ESIC ର ଘୋଷଣା; କର୍ମଚାରୀଙ୍କୁ ମିଳିବ ଉନ୍ନତ ସୁବିଧା, ନିଜେ ଚଳାଇବ ନୂଆ ହସ୍ପିଟାଲ
ଶ୍ରମ ମନ୍ତ୍ରଣାଳୟ କହିଛି ଯେ ଯଦି ରାଜ୍ୟ ସରକାର ନିଜେ ହସ୍ପିଟାଲ ଚଳାଇବାକୁ ଜୋର ଦେବେ ନାହିଁ ତେବେ ସମସ୍ତ ନୂଆ ହସ୍ପିଟାଲ ଓ ଭବିଷ୍ୟତର ହେବାକୁ ଥିବା ହସ୍ପିଟାଲର ପରିଚାଳନା ନିଜେ ESIC କରିବ ।

କର୍ମଚାରୀ ରାଜ୍ୟ ବୀମା ନିଗମ
- News18 Odia
- Last Updated: March 10, 2021, 3:26 PM IST
ନୂଆ ଦିଲ୍ଲୀ: କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଏହାର ହିତାଧିକାରୀଙ୍କୁ ସେବା ଯୋଗାଣରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନେଇଛି । ESIC ସ୍ୱାସ୍ଥ୍ୟ ବୀମା ଯୋଜନାର ହିତାଧିକାରୀମାନେ ଘର ନିକଟରେ ଥିବା କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ମଧ୍ୟ ସୁବିଧା ପାଇଥାନ୍ତି । ସ୍ୱାସ୍ଥ୍ୟ ବୀମା ଯୋଜନାରେ ଯଦି ହିତାଧିକାରୀଙ୍କ ଘରର ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ଯଦି କୌଣସି ESIC ହସ୍ପିଟାଲ ନ ଥାଏ ତେବେ କର୍ମଚାରୀ ଏମ୍ପାନେଡ୍ ରାଜ୍ୟ ବୀମା ନିଗମରେ ଅନ୍ତର୍ଭୁକ୍ତ ଘରୋଇ ହସ୍ପିଟାଲ ଗୁଡ଼ିକରେ ଚିକିତ୍ସା ପାଇଁ ଯାଇପାରିବେ ।
ବୈଠକରେ ନିଆଗଲା ଏହି ନିଷ୍ପତ୍ତି
ଶ୍ରମ ଓ ରୋଜଗାର ମନ୍ତ୍ରୀ ସାନ୍ତୋଶ କୁମାର ଗାଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୮୩ ତମ ବୈଠକରେ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) କର୍ମଚାରୀମାନଙ୍କୁ ଚିକିତ୍ସା ସେବା ତଥା ଅନ୍ୟାନ୍ୟ ସୁବିଧା ସୁଦୃଢ଼ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ।
ESIC ଏହାର ସମସ୍ତ ସଦସ୍ୟ ତଥା ହିତାଧିକାରୀଙ୍କୁ ଜରୁରୀକାଳୀନ ସମୟରେ ନିକଟସ୍ଥ କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା କରିବାକୁ ଅନୁମତି ଦେଇଛି । ବିଦ୍ୟମାନ ସିଷ୍ଟମ ଅନୁସାରେ ବୀମାଭୁକ୍ତ ବ୍ୟକ୍ତି ବା ହିତାଧିକାରୀ ଯେଉଁମାନେ ESIC ଯୋଜନାର ଅଧୀନରେ ଅଛନ୍ତି ସେମାନେ ପ୍ରଥମେ ESIC ହସ୍ପିଟାଲକୁ ଯାଇ ସେଠାରୁ ରେଫର ହୋଇ ବାହାରେ ଥିବା ହସ୍ପିଟାଲଗୁଡ଼ିକରେ ଚିକିତ୍ସା ପାଇଁ ଯାଉଥିଲେ ।
୨୪ ଘଣ୍ଟା ମଧ୍ୟରେ ଅନଲାଇନ୍ ଅନୁମତି ନେବା ଜରୁରୀ
ଯଦି କୌଣସି ହିତାଧିକାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ଆବଶ୍ୟକ ହୁଏ, ତେବେ ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ୨୪ ଘଣ୍ଟା ମଧ୍ୟରେ ହିତାଧିକାରୀଙ୍କୁ ନଗଦବିହୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଅନଲାଇନ୍ ମାଧ୍ୟମରେ ESI ର ପ୍ରାଧିକୃତ ଅଧିକାରୀଙ୍କଠାରୁ ଅନୁମତି ନେବା ଆବଶ୍ୟକ । ଏ ବାବଦରେ ESIC ମୁଖ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC) ୱେବସାଇଟରେ www.esic.nic.in ଉପଲବ୍ଧ ରହିଛି ।