ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କଟକରେ ଆରମ୍ଭ ହେଲା ‘ଇ- ଟଏଲେଟ୍’ ସେବା; ମାତ୍ର ୧ ଟଙ୍କାରେ ବ୍ୟବହାର କରିପାରିବେ ଏହି ସୁବିଧା

କଟକରେ ଆରମ୍ଭ ହେଲା ‘ଇ- ଟଏଲେଟ୍’ ସେବା; ମାତ୍ର ୧ ଟଙ୍କାରେ ବ୍ୟବହାର କରିପାରିବେ ଏହି ସୁବିଧା

କବାଟ ପାଖରେ ଏକ ଟଙ୍କାର କଏନ୍ ପକାଇଲେ ସ୍ୱୟଂଚାଳିତ ଟଏଲେଟର ଉପଯୋଗ କରିପାରିବେ ଯେକୌଣସି ବ୍ୟବହାରକାରୀ । ଆଗକୁ ଏହା ନିକଟରେ ରକ୍ତଚାପ ଓ ଡାଇବେଟିସ ଆଦିର ପରୀକ୍ଷା ପରି ସ୍ୱାସ୍ଥ୍ୟ ସେବା ବି ଆରମ୍ଭ କରାଯିବ ।

କଟକରେ ଆରମ୍ଭ ହେଲା ‘ଇ- ଟଏଲେଟ୍’ ସେବା; ମାତ୍ର ୧ ଟଙ୍କାରେ ବ୍ୟବହାର କରିପାରିବେ ଏହି ସୁବିଧା
ରିଫ୍ରେଶମେଣ୍ଟ୍ ସେଣ୍ଟର୍ ସହ ସ୍ମାର୍ଟ୍ ଟଏଲେଟର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କରିବେ ।
  • News18 Odia
  • Last Updated: October 27, 2021, 10:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ଏଣିକି କଟକ ସହରର ସର୍ବସାଧାରଣ ସ୍ଥାନରେ ଯାଆ-ଆସ କରୁଥିବା ଲୋକଙ୍କୁ ଖୋଲା ସ୍ଥାନରେ ଶୌଚ କରିବାକୁ ପଡି଼ବ ନାହିଁ । ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ‘ଇ- ଟଏଲେଟ୍’ ସେବା । ମାତ୍ର ଏକ ଟଙ୍କା ଦେଇ ଯେକୌଣସି ସାଧାରଣ ଲୋକ ଶୌଚାଳୟ ବ୍ୟବହାର କରିପାରିବ । ବୁଧବାର ଦିନ କଟକର ଦୁଇଟି ଜନଗହଳିପୂର୍ଣ ସ୍ଥାନରେ ଶୁଭାରମ୍ଭ ହୋଇଛି ଦୁଇଟି ଇ-ଟଏଲେଟ୍‌ ସେବା ।

କଟକ ମହାନଗର ନିଗମର ସହଯୋଗରେ ମଧୁପାଟଣା ଓ ଓ.ଏମ୍‌.ପି. ଛକରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ସି.ଏମ୍‌.ସି. କମିଶନର୍‌ ଅନନ୍ୟା ଦାସ । ସାଧାରଣ ଲୋକେ ଏହି ବ୍ୟବସ୍ଥାକୁ ନେଇ ଉତ୍ସାହିତ ଅଛନ୍ତି ଓ ଏହାର ସୁଫଳ ସେମାନଙ୍କୁ ମିଳିବ ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

‘‘କଟକ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ପ୍ରତି ଦିନ ସହରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଆସିଥାନ୍ତି । ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ସହ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଇ ଏଭଳି ବ୍ୟବସ୍ଥା କରାଯାଇଛି । ଏଥି ପାଇଁ ଏଚ୍‌.ଡି.ଏଫ୍‌.ସି. ବ୍ୟାଙ୍କର ସି.ଏସ୍‌.ଆର୍‌. ଫଣ୍ଡରୁ ଦୁଇଟି ପ୍ରକଳ୍ପ ପାଇଁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାର ସୁଫଳକୁ ଦେଖି ଆଗମୀ ଦିନରେ କଟକର ଅନ୍ୟ ସ୍ଥାନରେ ବି ଏହି ଇ-ଟଏଲେଟ ସେବାର ବ୍ୟବସ୍ଥା କରାଯିବ,’’ କହିଛନ୍ତି ଦାସ।

ମଧୁପାଟଣା ଓ ଓ.ଏମ୍.ପି. ଛକରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ସି.ଏମ୍.ସି. କମିଶନର୍ ଅନନ୍ୟା ଦାସ  (ବାମରୁ ତୃତୀୟ)।


ଏହା ବି ପଢ଼ନ୍ତୁ | PM Kisan: ବଦଳିଲା ପ୍ରଧାନ ମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନାର ନିୟମ; ଜାଣିବା ନିହାତି ଜରୁରୀ

ଜଗତସିଂହପୁର ରୁ ଆସିଥିବା ଯାତ୍ରୀ ରବିନାରାୟଣ ଆଚାର୍ଯ୍ୟ କହିଛନ୍ତି, ‘‘କଟକ ସହରରେ ଶୌଚାଳୟ ଅଛି ସତ, କିନ୍ତୁ ସେଗୁଡ଼ିକ ସବୁ ସ୍ଥାନରେ ଉପଲବ୍ଧ ନାହିଁ । ଫଳରେ ଯାତ୍ରୀମାନଙ୍କୁ ଶୌଚ ପାଇଁ ଯିବା ସମୟରେ ଅନେକ ଅସୁବିଧା ହେଉଥିଲା । ଏବେ ଯେଉଁ ବ୍ୟବସ୍ଥା ହୋଇଛି ତାହା ବହୁତ ଭଲ । କିନ୍ତୁ ଏହି ବ୍ୟବସ୍ଥା ସେବା ବହୁ ପୂର୍ବରୁ ଆରମ୍ଭ କରିଥିଲେ ଭଲ ହୋଇଥାନ୍ତା ।’’

ଏହା ବି ପଢ଼ନ୍ତୁ | ଏମିତି ବି ହେଲା! ସ୍ତ୍ରୀ ଗୋଟିଏ ରାତିରେ ୧୮ ଜଣ ପୁରୁଷଙ୍କ ସହ Sex କଲେ; ସ୍ୱାମୀ କଣ୍ଡୋମ୍ଯୋଗାଇଲେ

ଇ-ଟଏଲେଟ୍‌ ସହ ଏହାକୁ ଲାଗି କରି ଏକ ରିଫ୍ରେଶମେଣ୍ଟ୍‌ ଭେଣ୍ଡିଙ୍ଗ୍‌ ଜୋନର ବି ବ୍ୟବସ୍ଥା ମଧ୍ୟ କରାଯାଇଛି । ସେଠାରେ ସାଧାରଣ ଲୋକେ କଫି, କୋଲ୍ଡ ଡ୍ରିଂକ୍ସ, କେକ୍‌ ଓ ବିସ୍କୁଟ୍‌ ଆଦିର ମଜା ନେଇପାରିବେ । ଏହି ରିଫ୍ରେଶମେଣ୍ଟ୍‌ ସେଣ୍ଟର୍‌ ସହ ସ୍ମାର୍ଟ୍‌ ଟଏଲେଟର ପରିଚାଳନା ଦାୟିତ୍ବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି। ମା' ବିଶ୍ରୀଘଣ୍ଟା ଓ ଜୟଗୁରୁ ନାମକ ଦୁଇଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏହାର ପରିଚାଳନା କରିବେ । ଭୋର୍‌ ୪ଟାରୁ ରାତି ୯ ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ଏସ୍‌.ଏଚ୍‌.ଜି.ର ଜଣେ ସଦସ୍ୟା।

ଏହା ବି ପଢ଼ନ୍ତୁ | 7th Pay Commission: ଅକ୍ଟୋବର ମାସର ଦରମାରେ ଆସିବ ଏହି ୩ଟି ଭତ୍ତା; ଜାଣନ୍ତୁ କେତେ ମିଳିବ

କବାଟ ପାଖରେ ଏକ ଟଙ୍କାର କଏନ୍‌ ପକାଇଲେ ସ୍ୱୟଂଚାଳିତ ଟଏଲେଟର ଉପଯୋଗ କରିପାରିବେ ଯେକୌଣସି ବ୍ୟବହାରକାରୀ । ଆଗକୁ ଏଠାରେ ସ୍ୱାସ୍ଥ୍ୟ ସେବା, ଯଥା ରକ୍ତଚାପ ଓ ଡାଇବେଟିସ ଆଦିର ପରୀକ୍ଷା, ଆରମ୍ଭ କରାଯିବାର କାର୍ଯ୍ୟକ୍ରମ ବି ରହିଛି ।
Published by: Anand S.T. Das
First published: October 27, 2021, 10:59 PM IST