିବେଶବିତଙ୍କ ମତରେ ଯେଉଁ ମାତ୍ରାରେ ପ୍ରଦୂଷଣ ବଢ଼ିଚାଲିଛି ଇ-ଯାନ ଦ୍ୱାରା ତାହା ଢେର୍‌ ମାତ୍ରାରେ କମି ପାରିବ, କିନ୍ତୁ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ନିକଟ ଭବିଷ୍ୟତରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା କଷ୍ଟକର।

ଏହା ବି ପଢ଼ନ୍ତୁ | ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟାର୍ ହୋଇଯାଇଥିଲେ ବି ପୋଲିସ ଆପଣଙ୍କ ଚାଲାଣ କାଟିପାରିବ ନାହିଁ

ବହୁ ଦିନରୁ ପରିବହନ ବିଭାଗର ଏହି ଚିଠା ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ ଅପେକ୍ଷରେ ରହିଛି । କ୍ୟାବିନେଟର ଅନୁମୋଦନ ପରେ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଦୁଇଚକିଆ ଗାଡି଼ରେ ୫,୦୦୦ ଟଙ୍କା, ତିନିଚକିଆରେ ୧୨,୦୦୦ ଟଙ୍କା ଓ ଚାରିଚକିଆରେ ୧ ଲକ୍ଷ ଟଙ୍କାର ରିଆତି ସୁବିଧା ଯୋଗାଇବାକୁ ଏହି ପଲିସିରେ ପ୍ରସ୍ତାବ ରହିଛି । ସରକାରୀ ଓ ବିଭିନ୍ନ ଉଦ୍ୟୋଗର ଚାକିରିଆମାନଙ୍କ କ୍ଷେତ୍ରରେ ବିନା ସୁଧରେ ଯାନ ଋଣ ଯୋଗାଇ ଦେବାକୁ ସରକାର ପ୍ରସ୍ତାବରେ ରଖିଛନ୍ତି ଯୋଜନା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ଜଣେ ପ୍ରଡ୍ୟୁସର୍ ମୋତେ ହିରୋଙ୍କ ସହ ଶୋଇବାକୁ କହିଥିଲେସବୁ ଇଣ୍ଡଷ୍ଟ୍ରୀରେ ଏମିତି ହୁଏ…’’

ଘଣ୍ଟା ପ୍ରତି ୪୦ କିମି ବେଗରେ ଚାଲୁଥିବା ଏହି ଇ-ଯାନଗୁଡ଼ିକରେ ତିନି ବର୍ଷ ପର୍ଯ୍ୟନ୍ତ ବ୍ୟାଟାରୀରେ ୱାରେଣ୍ଟି ଦେବାକୁ ସ୍ଥିର କରାଯାଇଛି। ଏହା ସହ ଯାନ ପଞ୍ଜୀକରଣ ଓ ଟିକସ ଛାଡ୍ କରିବା ଭଳି ଯୋଜନା ମଧ୍ୟ ଏହି ପ୍ରସ୍ତାବରେ ରହିଛି। ରାଜ୍ୟରେ ଯେଉଁମାନେ ଇ-ଯାନ ଉତ୍ପାଦନ କରିବେ ସେମାନଙ୍କୁ ମଧ୍ୟ କେତେକ ରିହିତି ଯୋଗାଇ ଦିଆଯିବା ନେଇ ପ୍ରସ୍ତାବ ରହିଛି।

ଏହା ବି ପଢ଼ନ୍ତୁ | TV ସିରିଏଲରେ ଭଗବାନ ଶିବଙ୍କ ଭୂମିକାରେ ଏହି ଅଭିନେତାମାନେ ଖୁବ୍ ପ୍ରଶଂସିତ ହୋଇଥିଲେ

‘‘ଅନ୍ୟ ରାଜ୍ୟ ବି ଇ-ଭେହିକିଲ ପଲିସି ଲାଗୁ କଲେଣି। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଆମେ ଓଡ଼ିଶାରେ ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଇ-ଯାନ ଚାଳନାକୁ ପ୍ରୋତ୍ସାହନ ଦେବାକୁ ବଦ୍ଧପରିକର ଅଛୁଁ,’’ କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଏହା ବି ପଢ଼ନ୍ତୁ | Actress Arrested: ଦୁର୍ବ୍ୟବହାର ଅଭିଯୋଗରେ ବଲିଉଡ ଅଭିନେତ୍ରୀ ପାୟଲ୍ ରୋହତାଗୀ ଗିରଫ ହେଲେ

ପରିବେଷବିତ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ‘‘ନିୟମିତ ଭାବେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଇ-ଯାନ ନୀତି ଆପଣେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ, କେରଳ, ଆନ୍ଧ୍ର ପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଇ-ଯାନ ନୀତି କାର୍ଯ୍ୟକାରୀ କରିବା ସହ ପ୍ରୋତ୍ସାହନ ଦେଉଛନ୍ତି। ରାଜ୍ୟରେ ବି ଯେଭଳି ପ୍ରଦୂଷଣ ମାତ୍ରା ବଢ଼ିଚାଲିଛି ସରକାର ଏହି ନୀତି ଆପଣେଇବା ଆବଶ୍ୟକ। କିନ୍ତୁ ଇ-ଯାନ ଚଳାଚଳ କ୍ଷେତ୍ରରେ ପର୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ଏଥି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଭାଗିଦାରୀ ରହିବା ଆବଶ୍ୟକ ।’’

ଏହା ବି ପଢ଼ନ୍ତୁ | ଏହି ମେଡିକାଲ୍ ଛାତ୍ରୀ .୬୫ କୋଟି ଟଙ୍କାର ଯୌତୁକ ଆଣିଥିଲେ; ସ୍ୱାମୀଙ୍କ ନିର୍ଯ୍ୟାତନା ପରେଆତ୍ମହତ୍ୟାକଲେ

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବ ଅନୁମୋଦନ ପାଇଁ ଯାଇଥିଲେ ତାହା କାଟ ଖାଇଯାଥିଲା । ତେଣୁ ଖୁବ୍‌ ଶୀଘ୍ର ସରକାର ଏହି ପ୍ରସ୍ତାବ କୁ ଅନୁମୋଦନ ଦେଇପାରନ୍ତି ବୋଲି କୁହାଯାଉଛି। ଅନ୍ୟ ପକ୍ଷରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର। ସଡ଼କ ସୁରକ୍ଷା ଆଇନ୍‌ ଉଲ୍ଲଙ୍ଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ।

ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ଖଣ୍ଡ ହୋଇଗଲା; ଜଣଙ୍କ ମୃତ୍ୟୁ ହେଲା

ଟ୍ରାଫିକ ନିୟମ ଭାଙ୍ଗିଲେ  ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି ଚେତାବନୀ ଦେଇଛି ପରିବହନ ବିଭାଗ। ସବୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଏ ନେଇ ଟ୍ରନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମ କୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଏହି ଚିଠି ଲେଖାଯାଇଛି। ଏହି ଯୋଜନା ଅନୁସାରେ ତିନି ମାସ ଯାଏଁ ଅସ୍ଥାୟୀ ଭାବେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଉଲ୍ଲଙ୍ଘନ ହେଲେ ମଧ୍ୟ ତିନି ମାସ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

ଧାର୍ଯ୍ୟ ନିୟମଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ବି ଲାଇସେନ୍ସ ରଦ୍ଦ ହେବ। ଓଭରଲୋଡ୍‌ କିମ୍ବା ମଦ୍ୟପାନ କରି ଗାଡ଼ି ଚାଳନା କଲେ ମଧ୍ୟ ଲାଇସେନ୍ସ ରଦ୍ଦ ହେବ। ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ପିନ୍ଧି ନ ଥିଲେ, ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିଲେ, ରେଡ୍‌ ଲାଇଟ୍‌ ଉଲ୍ଲଙ୍ଘନ କରୁଥିଲେ ଓ ରଙ୍ଗ ରୁଟ୍‌ରେ ଡ୍ରାଇଭ କରୁଥିଲେ ବି ଲାଇସେନ୍ସ ରଦ୍ଦ ହେବ।



ଆଇନ୍‌ ଉଲ୍ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାଷ୍ଠାନ ପାଇଁ ଏହି ଚିଠିରେ ନିର୍ଦ୍ଦେଶ ରହିଛି। ବେପରୁଆ ଗାଡ଼ି ଚାଳକଙ୍କ ଉପରେ ଲଗାମ୍‌ ଲଗାଇବାକୁ ଏମିତି କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ସହରରେ ଅନେକ ଲୋକ ଟ୍ରାଫିକ୍‌ ନିୟମକୁ ଖୁଲମଖୁଲ୍ଲା ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳୁଛି । ସେଇଥି ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି । ଏହାକୁ ଦୃଷ୍ଟରେ ରଖି ସଡ଼କ ସୁରକ୍ଷା ନିୟମକୁ କଡ଼ିକଡ଼ି କରୁଛନ୍ତି ରାଜ୍ୟ ସରକାର ।
Published by: Anand S.T. Das
First published: August 25, 2021, 11:58 PM IST