EPFO ଆକାଉଣ୍ଟରେ ସୁଧ କ୍ରେଡିଟ୍ ହେଲା; ଆପଣଙ୍କ ଆକାଉଣ୍ଟକୁ ଆସିଛି କି ଟଙ୍କା, ଏହିପରି ଯାଞ୍ଚ କରନ୍ତୁ ବାଲାନ୍ସ

ଦେଶର କୋଟି କୋଟି କର୍ମଚାରୀଙ୍କ PF ଆକାଉଣ୍ଟରେ ସରକାର ସୁଧ ଟଙ୍କା ଦେବା ଆରମ୍ଭ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସରକାର ଇପିଏଫ୍ ସଞ୍ଚୟ ଉପରେ ୮.୫ ପ୍ରତିଶତ ହାରରେ ସୁଧ ଦେଉଛନ୍ତି ।

EPFO ଆକାଉଣ୍ଟରେ ସୁଧ କ୍ରେଡିଟ୍ ହେଲା; ଆପଣଙ୍କ ଆକାଉଣ୍ଟକୁ ଆସିଛି କି ଟଙ୍କା, ଏହିପରି ଯାଞ୍ଚ କରନ୍ତୁ ବାଲାନ୍ସ
EPFO ଆକାଉଣ୍ଟରେ ସୁଧ କ୍ରେଡିଟ୍ ହେଲା
  • News18 Odia
  • Last Updated: January 5, 2021, 10:29 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଦେଶର କୋଟି କୋଟି କର୍ମଚାରୀଙ୍କ PF ଆକାଉଣ୍ଟରେ ସରକାର ସୁଧ ଟଙ୍କା ଦେବା ଆରମ୍ଭ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସରକାର ଇପିଏଫ୍ଓ (EPFO) ସଞ୍ଚୟ ଉପରେ ୮.୫ ପ୍ରତିଶତ ହାରରେ ସୁଧ ଦେଉଛନ୍ତି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ବିଷୟରେ ସୂଚନା ଦିଆଯାଇଛି ।

ଏହି ପରି ଜାଣନ୍ତୁ ଆପଣଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଆସିଛି କି ନାହିଁ । ଆମେ ଆପଣଙ୍କୁ ଚାରୋଟି ଉପାୟ ବିଷୟରେ କହୁଛୁ ଯାହା ମାଧ୍ୟମରେ ଆପଣ ଆପଣଙ୍କର PF ଆକାଉଣ୍ଟରେ ବାଲାନ୍ସ ଯାଞ୍ଚ କରିପାରିବେ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ପଡ଼ୋଶୀ ଘର ବୋହୂ ହିଁ ୩ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା

ଆରମ୍ଭ ହୋଇଛି ପ୍ରକ୍ରିୟା
ଶ୍ରମ ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର କହିଛନ୍ତି, "ଆମେ କହିଥିଲୁ ଯେ ୨୦୧୯-୨୦୨୦ ପାଇଁ EPF ଉପରେ ୮.୫ ପ୍ରତିଶତ ସୁଧ ଦେବାକୁ ଚେଷ୍ଟା କରିବୁ । ୨୦୧୯-୨୦ ପାଇଁ EPF ଉପରେ ୮.୫ ପ୍ରତିଶତ ସୁଧ ଦେବାକୁ ଆମେ ଏକ ବିଜ୍ଞପ୍ତି ଜାରି କରିଛୁ । ଆମେ ଅଂଶୀଦାରମାନଙ୍କ ଆକାଉଣ୍ଟରେ ଉକ୍ତ ସୁଧ ହାର ଜମା କରିବା ପ୍ରକ୍ରିୟା ଆରମ୍ଭ କରିଛୁ ।"

୧. UMANG ଆପ୍ ମାଧ୍ୟମରେ EPF ବାଲାନ୍ସ କିପରି ଯାଞ୍ଚ କରିବେ
>> UMANG ଆପ୍ ଖୋଲନ୍ତୁ
>> EPFO ​​ଉପରେ କ୍ଲିକ୍ କରନ୍ତୁ
>> କର୍ମଚାରୀ କେନ୍ଦ୍ର ସେବା ଉପରେ କ୍ଲିକ୍ କରନ୍ତୁ
>> ପାସବୁକ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ
>> ଆପଣଙ୍କର UAN ନମ୍ବର ଓ ପାସୱାର୍ଡରେ ଏଣ୍ଟର କରନ୍ତୁ
>> ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ OTP ପାଇବେ
>> ବର୍ତ୍ତମାନ ଆପଣ ଆପଣଙ୍କ EPF ବାଲାନ୍ସ ଯାଞ୍ଚ କରିପାରିବେ

ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

୨. EPFO ​​ପୋର୍ଟାଲ୍ ମାଧ୍ୟମରେ EPF ବାଲାନ୍ସ କିପରି ଯାଞ୍ଚ କରିବେ
କର୍ମଚାରୀମାନେ EPFO ​​ପୋର୍ଟାଲ ମାଧ୍ୟମରେ ସେମାନଙ୍କର ଆକାଉଣ୍ଟ ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କୁ ୱେବସାଇଟରେ ଲଗଇନ୍ କରିବାକୁ ପଡିବ । ଏହା ବ୍ୟତୀତ, ଇ-ପାସବୁକ୍ ପାଇଁ epfindia.gov.in ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଏକ ନୂତନ ପେଜ୍ ଖୋଲିବ । ଏଠାରେ ଆପଣଙ୍କୁ ଆପଣଙ୍କର ୟୁଜର ନାମ (UAN ନମ୍ବର), ପାସୱାର୍ଡ ଏବଂ କ୍ୟାପଚା ପୂରଣ କରିବାକୁ ପଡିବ । ଏହା ପରେ ଏକ ନୂତନ ପେଜ୍ ଖୋଲିବ ଯେଉଁଠାରେ ସମସ୍ତ ବିବରଣୀ ଆସିବ । ବର୍ତ୍ତମାନ ଏଠାରେ ଆପଣଙ୍କୁ ଆଇଡି ଚୟନ କରିବାକୁ ପଡିବ । ତାପରେ ଆପଣ ଏଠାରେ ବାଲାନ୍ସ ଦେଖିପାରିବେ ।

ଏହା ବି ପଢ଼ନ୍ତୁ | ଜେଲକୁ ଯିବା ବେଳେ ଲଗାତର ହସୁଥିଲେ BJD MLA ପ୍ରଦୀପ ପାଣିଗ୍ରାହୀ; ଦିନେ ନବୀନ ପଟ୍ଟନାୟକଙ୍କ ଭାରି ପ୍ରିୟ ଥିଲେ

୩. ମିସ୍ କଲ୍ ମାଧ୍ୟମରେ EPF ବାଲାନ୍ସ କିପରି ଯାଞ୍ଚ କରିବେ
ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ୍ ଦିଅନ୍ତୁ । ଏହା ପରେ EPFO ​​ରୁ SMS ମାଧ୍ୟମରେ PF ବିବରଣୀ ଆପଣଙ୍କୁ ମିଳିଯିବ ।ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ଲିଙ୍କ୍ ରହିବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ | ଚାଲିଗଲା ଶିଶୁ କାଳିଆ, ଏକା ହୋଇଗଲା ତାଭାଇ ଜଗା; ଯୋଡ଼ା ମୁଣ୍ଡ ଅଲଗା ହେବା ପରେ ୧୪ ମାସ ଚିକିତ୍ସାରେ ଥିଲା

୪. SMS ଦ୍ୱାରା ବାଲାନ୍ସ EPF ବାଲାନ୍ସ କିପରି ଯାଞ୍ଚ କରିବେ
ଯଦି ଆପଣଙ୍କର UAN ନମ୍ବର EPFO ​​ସହିତ ପଞ୍ଜିକୃତ ହୋଇଛି । ତେବେ ଆପଣଙ୍କ PF ର ବାଲାନ୍ସ ବିଷୟରେ ସୂଚନା SMS ମାଧ୍ୟମରେ ଗ୍ରହଣ କରିପାରିବେ । ଏଥିପାଇଁ ଆପଣଙ୍କୁ EPFOHO UAN ENG (ଶେଷ ତିନୋଟି ଅକ୍ଷର ଭାଷା ପାଇଁ) ୭୭୩୮୨୯୯୮୯୯ କୁ ପଠାଇବାକୁ ପଡିବ ।



ଆପଣଙ୍କର PF ସୂଚନା SMS ମାଧ୍ୟମରେ ଗ୍ରହଣ ମିଳିଯିବ । PF ବାଲାନ୍ସ ପାଇଁ ଏହା ଆବଶ୍ୟକ ଯେ ଆପଣଙ୍କର UAN ବ୍ୟାଙ୍କ ଆକାଉଣ୍ଟ, ପାନ୍ ଏବଂ ଆଧାର (ଆଧାର) ସହିତ ସଂଯୁକ୍ତ ହେବା ଆବଶ୍ୟକ ।
Published by: Jagdish Barik
First published: January 5, 2021, 10:29 AM IST
corona virus btn
corona virus btn
Loading